ଦୁନିଆର ୧୦୦ ଶିଳ୍ପପତିଙ୍କ ଫର୍ଚୁନ୍ ତାଲିକାରେ ସ୍ଥାନ ପାଇଲେ ମୁକେଶ ଅମ୍ବାନୀ

Advertisment

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଜଣେ ଶକ୍ତିଶାଳୀ ଉଦ୍ୟୋଗପତି ଭାବରେ ଫର୍ଚୁନ୍ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ ୨୦୨୪ ତାଲିକାରେ ସ୍ଥାନିତ ହୋଇଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଜଣେ ଶକ୍ତିଶାଳୀ ଉଦ୍ୟୋଗପତି ଭାବରେ ଫର୍ଚୁନ୍ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ ୨୦୨୪ ତାଲିକାରେ ସ୍ଥାନିତ ହୋଇଛନ୍ତି ।

ଧନୀ ହେଉଛନ୍ତି ଅଧିକ ଧନୀ: ବର୍ଷକରେ ମୁକେଶଙ୍କ ସମ୍ପତ୍ତି ୬୭% ବଢ଼ିଛି, କ୍ରମାଗତ ଦଶ ବର୍ଷ ଧରି ଏକ ନମ୍ବର ଧନୀ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଜଣେ ଶକ୍ତିଶାଳୀ ଉଦ୍ୟୋଗପତି ଭାବରେ ଫର୍ଚୁନ୍ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ ୨୦୨୪ ତାଲିକାରେ ସ୍ଥାନିତ ହୋଇଛନ୍ତି । ମୁକେଶ ଅମ୍ବାନୀ ହେଉଛନ୍ତି ଏକମାତ୍ର ଭାରତୀୟ ଯିଏକି ଫର୍ଚୁନ୍ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ ୨୦୨୪ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ତାଲିକାରେ ଭାରତୀୟ ମୂଳର ଅନ୍ୟ ଛଅଜଣ ମଧ୍ୟ ରହିଛନ୍ତି ଯେଉଁମାନେ ବିଦେଶରେ ବସବାସ କରନ୍ତି। ଏହି ବ୍ୟକ୍ତିମାନେ ବଡ଼ ବ୍ୟବସାୟର ପ୍ରତିଷ୍ଠାତା, ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ନବପ୍ରବର୍ତ୍ତକ ଅଟନ୍ତି । ଫର୍ଚୁନ୍ ମାଗାଜିନ ପକ୍ଷରୁ ନିକଟରେ ବ୍ୟବସାୟ ଦୁନିଆର ୧୦୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି ଯେଉଁଥିରେ ମୁକେଶ ଅମ୍ବାନୀ ଦ୍ୱାଦଶ ସ୍ଥାନରେ ରହିଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଦେଶର ପ୍ରମୁଖ ଉଦ୍ୟୋଗପତି ମାନଙ୍କ ମଧ୍ୟରୁ ଅନ୍ୟତମ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ନୂତନ ଉତ୍କର୍ଷରେ ପହଞ୍ଚାଇ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜିଓ ଶୁଭାରମ୍ଭ କରି ସେ ଦେଶର ଟେଲିକମ୍ କ୍ଷେତ୍ରର ଚେହେରା ବଦଳାଇଛନ୍ତି। ଡିଜିଟାଇଜେସନ ଜରିଆରେ ଦେଶର ବିକାଶ ମଧ୍ୟ ତ୍ୱରାନ୍ୱିତ ହୋଇଛି। ରିଟେଲ କ୍ଷେତ୍ରରେ କମ୍ପାନୀ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ କମ୍ପାନୀ ଜୋରଦାର କାର୍ଯ୍ୟ ଜାରି ରଖିଛି।

ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଫର୍ଚୁନ୍ ପାୱାରଫୁଲ୍ ବିଜିନେସ୍ ଲିଷ୍ଟ ୨୦୨୪ ରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ପ୍ରଥମ ସ୍ଥାନରେ ଏବଂ ଏନଭିଡିଆ ସିଇଓ ଜେନସେନ୍ ହୁଆଙ୍ଗ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସତ୍ୟ ନାଡେଲା ତୃତୀୟ ସ୍ଥାନରେ, ୱାରେନ୍ ବଫେଟ୍ ଚତୁର୍ଥ ସ୍ଥାନରେ ଏବଂ ଜେମି ଡିମନ୍ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଟିମ୍ କୁକ୍ ଷଷ୍ଠ ସ୍ଥାନରେ ରହିଥିବାବେଳେ ମାର୍କ ଜୁକରବର୍ଗ ସପ୍ତମ ଏବଂ ସାମ୍ ଅଲ୍ଟମ୍ୟାନ୍ ଅଷ୍ଟମ ଶକ୍ତିଶାଳୀ ବ୍ୟବସାୟୀ ଭାବରେ ରହିଛନ୍ତି। ମେରି ବାରା ଏବଂ ସୁନ୍ଦର ପିଚାଇ ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଥିବା ବେଳେ ମୁକେଶ ଅମ୍ବାନୀଙ୍କ ଠିକ୍ ପୂର୍ବରୁ, ଅର୍ଥାତ୍ ଏକାଦଶ ସ୍ଥାନରେ ରହିଛନ୍ତି ଆମାଜନର ଜେଫ୍ ବେଜୋସ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe