ଗଜବନ୍ଧ ପଂଚାୟତ ପୂର୍ବ ସରପଞ୍ଚଙ୍କୁ ବିଚ ରାସ୍ତାରେ ହତ୍ୟା

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ପଞ୍ଚାୟତ ପୂର୍ବ ସରପଞ୍ଚ ବଲ୍ଲଭ ଖେତୀଙ୍କୁ ଗତକାଲି ରାତି ୧୦ ଟାରେ କିଛି ଦୁର୍ବୃତ୍ତ ବିଚ ରାସ୍ତାରେ ହତ୍ୟା କରିଥିବା ଜଣାଯାଇଛି l

oooo

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ପଞ୍ଚାୟତ ପୂର୍ବ ସରପଞ୍ଚ ବଲ୍ଲଭ ଖେତୀଙ୍କୁ ଗତକାଲି ରାତି ୧୦ ଟାରେ କିଛି ଦୁର୍ବୃତ୍ତ ବିଚ ରାସ୍ତାରେ ହତ୍ୟା କରିଥିବା ଜଣାଯାଇଛି l ରାମପୁର ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବାବେଳେ ଘଟଣାସ୍ଥଳରୁ ହତ୍ୟାକାରୀମାନେ ଫେରାର ମାରିଥିବା ଜଣାଯାଇଛି l

ସୂଚନାରୁ ପ୍ରକାଶ ଗଜବନ୍ଧ ପଂଚାୟତର ବର୍ତ୍ତମାନ ସରପଞ୍ଚ ବାସନ୍ତି ଖେତୀଙ୍କ ସ୍ୱାମୀ ପୂର୍ବ ସରପଞ୍ଚ ବଲ୍ଲଭ ଖେତୀ ଗତକାଲି ରାତି ୧୦ଟାରେ ନିଜ ଗାଁ କେନପାଲିକୁ ଫେରୁଥିବାବେଳେ ପାଣ୍ଡରାପାଲି ଗାଁ ପାଖରେ ପୂର୍ବରୁ ଜଗି ରହିଥିବା ଚାରି ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ l

ଘଟଣା ପରେ ଗୁରୁତର ଆହତ ବଲ୍ଲଭଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ l ଆଜି ସକାଳେ ଡୁଙ୍ଗୁରିପାଲି ଡାକ୍ତରଖାନା ପରିସରରେ ବ୍ଲକର ସମସ୍ତ ସରପଞ୍ଚଙ୍କ ଶହ ଶତାଧିକ ଲୋକ ପହଂଚି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe