ଗଞ୍ଜାମରେ ପୁଣି ଗଡ଼ିଲା ମୁଣ୍ଡ: ଘରେ ପଶି ଯୁବକଙ୍କ ହାଣିଲେ

Advertisment

ଗଞ୍ଜାମ ଜିଲ୍ଲାରେ ପୁଣି ଗଡ଼ିଛି ମୁଣ୍ଡ। ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡ଼ି ଗ୍ରାମରେ ଘରେ ପଶି ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି।

ଗଞ୍ଜାମ ଜିଲ୍ଲାରେ ପୁଣି ଗଡ଼ିଛି ମୁଣ୍ଡ। ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡ଼ି ଗ୍ରାମରେ ଘରେ ପଶି ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି।

New Project (3)

ଗୋଳନ୍ଥରା/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଗଡ଼ିଛି ମୁଣ୍ଡ। ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡ଼ି ଗ୍ରାମରେ ଘରେ ପଶି ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ମୃତକ ଜଣଙ୍କ ହେଲେ ଦିଲ୍ଲୀପ କୁମାର ପାତ୍ର(୪୭)। ଗୋଳନ୍ଥରା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀପଙ୍କ ବଡ଼ଭାଇ ଓ ସାନଭାଇ ବ୍ରହ୍ମପୁରରେ ରହୁଛନ୍ତି। ଦିଲ୍ଲୀପ ଏକୁଟିଆ ସିଙ୍ଗାବାଡ଼ି ସ୍ଥିତ ଘରେ ରହୁଥିଲେ। ସେ ବାହା ହୋଇଥିବା ବେଳେ ତାଙ୍କ ଏକ ପୁଅ ଅଛି। କିନ୍ତୁ କିଛିବର୍ଷ ହେଲା

ଦିଲ୍ଲୀପ ତାଙ୍କ ପତ୍ନୀ ଠାରୁ ଅଲଗା ହୋଇ ରହୁଥି‌ଲେ। ଦିଲ୍ଲୀପ ସିଙ୍ଗାବାଡ଼ି ସ୍ଥିତ ଘରେ ଏକାକି ରହୁଥିବା ବେଳେ ଟ୍ରାକ୍ଟର୍‌ ରଖି ବ୍ୟବସାୟ କରୁଥିଲେ। ଗାଁରେ ନାମ ସଂକର୍ତ୍ତୀତ୍ତନ ଚାଲିଥିବା ବେଳେ ରାତି ପ୍ରାୟ ସାଢ଼େ ୧୦ଟାରେ କିଛି ଲୋକ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ଦିଲ୍ଲୀପଙ୍କ ଘରେ କିଛି ପାଟିତୁଣ୍ଡ ହେଉଥିବା ନେଇ ଲୋକେ ଜାଣିବାକୁ ପାଇଥିଲେ। ଏ ନେଇ ସେମାନେ ବ୍ରହ୍ମପୁରରେ ରହୁଥିବା ବଡ଼ଭାଇ ହରିଶ୍ଚନ୍ଦ୍ର ପାତ୍ରଙ୍କୁ ଜଣାଇଥିଲେ। ଖବର ପାଇ ହରିଶ୍ଚନ୍ଦ୍ର ତୁରନ୍ତ ଗାଁକୁ ଯାଇଥିଲେ। ଘର ଭିତରକୁ ଯାଇ ଦେଖିବା ବେଳେ ମଝିଆ ଭାଇ ଦିଲ୍ଲୀପ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିଲେ।

ଘରେ ଥିବା କିଛି ଜିନିଷ ଫିଙ୍ଗା ଫୋପାଡ଼ା ହୋଇଥିଲା। ଏହା ଦେଖି ହରିଶ୍ଚନ୍ଦ୍ର ତୁରନ୍ତ ପୁଲିସକୁ ଖବର କରିଥିଲେ। ଗୋଳନ୍ଥରା ଥାନା ପୁଲିସକୁ ଖବର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦିଲ୍ଲୀପଙ୍କୁ ଆମ୍ବୁଲାନ୍ସରେ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଲ୍ଲୀପଙ୍କ ମୁଣ୍ଡ, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡା ଚୋଟ ପଡ଼ିଛି। ତେବେ କେଉଁମାନେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ସେପଟେ ବ୍ୟବସାୟିକ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥାଇ ପାରେ ପୁଲିସ ଅନୁମାନ କରୁଛି। ପୁଲିସ ଘଟଣା ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe