ବିଷମକଟକରେ ଗଳା କାଟି ହତ୍ୟା

Advertisment

ରାୟଗଡା ଜିଲ୍ଲା ବିଷମକଟକ ସଦର ବ୍ରାହ୍ମଣ ସାହି ନିବାସି କୈଳାସ ଚନ୍ଦ୍ର ସାହୁଙ୍କୁ କେହି ଦୁବୃତ ଗଳା କାଟି ହତ୍ୟା କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ସମୟରେ କୈଳାସଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଷମ କଟକ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା

hf08g2no_murder-generic_625x300_27_June_19

Photograph: (google)

ବିଷମକଟକ : ରାୟଗଡା ଜିଲ୍ଲା ବିଷମକଟକ ସଦର ବ୍ରାହ୍ମଣ ସାହି ନିବାସି କୈଳାସ ଚନ୍ଦ୍ର ସାହୁଙ୍କୁ କେହି ଦୁବୃତ ଗଳା କାଟି ହତ୍ୟା କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ସମୟରେ କୈଳାସଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଷମ କଟକ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା | ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୈଳାସ ସାହୁଙ୍କ ଗଳା ଓ ମୁଣ୍ଡରେ କ୍ଷତ ରହିଥିବା ଦେଖିବାକୁ ମିଳିଛି । କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କ ଗଳା କାଟିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

ତେବେ ଘଟଣା ସଂକ୍ରାନ୍ତରେ ଖବର ପାଇଁ ବିଷମ କଟକ ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢି ବ୍ରାହ୍ଣଣ ସାହି ସ୍ଥିତ ବାସ ଭବନରେ ପଂହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥି ସହିତ ସାଇଂଟିଫିକ୍ ଟିମ୍ ଏବଂ ସଂନ୍ଧାନି କୁକୁରର ସହାୟତା ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ହୋଇ ରହିଥିବା ପୁଲିସ କହିଛି । ତେବେ କୈଳାସ ଚନ୍ଦ୍ର ସାହୁଙ୍କ ହତ୍ୟା ଖବର ବିଷମକଟକ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି I ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଥିବାବେଳେ ହତ୍ୟାକାରୀକୁ ତୁରନ୍ତ ଗିରଫ ପାଇଁ ଦାବି ହୋଇଛି I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe