ପୂର୍ବ ଶତ୍ରୁତାକୁ ନେଇ ବଚସା: ଟାଙ୍ଗିଆ ଟୋଟରେ ଦିନ ମଜୁରିଆ ମୃତ

Advertisment

ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବଡ଼ସୁଆଳୋ ପଞ୍ଚାୟତ କନ୍ଧବୋଲ ଗ୍ରାମରେ ଶୁକ୍ରବାର ସଂଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇ ଜଣଙ୍କ ଟାଙ୍ଗିଆ ଚୋଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିମ୍ବା ନାଏକ (୫୨)।

ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବଡ଼ସୁଆଳୋ ପଞ୍ଚାୟତ କନ୍ଧବୋଲ ଗ୍ରାମରେ ଶୁକ୍ରବାର ସଂଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇ ଜଣଙ୍କ ଟାଙ୍ଗିଆ ଚୋଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିମ୍ବା ନାଏକ (୫୨)।

death

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବଡ଼ସୁଆଳୋ ପଞ୍ଚାୟତ କନ୍ଧବୋଲ ଗ୍ରାମରେ ଶୁକ୍ରବାର ସଂଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇ ଜଣଙ୍କ ଟାଙ୍ଗିଆ ଚୋଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିମ୍ବା ନାଏକ (୫୨)।

ବିମ୍ବା ଜଣେ ଦିନ ମଜୁରିଆ ଭାବେ କାମକରେ। ସଂଧ୍ୟାରେ କୂଅ ଖୋଳା କାମସାରି ଗ୍ରାମକୁ ଆସୁଥିବା ବେଳେ ସେହି ଗ୍ରାମର ଗଙ୍ଗାଧର ପଧାନ ସହ ଭେଟ ହୋଇଥି୍ଲା। ପୂର୍ବରୁ ବିମ୍ବା ଓ ଗଙ୍ଗା ମଧ୍ୟରେ ଶତ୍ରୁତା ଥିଲା। ବିମ୍ବା ଗଙ୍ଗାକୁ ଦେଖି ଗାଳିଗୁଲଜ କରିଥିଲା ଓ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଗଙ୍ଗା ରାଗିଯାଇ ଧରିଥିବା ଏକ ଟାଙ୍ଗିଆରେ ବିମ୍ବା ମୁଣ୍ଡକୁ ଆକ୍ରମଣ କରିବା ସହ ବେକକୁ ଚୋଟ ମାରିଥିଲା। ଗୁରୁତର ବିମ୍ବାକୁ ପରିବାର ଲୋକ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ, ମାତ୍ର ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଧୀରେନ କୁମାର ବେହେରା ସଦଳବଳେ ଚିକିତ୍ସାଳୟରେ ପହଞ୍ଚି ମୃତଦେହ ଜବତ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରକାଶ ଯେ ବିମ୍ବା ଜଣେ ଦିନ ମଜୁରିଆ ଭାବେ କାମକରେ। ସଂଧ୍ୟାରେ କୂଅ ଖୋଳା କାମସାରି ଗ୍ରାମକୁ ଆସୁଥିବା ବେଳେ ସେହି ଗ୍ରାମର ଗଙ୍ଗାଧର ପଧାନ ସହ ଭେଟ ହୋଇଥି୍ଲା। ପୂର୍ବରୁ ବିମ୍ବା ଓ ଗଙ୍ଗା ମଧ୍ୟରେ ଶତ୍ରୁତା ଥିଲା। ବିମ୍ବା ଗଙ୍ଗାକୁ ଦେଖି ଗାଳିଗୁଲଜ କରିଥିଲା ଓ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଗଙ୍ଗା ରାଗିଯାଇ ଧରିଥିବା ଏକ ଟାଙ୍ଗିଆରେ ବିମ୍ବା ମୁଣ୍ଡକୁ ଆକ୍ରମଣ କରିବା ସହ ବେକକୁ ଚୋଟ ମାରିଥିଲା। ଗୁରୁତର ବିମ୍ବାକୁ ପରିବାର ଲୋକ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ, ମାତ୍ର ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଧୀରେନ କୁମାର ବେହେରା ସଦଳବଳେ ଚିକିତ୍ସାଳୟରେ ପହଞ୍ଚି ମୃତଦେହ ଜବତ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe