ନବରଙ୍ଗପୁର /ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲାର ଉମରକୋଟ ଏବଂ ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦାହାଣ୍ଡି, ଝରୀଗାଁ ରାଇଘର ଓ ଉମରକୋଟ ବ୍ଲକରେ ଆଜି ଉମରକୋଟ ସଂଗ୍ରାମୀ ମଞ୍ଚ ତରଫରୁ ବନ୍ଦ ପାଳନ କରାଯାଇଛି। ଉମରକୋଟଠାରେ ମେଡିକାଲ କଲେଜ ପ୍ରତିଷ୍ଠା, ଭୁ-ବନ୍ଦୋବସ୍ତ ବ୍ୟବସ୍ଥା, ଉମରକୋଟଠାରେ ସବ ଡିଭିଜନ ତୁରନ୍ତ ଖୋଲିବା, ମଣ୍ଡିରୁ ଧାନ ଉଠିବା ଦାବିରେ ଚାରୋଟି ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସାପ୍ତାହିକ ବଜାର ମଧ୍ୟ ବନ୍ଦ ରହିଛି। ବରିଷ୍ଠ କଂଗ୍ରେସ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱରେ ଗୌରୀ ଶଙ୍କର ସେଠି, ପିଙ୍କୁ ସେର, ହୁମେଶ୍ୱର ଜଗତ, ଚୈତନ୍ୟ ନିୟାଲ, ଲିପୁନ ଚୌହାନ ପ୍ରମୁଖ ସାମିଲ ହୋଇଛନ୍ତି। ମିଳିତ ସଂଗ୍ରାମ ମଂଚର ଉମରକୋଟଠାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା, ଉପଖଣ୍ଡ ମାନ୍ୟତା ଓ ବନ୍ଦୋବସ୍ତ କରିବା ଦାବିରେ ଉମରକୋଟଠାରେ ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି |
Follow Us