ନବରଙ୍ଗପୁର: ସରିଲା ‘ମାଝୀ’ ଲଢ଼େଇ, ଦେଖାଯାଉ କାହାକୁ ମିଳୁଛି ଦିଲ୍ଲୀ ଟିକେଟ୍‌?

Advertisment
ନବରଙ୍ଗପୁର: ସରିଲା ‘ମାଝୀ’ ଲଢ଼େଇ, ଦେଖାଯାଉ କାହାକୁ ମିଳୁଛି ଦିଲ୍ଲୀ ଟିକେଟ୍‌?

ନବରଙ୍ଗପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ବଡ଼ ଧରଣର ଟକ୍କର ଦେଖିବାକୁ ମିଳିଛି। କାହିଁକି ନା ନବରଙ୍ଗପୁର ଲୋକସଭା କ୍ଷେତ୍ରରୁ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବିଜେଡିରୁ ରମେଶ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ର୍ନିବାଚନ ମଇଦାନରେ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ଲଢ଼େଇ ପାଇଁ ବିଜେଡି ଏଠାରେ ରମେଶ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନିଜର ପୁରୁଣା ସିପାହୀ ପ୍ରଦୀପ ମାଝୀଙ୍କୁ ପୁଣିଥରେ ସୁଯୋଗ ଦେଇଛି। ସେହିଭଳି ବିଜେଡ଼ି ଛାଡି ଗେରୁଆ ଶିବିରରେ ଏଣ୍ଟ୍ରି ମାରିଥିବା ବଳଭଦ୍ର ମାଝୀଙ୍କୁ ବିଜେପି ନବରଙ୍ଗପୁର ଆସନରେ ମୈଦାନକୁ ଓହ୍ଲାଇଛି। ବିପୁଳ ସଂଖ୍ୟାରେ ମତଦାତାମାନେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ଯାଇଛନ୍ତି। ମେ ୨୩ରେ ଫଳାଫଳ ବାହାରିବା ପର୍ଯ୍ୟନ୍ତ ଇଭିଏମ୍‌ ମେସିନ୍‌ରେ ଏମାନଙ୍କ ଭାଗ୍ୟ ବନ୍ଧା ପଡ଼ିଛି।

୨୦୧୪ ନିର୍ବାଚନରେ ନବରଙ୍ଗପୁର ଲୋକସଭା ଅଧୀନରେ ଆସୁଥିବା ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୫ଟି ଆସନରେ ବିଜୟ ଧ୍ୱଜା ଉଡ଼ାଇଥିବା ବେଳେ କଂଗ୍ରେସ ୨ଟି ଆସନ ଅକ୍ତିଆର କରିଥିଲା। ବିଜେପି ଏଠାରେ ଖାତା ଖୋଲି ପାରିନଥିଲା। ତେବେ ଏହି ନିର୍ବାଚନ ମଣ୍ଡଳୀର ଲଢ଼େଇ ବେଶ୍‌ ରୋଚକ ସ୍ଥିତିରେ ପହଁଚିଛି।

publive-image

୨୦୧୪ର ଲଢେଇ:
- ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା - ୧୨ ଲକ୍ଷ ୯୭ ହଜାର ୨୧୦
- ମତ ଦେଇଥିଲେ - ୧୦ ଲକ୍ଷ ୨୨ ହଜାର ୧୮୭
- ଭୋଟଦାନ ହାର - ୭୮.୮୦%

୨୦୧୪ର ଫଳାଫଳ:
ବଳଭଦ୍ର ମାଝୀ ବିଜେଡି ୩,୭୩,୮୮୭୩୭%-ବିଜୟୀ
ପ୍ରଦୀପ କୁମାର ମାଝୀ କଂଗ୍ରେସ ୩,୭୧,୮୪୫୩୭%- ପରାସ୍ତ
ପର୍ଶୁରାମ ମାଝୀ ବିଜେପି ୧,୩୮,୪୩୦୧୪%-ପରାସ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe