କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ, ଦାୟିତ୍ବ ନେଲେ ଗୋପ ବିଡିଓ

Advertisment

କୋଣାର୍କ ଉତ୍ସବରେ କାର୍ଯ୍ୟରେ ଅବହେଳା ଓ ଅନୁପସ୍ଥିତକୁ ନେଇ କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ହେଲେ ନିଲମ୍ବିତ, କାର୍ଯ୍ୟଭାର ନେଲେ ଗୋପ ବିଡିଓ। କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା କୋଣାର୍କ ଉତ୍ସବରେ ନିଜର କାର୍ଯ୍ୟ ସଠିକ ଭାବେ ନକରି ସରକାରୀ ନିର୍ଦେଶକୁ ବେଖାତିର କରିଥିଲେ।

କୋଣାର୍କ ଉତ୍ସବରେ କାର୍ଯ୍ୟରେ ଅବହେଳା ଓ ଅନୁପସ୍ଥିତକୁ ନେଇ କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ହେଲେ ନିଲମ୍ବିତ, କାର୍ଯ୍ୟଭାର ନେଲେ ଗୋପ ବିଡିଓ। କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା କୋଣାର୍କ ଉତ୍ସବରେ ନିଜର କାର୍ଯ୍ୟ ସଠିକ ଭାବେ ନକରି ସରକାରୀ ନିର୍ଦେଶକୁ ବେଖାତିର କରିଥିଲେ।

mk

କୋଣାର୍କ: ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ କୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ଦେବାକୁ ନେଇ ଓ ଓଡ଼ିଶାକୁ ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିବର୍ଷ କୋଣାର୍କରେ 'କୋଣାର୍କ ଉତ୍ସବ' ଚନ୍ଦ୍ରଭାଗା ସମୁଦ୍ରକୂଳରେ "ଅନ୍ତର୍ଜାତୀୟ ବାଲୁକାକଳା" ସହିତ ରାମଚଣ୍ଡୀ ମୁହାଁଣ ନିକଟରେ ଇକୋ-ରିଟ୍ରିଟ ଉତ୍ସବ କୋଟି କୋଟି ଟଙ୍କା ବ୍ୟୟରେ କରାଯାଇଥାଏ।

କୋଣାର୍କ ଉତ୍ସବକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନର ସମସ୍ତ ଦାୟିତ୍ବରେ ସମସ୍ତ ପ୍ରସ୍ତୁତି ଚାଲିଥିଲା ବେଳେ ଉତ୍ସବକୁ ନେଇ କୋଣାର୍କ ବିଜ୍ଞାପିତ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ଉତ୍ସବ ୫ ଦିନ ପର୍ଯ୍ୟନ୍ତ ହେଡକ୍ୱାର୍ଟରରେ  ଉପସ୍ଥିତ ରହିବାକୁ ଥିଲାବେଳେ କୋଣାର୍କ ବିଜ୍ଞାପିତ ଅଂଚଳ ପରିଷଦରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା କୋଣାର୍କ ଉତ୍ସବ ପରି ଏକ ଗୁରୁତ୍ୱପୂର୍ଣ୍ଣ  ସମୟରେ ନିଜର କାର୍ଯ୍ୟ ସଠିକ ଭାବେ ନକରି ସରକାରୀ ନିର୍ଦେଶକୁ ବେଖାତିର କରି ନିଜ କାର୍ଯ୍ୟରେ ଅବହେଳା କରିବା ସହ କୋଣାର୍କ ଏନଏସି କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବାକୁ ନେଇ ଗତ ୪ ତାରିଖ ବୁଧବାର ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁଯାୟୀ ଓଡ଼ିଶା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରାଯାଇ ଜରୁରୀକାଳୀନ ଭିତ୍ତିରେ ଗୋପ ବ୍ଲକ ବିଡ଼ିଓ ଛବିରାଣୀ ସାହୁଙ୍କୁ ଦାୟିତ୍ୱ ଦିଆଯାଇ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦିଆଯାଇ ଥିଲା ।

nm

 ଏନେଇ ଗୋପ ବିଡିଓ ଶ୍ରୀମତୀ ସାହୁ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଲିଖିତ ନିର୍ଦେଶ ପାଇ ୫ ତାରିଖ ଗୁରୁବାର ତୁରନ୍ତ କୋଣାର୍କ ଏନଏସି କାର୍ଯ୍ୟାଳୟରେ ପହଞ୍ଚି କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସମସ୍ତ ଦାୟିତ୍ୱ ନେଇ କାର୍ଯ୍ୟରେ ଯୋଗଦେଇ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗୋପ ବିଡିଓ ଶ୍ରୀମତୀ ସାହୁଙ୍କୁ କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗ ଦେବାକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe