Musk is the owner of $850 billion in assets : ମସ୍କ ୮୫୦ ବିଲିୟନ ଡଲାର ସମ୍ପତ୍ତିର ମାଲିକ

Advertisment

ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ଦୁଇ କମ୍ପାନି ସ୍ପେସ୍‌ଏକ୍ସ ଓ ଏକ୍ସଏଆଇ ମଧ୍ୟରେ ମିଶ୍ରଣ ପରେ ତାଙ୍କ ସମ୍ପତ୍ତି ୮୦୦ ବିଲିୟନ ଡଲାରରୁ ଅଧିକ ହୋଇଛି। ସେ ହେଉଛନ୍ତି ବିଶ୍ବର ଏକମାତ୍ର ବ୍ୟକ୍ତି ଯାହାଙ୍କ ପାଖରେ ଏତେ ସମ୍ପତ୍ତି ରହିଛନ୍ତି।

ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ଦୁଇ କମ୍ପାନି ସ୍ପେସ୍‌ଏକ୍ସ ଓ ଏକ୍ସଏଆଇ ମଧ୍ୟରେ ମିଶ୍ରଣ ପରେ ତାଙ୍କ ସମ୍ପତ୍ତି ୮୦୦ ବିଲିୟନ ଡଲାରରୁ ଅଧିକ ହୋଇଛି। ସେ ହେଉଛନ୍ତି ବିଶ୍ବର ଏକମାତ୍ର ବ୍ୟକ୍ତି ଯାହାଙ୍କ ପାଖରେ ଏତେ ସମ୍ପତ୍ତି ରହିଛନ୍ତି।

-1x-1

ନୂଆଦିଲ୍ଲୀ : ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ଦୁଇ କମ୍ପାନି ସ୍ପେସ୍‌ଏକ୍ସ ଓ ଏକ୍ସଏଆଇ ମଧ୍ୟରେ ମିଶ୍ରଣ ପରେ ତାଙ୍କ ସମ୍ପତ୍ତି ୮୦୦ ବିଲିୟନ ଡଲାରରୁ ଅଧିକ ହୋଇଛି। ସେ ହେଉଛନ୍ତି ବିଶ୍ବର ଏକମାତ୍ର ବ୍ୟକ୍ତି ଯାହାଙ୍କ ପାଖରେ ଏତେ ସମ୍ପତ୍ତି ରହିଛନ୍ତି। ଏହି ବୁଝାମଣା ପରେ ମସ୍କଙ୍କ ସମ୍ପତ୍ତି ୮୪ ବିଲିୟନ ଡଲାର ବଢ଼ି ୮୫୨ ବିଲିୟନ ଡଲାର ହୋଇଛି। ସ୍ପେସ୍‌ଏକ୍ସ ହେଉଛି ମସ୍କଙ୍କ ମହାକାଶ ଅନୁସନ୍ଧାନ କମ୍ପାନି ଓ ଏକ୍ସଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ କାମ କରୁଛି। ଉଭୟ ସଂସ୍ଥାର ମିଶ୍ରଣରୁ ଗଠିତ ନୂଆ କମ୍ପାନିରେ ମସ୍କଙ୍କ ୪୩ ପ୍ରତିଶତ ଅଂଶଧନ ରହିଛି।

ସେହି ଅଂଶଧନର ମୂଲ୍ୟ ହେଉଛି ୫୪୨ ବିଲିୟନ ଡଲାର। ତାଙ୍କର ଅନ୍ୟତମ କମ୍ପାନି ଟେସ୍‌ଲାରେ ସେ ୧୨ ପ୍ରତିଶତ ଅଂଶଧନ ରଖିଛନ୍ତି। ତାହାର ମୂଲ୍ୟ ହେଉଛି ୧୭୮ ବିଲିୟନ ଡଲାର। ଷ୍ଟକ୍‌ ଅପ୍ସନ ଆକାରରେ ତାଙ୍କ ପାଖରେ ୧୨୪ ବିଲିୟନ ଡଳାର ରହିଛି। ବର୍ଷକ ଭିତରେ ମସ୍କ ଦୁଇ ଦୁଇଟି ବଡ଼ ମିଶ୍ରଣ କରିଛନ୍ତି। ପୂର୍ବରୁ ସେ ନିଜ ସୋସିଆଲ ମିଡିଆ କମ୍ପାନି ‘ଏକ୍ସ’ ଓ ଏଆଇ ସଂସ୍ଥା ଏକ୍ସଏଆଇ ଭିତରେ ମିଶ୍ରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe