Mysterious Death: ବର ସାଜିବା ପୂର୍ବରୁ ସାଜିଲେ ଶବ: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

Advertisment

ଆସନ୍ତାକାଲି ଥିଲା ବାହାଘର ଆଜି ଯୁବକଙ୍କ ମୃତ୍ୟୁଦେହ ବିଲରେ ପଡିଥିବା ଦେଖିବାକୁ ମିଳିଛି I ଏଭଳି ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ

ଆସନ୍ତାକାଲି ଥିଲା ବାହାଘର ଆଜି ଯୁବକଙ୍କ ମୃତ୍ୟୁଦେହ ବିଲରେ ପଡିଥିବା ଦେଖିବାକୁ ମିଳିଛି I ଏଭଳି ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ

death

ରାୟଗଡା: ଆସନ୍ତାକାଲି ଥିଲା ବାହାଘର ଆଜି ଯୁବକଙ୍କ ମୃତ୍ୟୁଦେହ ବିଲରେ ପଡିଥିବା ଦେଖିବାକୁ ମିଳିଛି I ଏଭଳି ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ I ଆଜି ସକାଳୁ ଚାଷ ଜମିରେ ଜଣେ ଯୁବକର ମୃତଦେହ ଠାବ କରାଯାଇଥିଲା । ମୃତ ଯୁବକ ଜଣକ ହେଲେ ବାଇସିଂ ଗ୍ରାମର ସିଦ୍ଧାନ୍ତ ଗାଣ୍ଟା ।

ତେବେ ଗାଁ ନିକଟରେ ଥିବା ଏକ ଚାଷ ଜମିରେ ସିଦ୍ଧାନ୍ତର ମୃତହେହ ମିଳିଥିବାବେଳେ କିଛି ଦୂରରେ ତାଙ୍କ ମୋଟରସାଇକଲ ପଡିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଗାଁର କିଛି ଲୋକ ମୃତଦେହ ଦେଖିବା ପରେ ପରିବାର ଲୋକେ ଓ ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇଥିଲେ। ତେବେ ପରିବାର ଲୋକେ ସିଦ୍ଧାନ୍ତକୁ କେହି ହତ୍ଯା କରିଥିବା ସନ୍ଦେହ କରୁଛନ୍ତି।

 ଖବର ପାଇ ଶେଷଖାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ଗତକାଲି ସିଦ୍ଧାନ୍ତ ଗାଣ୍ଟା କୈଣସି ଏକ କାମରେ ରାୟଗଡା ସହରକୁ ଯାଇଥିଲେ। ତେବେ ରାତି ପର୍ଯ୍ଯନ୍ତ ସେ ଘରକୁ ଫେରିନଥିବା ବେଳେ ପରିବାର ଲୋକେ ଚିନ୍ତାରେ ପଡିଯାଇଥିଲେ। ଆଜି ସକାଳୁ ଗ୍ରାମ ନିକଟ ଚାଷ ଜମିରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ବାଇସିଂ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe