Advertisment

Murder over dowry demand: ଯୌତୁକ ଦାବିରେ ବଧୂ ହତ୍ୟା ଅଭିଯୋଗ, ଫୋରେନସିକ ଟିମର ତଦନ୍ତ

Advertisment

ବାହାଘରର ଦିନ କେଇଟା ହୋଇନି ନବ ବଧୁକୁ ପିଟି ପିଟି ମାରିଦେଲେ। ପଚାଶ ହଜାର ଟଙ୍କା ଦାବି କରିଥିଲେ, ଦେଲିନି ବୋଲି ମୋ ଝିଅକୁ ମାରିଦେଲେ, ଏପରି ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଟିଣା ଗ୍ରାମର ଅଭୟ ଦେହୁରୀ ଓ ତାଙ୍କ ପତ୍ନୀ ରଶ୍ମିତା ଦେହୁରୀ ।

ବାହାଘରର ଦିନ କେଇଟା ହୋଇନି ନବ ବଧୁକୁ ପିଟି ପିଟି ମାରିଦେଲେ। ପଚାଶ ହଜାର ଟଙ୍କା ଦାବି କରିଥିଲେ, ଦେଲିନି ବୋଲି ମୋ ଝିଅକୁ ମାରିଦେଲେ, ଏପରି ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଟିଣା ଗ୍ରାମର ଅଭୟ ଦେହୁରୀ ଓ ତାଙ୍କ ପତ୍ନୀ ରଶ୍ମିତା ଦେହୁରୀ ।

WhatsApp Image 2026-02-23 at 5.37.48 PM

ବାଲେଶ୍ୱର: ବାହାଘରର ଦିନ କେଇଟା ହୋଇନି ନବ ବଧୁକୁ ପିଟି ପିଟି ମାରିଦେଲେ। ପଚାଶ ହଜାର ଟଙ୍କା ଦାବି କରିଥିଲେ, ଦେଲିନି ବୋଲି ମୋ ଝିଅକୁ ମାରିଦେଲେ, ଏପରି ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଟିଣା ଗ୍ରାମର ଅଭୟ ଦେହୁରୀ ଓ ତାଙ୍କ ପତ୍ନୀ ରଶ୍ମିତା ଦେହୁରୀ। ପରିବାର ଲୋକଙ୍କ କହିବା କଥା ଯେ ଦେଢ଼ ବର୍ଷ ପୂର୍ବେ ତାଙ୍କ ଝିଅ ଅତସୀ ଦେହୁରୀ କେନ୍ଦୁଝର ଜିଲ୍ଲା ସୋସୋ ଥାନା ପଢିଆରିପଲ୍ଲୀ ପଞ୍ଚାୟତ ଆତୁରିକୋଣା ଗାଁର ଚନ୍ଦନ ପଲେଇଙ୍କୁ ଭଲ ପାଇ ବିବାହ କରିଥିଲେ।

ପ୍ରେମ ବିବାହ କରିଥିବାବେଳେ ପରବର୍ତ୍ତୀ ସମୟରେ ନିୟମିତ ବାପଘରୁ ଟଙ୍କା ଆଣିବାକୁ ଦାବିକରି ଅତସୀ ଉପରେ ନିର୍ଯାତନା ଦେଉଥିଲା ଚନ୍ଦନ। ଗତକାଲି ରାତିରେ ତୁରନ୍ତ ଆସିବାକୁ ଚନ୍ଦନ ଅତସୀର ବାପଘର ଲୋକଙ୍କୁ ଡକାଇ ଥିଲା। ସେମାନେ ପହଂଚିବା ପରେ ଝିଅ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଝିଅକୁ ପିଟି ପିଟି ମାରି ଦେଇଥିବାବେଳେ ଝିଅର ୬ ମାସର ଛୁଆର ସାର୍ଟରେ ରକ୍ତ ଲାଗିଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ସୋସୋ ଥାନାରେ ଅଭିଯୋଗ କରିବାପରେ ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe