ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ

ଯୌତୁକ ପାଇଁ ୫ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ଶାଶୂଘର ଲୋକେ ନିର୍ଯkତନା ଦେଇ ଜୀବନରେ ମାରିଦେଇଥିବା ନେଇ ମହାକାଳପଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ମହାକାଳପଡ଼ା ପୁଲିସ ଏକ ମାମଲା ନଂ ୧୮୩/୨୫ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

sx

ମହାକାଳପଡ଼ା:ଯୌତୁକ ପାଇଁ ୫ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ଶାଶୂଘର ଲୋକେ ନିର୍ଯkତନା ଦେଇ ଜୀବନରେ ମାରିଦେଇଥିବା ନେଇ ମହାକାଳପଡ଼ା ଥାନାରେ ଅଭିଯୋଗ ହୋଇଛି।
ମୃତା ମହିଳାଙ୍କ ପିତା ବରକନ୍ଧା ପଞ୍ଚାୟତ ତେନ୍ତୁଲିକନ୍ଧା ଗ୍ରାମର ଗୟାଧର ପ୍ରଧାନଙ୍କ ଅଭିଯୋଗ ମୁତାବକ ତାଙ୍କ ଝିଅ ନମିତା ଗତ ୨ ବର୍ଷ ତଳେ ବାରଡାଙ୍ଗ ପଞ୍ଚାୟତ ବଡ଼ମଠ ଗ୍ରାମର ତ୍ରିଲୋଚନ ଭୂୟାଁଙ୍କ ପୁଅ ଚଗଲିକୁ ବୈଦିକମତେ ବିବାହ କରିଥିଲେ। ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ଯୌତୁକ  ଦେଇଥିଲେ, କିନ୍ତୁ ଶାଶୂଘର ଲୋକେ ନମିତାକୁ ବିଭିନ୍ନ ସମୟରେ ଟଙ୍କା ଦାବି କରି ମାରଧର କରୁଥିଲେ। ଗତ ୨୧ତାରିଖ ସନ୍ଧ୍ୟାରେ ଶାଶୂଘର ଲୋକେ ନମିତାଙ୍କୁ ମାରଧର କରିବା ସହିତ ବାପାଘରୁ ଟଙ୍କା ଆଣିବା ପାଇଁ କହିଥିଲେ ବୋଲି ନମିତା ଟେଲିଫୋନ ଯୋଗେ ନିଜ ମାଆକୁ ଜଣାଇଥିଲେ। ହେଲେ ୨୨ତାରିଖ ସନ୍ଧ୍ୟାରେ ନମିତା ଅସୁସ୍ଥ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛି ବୋଲି ଜ୍ୱାଇଁ ଚଗଲି ଫୋନ କରି ଶ୍ୱଶୁର ଗୟାଧରଙ୍କୁ ଜଣାଇବା ସହିତ ତୁରନ୍ତ ଆସିବାକୁ କହିଥିଲା।

ମୃତା ମହିଳାଙ୍କ ପିତା ବରକନ୍ଧା ପଞ୍ଚାୟତ ତେନ୍ତୁଲିକନ୍ଧା ଗ୍ରାମର ଗୟାଧର ପ୍ରଧାନଙ୍କ ଅଭିଯୋଗ ମୁତାବକ ତାଙ୍କ ଝିଅ ନମିତା ଗତ ୨ ବର୍ଷ ତଳେ ବାରଡାଙ୍ଗ ପଞ୍ଚାୟତ ବଡ଼ମଠ ଗ୍ରାମର ତ୍ରିଲୋଚନ ଭୂୟାଁଙ୍କ ପୁଅ ଚଗଲିକୁ ବୈଦିକମତେ ବିବାହ କରିଥିଲେ। ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ଯୌତୁକ  ଦେଇଥିଲେ, କିନ୍ତୁ ଶାଶୂଘର ଲୋକେ ନମିତାକୁ ବିଭିନ୍ନ ସମୟରେ ଟଙ୍କା ଦାବି କରି ମାରଧର କରୁଥିଲେ। ଗତ ୨୧ତାରିଖ ସନ୍ଧ୍ୟାରେ ଶାଶୂଘର ଲୋକେ ନମିତାଙ୍କୁ ମାରଧର କରିବା ସହିତ ବାପାଘରୁ ଟଙ୍କା ଆଣିବା ପାଇଁ କହିଥିଲେ ବୋଲି ନମିତା ଟେଲିଫୋନ ଯୋଗେ ନିଜ ମାଆକୁ ଜଣାଇଥିଲେ। ହେଲେ ୨୨ତାରିଖ ସନ୍ଧ୍ୟାରେ ନମିତା ଅସୁସ୍ଥ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛି ବୋଲି ଜ୍ୱାଇଁ ଚଗଲି ଫୋନ କରି ଶ୍ୱଶୁର ଗୟାଧରଙ୍କୁ ଜଣାଇବା ସହିତ ତୁରନ୍ତ ଆସିବାକୁ କହିଥିଲା। ଗୟାଧର ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କ ଝିଅ ମୃତ ବୋଲି ଦେଖିବାକୁ ପାଇଥିଲେ। ତେଣୁ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୂଘର ଲୋକେ ମାରିଦେଇଛନ୍ତି ବୋଲି ସନ୍ଦେହ କରି ଗୟାଧର ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।.

ଗୟାଧର ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କ ଝିଅ ମୃତ ବୋଲି ଦେଖିବାକୁ ପାଇଥିଲେ। ତେଣୁ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୂଘର ଲୋକେ ମାରିଦେଇଛନ୍ତି ବୋଲି ସନ୍ଦେହ କରି ଗୟାଧର ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।. ଅଭିଯୋଗ ଆଧାରରେ ମହାକାଳପଡ଼ା ପୁଲିସ ଏକ ମାମଲା ନଂ ୧୮୩/୨୫ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ନମିତା ୫ ମାସର ଗର୍ଭବତୀ ଥିଲେ ବୋଲି ତାଙ୍କ ବାପା ଏତଲାରେ ଦର୍ଶାଇଥିବା ଜଣାଯାଇଛି। 

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe