ବିଜେଡି ସଂଖ୍ୟାଲଘୁ ସାଉଥ୍ ଜୋନର ସଂଯୋଜକ ପଦରୁ ମୁନ୍ନା ଖାଁ ଇସ୍ତଫା ଚର୍ଚ୍ଚା

ପୁଣି ଚର୍ଚ୍ଚାରେ ବିଜୁ ଜନତା ଦଳ । ବିଜେଡ଼ି ସଂଖ୍ୟାଲଘୁ ସାଉଥ୍ ଜୋନର ସଂଯୋଜକ ପଦରୁ ରାଜ୍ୟସଭା ସାଂସଦ ମୁନା ଖାଁ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଛି।  ସେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ଇସ୍ତଫା ଦେଇଥିବା କୁହାଯାଉଛି ।

Discussion about Munna's resignation!

Discussion about Munna's resignation! Photograph: (sambad.in)

ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ବିଜୁ ଜନତା ଦଳ । ବିଜେଡ଼ି ସଂଖ୍ୟା ଲଘୁ ସାଉଥ୍ ଜୋନର ସଂଯୋଜକ ପଦରୁ ରାଜ୍ୟସଭା ସାଂସଦ ମୁନା ଖାଁ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଛି।  ସେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ଇସ୍ତଫା ଦେଇଥିବା କୁହାଯାଉଛି । ନବରଙ୍ଗପୁରରେ ଏ ନେଇ ଭିଡିଓ ଗୁଡିକ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି। ସେ କାହିଁକି ଇସ୍ତଫା ଦେଲେ ତାହାକୁ ନେଇ ସ୍ଥାନୀୟ ବିଜେଡି ନେତା ମହଲରେ ଚର୍ଚ୍ଚା ଜୋର ଧରିଛି। 

ଗତ ୫ ତାରିଖରେ ଗଠନ ହୋଇଥିଲା ସଂଖ୍ୟାଲଘୁ ସଂପ୍ରଦାୟ କମିଟି। ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ କମିଟିର ଆବାହକ ଦାୟିତ୍ୱ ଦିଆଯାଇଛି । ତେବେ ଏ ନେଇ ମୁନା ଖାଁ କିମ୍ବା ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ୱାକଫ୍ ବିଲ୍ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ବେଶ ଚର୍ଚ୍ଚାକୁ ଆସିଥିଲେ ମୁନ୍ନା। ଏବେ ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ଇସ୍ତଫା ଦେଇଥିବା ନେଇ ପୁଣି ଚର୍ଚ୍ଚା ଆସିଛନ୍ତି ମୁନ୍ନା ।

ସୂଚନାଯୋଗ୍ୟ, ପୂର୍ବରୁ ବିଜେଡ଼ି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ଥିଲେ ସାଂସଦ ମୁନା ଖାଁ। କିନ୍ତୁ ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟା ଲଘୁ ସେଲର ଆବାହକ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ତାଙ୍କ ସାଉଥଜୋନର ସଂଯୋଜକ ଭାବେ ନିଯୁକ୍ତ କରାଯାଇଥିଲା । ଏହାକୁ ନେଇ ମୁନା ଖାଁ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଥିଲା । ତେବେ ତାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ମୂତାବକ ସେ ଇସ୍ତଫା ଦେଇଛନ୍ତି। ତେବେ ସେ ଇସ୍ତଫା ଦେଇଥିବା ଭିଡିଓ ଖୁବ ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe