ବିବାହ ହୋଇଗଲା କି? ଏହି ଭିଡିଓ ଭାଇରାଲ ହେବାରୁ ଚୈନତ୍ୟଙ୍କୁ ପ୍ରଶ୍ନ କଲେ ଲୋକେ

ବିବାହ ହୋଇଗଲା କି? ବର ବେଶରେ ସଜ ହୋଇ ଗାଡ଼ିରେ ଯାଉଥିବାର ଭିଡିଓ ଭାଇରାଲ ହେବାରୁ ଚୈନତ୍ୟଙ୍କୁ ପ୍ରଶ୍ନ କଲେ ଲୋକେ। ପ୍ରକୃତରେ ଏଳଭି ସଜ ହୋଇ କେଉଁଠାକୁ ଯାଉଥିଲେ ଅଭିନେତା ଜାଣନ୍ତୁ।

ଅଦ୍ୟତନ ହୋଇଛି
shobh

ନୂଆଦିଲ୍ଲୀ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଏହି ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ। ନିର୍ବନ୍ଧ ପରେ ପ୍ରଶଂସକମାନେ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏବେ ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହର ତାରିଖ ଏବଂ ସ୍ଥାନ ସମ୍ପର୍କରେ ସୂଚନା ସାମ୍ନାକୁ ଆସିନଥିବା ବେଳେ ଚୈତନ୍ୟଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଉଛି।

ଭିଡିଓରେ ସେ ବର ବେଶରେ ସଜ ହୋଇ ଏକ ବିଳାସପୂର୍ଣ୍ଣ କାରରେ ବସିଛନ୍ତି। କାର ଆଗରେ ବରଯାତ୍ରୀ ନାଚି ନାଚି ଯାଉଛନ୍ତି। ଏହା ସହିତ ବାଣ ଫୁଟିବା ସହ ବାଜା ବାଜୁଥିବା ଦେଖାଯାଇଛି।  ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଚୈତନ୍ୟ ବିବାହ ପାଇଁ ଯାଉଛନ୍ତି ନା ଭିଡିଓଟି ନିର୍ବନ୍ଧ ଦିନର ତାହା ସ୍ପଷ୍ଟ ହୋଇପାରିନାହିଁ।

ତେବେ ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ ଦାବି କରିଛି ଯେ, ଭିଡିଓଟି ହାଇଦ୍ରାବାଦରେ ଏକ ଷ୍ଟୋର ଓପନିଂକୁ ଯିବା ସମୟର, ଯେଉଁଥିପାଇଁ ନାଗା ଏଭଳି ସଜ ହୋଇ ବାହାରିଥିଲେ।

ଏହି ଖବର ପଢ଼ନ୍ତୁ: ଫିଲ୍ମର ପ୍ରଚାର ବେଳେ ବଲିଉଡର ଅସଲ ମୁଖା ଖୋଲିଲେ କଙ୍ଗନା

ଏହି ଖବର ପଢ଼ନ୍ତୁ: ସେ ପରିବାର ସହ ରହିବାକୁ ଚାହୁନଥିଲେ; ନତାଶାଙ୍କ ସହ ବ୍ରେକଅପର କାରଣ କହିଲେ ଅଲୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe