ଏନ୍ଆଇଟି ଟେବଲ୍ ଟେନିସ ପ୍ରତିଯୋଗିତା: ମୁସ୍କାନ ବିଜେତା, ମନସ୍ବିତା ଉପବିଜେତା

Advertisment

ଏନ୍ଆଇଟିରେ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଉପଲକ୍ଷେ କେବଳ ଅନୁଷ୍ଠାନର ଛାତ୍ରୀମାନଙ୍କ ପାଇଁ ଟେବଲ୍ ଟେନିସ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଦିଲୀପ ତିର୍କି ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ବିଭାଗର ଶତାଧିକ ଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏନ୍ଆଇଟିରେ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଉପଲକ୍ଷେ କେବଳ ଅନୁଷ୍ଠାନର ଛାତ୍ରୀମାନଙ୍କ ପାଇଁ ଟେବଲ୍ ଟେନିସ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଦିଲୀପ ତିର୍କି ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ବିଭାଗର ଶତାଧିକ ଛାତ୍ରୀ ଅଂଶଗ୍ରହଣ କରିଥିଲେ।

NIT

ରାଉରକେଲାମ: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ରେ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଉପଲକ୍ଷେ କେବଳ ଅନୁଷ୍ଠାନର ଛାତ୍ରୀମାନଙ୍କ ପାଇଁ ଟେବଲ୍ ଟେନିସ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଦିଲୀପ ତିର୍କି ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ବିଭାଗର ଶତାଧିକ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ମାଇନିଂ ବିଭାଗର ଛାତ୍ରୀ ମୁସ୍କାନ ଅଗ୍ରୱାଲ ବିଜେତା ହୋଇଥିବାବେଳେ ବାୟୋମେଡିକାଲ ଇଞ୍ଜିନିଅରିଂ ବିଭାଗର ମନସ୍ବିତା ଘୋଷ ଉପବିଜେତା ଓ କମ୍ପ୍ୟୁଟର ସାଇନ୍ସ ବିଭାଗର ଅର୍ଚ୍ଚିତା ଦତ୍ତ ତୃତୀୟ ସ୍ଥାନରେ ରହିଥିଲେ।

ପ୍ରତିଯୋଗିତାରେ ମାଇନିଂ ବିଭାଗର ଛାତ୍ରୀ ମୁସ୍କାନ ଅଗ୍ରୱାଲ ବିଜେତା ହୋଇଥିବାବେଳେ ବାୟୋମେଡିକାଲ ଇଞ୍ଜିନିଅରିଂ ବିଭାଗର ମନସ୍ବିତା ଘୋଷ ଉପବିଜେତା ଓ କମ୍ପ୍ୟୁଟର ସାଇନ୍ସ ବିଭାଗର ଅର୍ଚ୍ଚିତା ଦତ୍ତ ତୃତୀୟ ସ୍ଥାନରେ ରହିଥିଲେ।

ପୁରସ୍କାର ବିତରଣୀ ଉତ୍ସବରେ ଛାତ୍ର କଲ୍ୟାଣ ବିଭାଗର ଡିନ୍ ପ୍ରଫେସର ନିରଂଜନ ପଣ୍ଡା, ଷ୍ଟୁଡେଣ୍ଟ୍ ଆକ୍ଟିଭିଟି ସେଣ୍ଟର୍(ସାକ୍) ସଭାପତି ପ୍ରଫେସର ରାଜୀବ ପଣ୍ଡା, ଅନୁଷ୍ଠାନର ସୁରକ୍ଷା ବିଭାଗମୁଖ୍ୟ ପ୍ରଫେସର ଅନୀଲ ସିଂହ, ପ୍ରଫେସର ଅନନ୍ତ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ପ୍ରତିଯୋଗିତା ପରିଚାଳନାରେ ସାକ୍ କ୍ରୀଡ଼ା ବିଭାଗର ଉପସଭାପତି ପ୍ରଫେସର ମହମ୍ମଦ ଖାଲିଦ ଗୁଲ, ପ୍ରଫେସର ଭେଙ୍କଟ ରମଣ ନାଏକ, କ୍ରୀଡ଼ା ଅଧିକାରୀ ସି.ଆଲଗେସାନ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଉତ୍ସବ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ଆସନ୍ତା ୩୧ ତାରିଖରେ ମୁକ୍ତ ସ୍ବିମିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe