ମୟୂରଭଂଜର ନଗଡ଼ା: ମାଙ୍କଡ଼ଗୋଡ଼ା

Advertisment

ଭାରତ ସ୍ବାଧୀନତା ପ୍ରାପ୍ତିକୁ ୭୮ ବର୍ଷ ବିତିଛି। ହେଲେ ଆଜି ବିକାଶ ଅସଂପୂର୍ଣ୍ଣ ଅବସ୍ଥାରେ। ରାଜ୍ୟର ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ଲେକେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନରୁ ବଞ୍ଚିତ ହେଉଛନ୍ତି। ଏଭଳି ସ୍ଥାନରେ ରହୁଥିବା ଲୋକଙ୍କର ମୌଳିକ ସୁବିଧା ପୂରଣ କରିବାରେ ସରକାର ବିଫଳ ହୋଇଛନ୍ତି।

ଭାରତ ସ୍ବାଧୀନତା ପ୍ରାପ୍ତିକୁ ୭୮ ବର୍ଷ ବିତିଛି। ହେଲେ ଆଜି ବିକାଶ ଅସଂପୂର୍ଣ୍ଣ ଅବସ୍ଥାରେ। ରାଜ୍ୟର ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ଲେକେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନରୁ ବଞ୍ଚିତ ହେଉଛନ୍ତି। ଏଭଳି ସ୍ଥାନରେ ରହୁଥିବା ଲୋକଙ୍କର ମୌଳିକ ସୁବିଧା ପୂରଣ କରିବାରେ ସରକାର ବିଫଳ ହୋଇଛନ୍ତି।

Rai

ରାଇରଙ୍ଗପୁର: (ତୁଷାର କାନ୍ତ ମହାନ୍ତ): ନଗଡ଼ା ଭଳି ଅଭିଷପ୍ତ ଜୀବନ ବିତାଉଛନ୍ତି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ର ମାଙ୍କଡ଼ଗୋଡ଼ା ଗ୍ରାମର ଖଡ଼ିଆ ପରିବାର। ଦେଶ ସ୍ୱାଧୀନତାକୁ ୭୮ ବର୍ଷ ବିତିଥିଲେ ମଧ୍ୟ ଏବେ ବି ବହୁ ଅଂଚଳବାସୀ ଏହାର ବାସ୍ତବତାକୁ ଅନୁଭବ କରିନାହାଁନ୍ତି। ସରକାରୀ ସ୍ତରରେ ସେମାନଙ୍କ ସୁବିଧା ତଥା ବିକାଶ ପାଇଁ ବହୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ତାହା ସେମାନଙ୍କ ସେବାରେ କିମ୍ବା ସାହାର୍ଯ୍ୟରେ ଲାଗୁନାହିଁ। ଅନ୍ୟପକ୍ଷରେ ସେମାନଙ୍କ ନିକଟରେ ଆଜିବି ମୌଳିକ ସିବିଧା ଅପହଂଚ ହୋଇ ରହିଛି। ଏଭଳି ଏକ ଗାଁ ରହିଛି ରାଇରଙ୍ଗପୁର ବ୍ଲକ୍ ଗୁହାଳଡାଙ୍ଗିରୀ ଗ୍ରାମପଂଚାୟତର ମାଙ୍କଡ଼ଗୋଡା ଗ୍ରାମ। 

ମାଙ୍କଡ଼ଗୋଡ଼ା ଗ୍ରାମକୁ ସଭ୍ୟତାର ଆଲୋକ ଏଯାଏ ପ୍ରବେଶ କରିନଥିବା ପରି ମନେ ହୁଏ। ଏହି ଗ୍ରାମରେ ୩୦ ଅଧିକ ଆଦିବାସୀ ପରିବାର ବାସ କରୁଥିବା ବେଳେ ୨୫୦ରୁ ଅଧିକ ଲୋକ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଖଡିଆ (ଦେହୁରୀ) ସମ୍ପ୍ରଦାୟର। ରାଇରଙ୍ଗପୁର ସହରଠାରୁ ୩୫ କି.ମି ଦୂରରେ ଉକ୍ତ ଗାଁ। ପୂର୍ବରୁ ଉକ୍ତ ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ନଥିଲା। ସେ ନେଇ ଖବରକାଗଜରେ ପ୍ରକାଶିତ ହେବା ପରେ ରାସ୍ତା ନିର୍ମାଣ କରାଗଲା। ତା ସହିତ ପାନୀୟ ଜଳ ନିମନ୍ତେ ନଳକୂପ ବସାଗଲା।

ତେବେ ଉକ୍ତ ନଳକୂପରୁ ଗ୍ରୀଷ୍ମଦିନରେ ପାଣି ବାହାରୁନଥିବା ପ୍ରକାଶ କରନ୍ତି ଗ୍ରାମବାସୀ। ମେଗା ପ୍ରଜେକ୍ଟ ଦ୍ୱାରା ପାନୀୟ ଜଳ ପାଇଁ ପାଇପ୍ ବିଛାଯାଇଛି ଓ ନଳ ମଧ୍ୟ ବସାଯାଇଛି। କିନ୍ତୁ ଓଭର୍ ହେଡ୍ ପାଣି ଟାଙ୍କି କାର୍ଯ୍ୟ ଅସମ୍ପୂର୍ଣ ହୋଇ ପଡିରହିଥିବାରୁ ଜଙ୍ଗଲର ଝରଣା ପାଣିରେ ଶୋଷ ମେନ୍ଟାଇଥାନ୍ତି। ସେହି ଝରଣାରୁ ଜଙ୍ଗଲର ବନ୍ୟଜନ୍ତୁ, ଗୃହପାଳିତ ପଶୁପକ୍ଷୀ ସମେତ ମନୁଷ୍ୟମାନେ ମଧ୍ୟ ବ୍ୟବହାର କରିଥାନ୍ତି। ଲୋକଙ୍କର ଚାଷଜମି ଥିଲେ ମଧ୍ୟ ବନ୍ୟଜନ୍ତୁ ଫସଲ ଖାଇଦେଉଥିବାରୁ ଭଲ ଅମଳ କରିପାରନ୍ତି ନାହିଁ ଗ୍ରାମବାସୀ।

ଏହି ଖବର ପଢ଼ନ୍ତୁ: ସୁଭଦ୍ରା ଯୋଜନାରେ ସାମିଲ ହେବେ ୧ କୋଟି ୮ ଲକ୍ଷ ମହିଳା

ଗ୍ରାମବାସୀମାନେ ଦୀନ ମଜୁରିଆ ଭାବେ କାମ କରି ଏବଂ ଜଙ୍ଗଲରୁ କାଠ, ଫଳମୂଳ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ୩୦ ଅଧିକ ପରିବାର ଥିଲେ ମଧ୍ୟ ମାତ୍ର ୩ ପରିବାରକୁ ଆବାସ ଯୋଜନା ମିଳିଛି। ପ୍ରାୟ ୧୦ ବର୍ଷ ପୂର୍ବରୁ ଗୋଟିଏ କଠରୀ ଥିବା ଛୋଟ ଛୋଟ ଘର ୧୦ଟି ପରିବାରକୁ ମିଳିଥିଲା। ସେଗୁଡିକର ରକ୍ଷଣାବେକ୍ଷଣା ଅଭାବରୁ ସେଗୁଡିକ ମଧ୍ୟ ୮୦ ପ୍ରତିଶତ ଭାଙ୍ଗିଗଲାଣି। ବର୍ତମାନ ବିପଦ ସଂକୁଳ ଅବସ୍ଥାରେ ସେହି ଭଙ୍ଗା ଛୋଟ କୋଠରୀରେ ପରିବାରର ୧୦ ରୁ ୧୨ ଜଣ ସଦସ୍ୟ ବାସ କରିଥାନ୍ତି। ସେହି ଗୋଟିଏ କଠୋରୀରେ ଗୃହପାଳିତ ପଶୁପକ୍ଷୀ ସମେତ ପରିବାରର ସମସ୍ତ କୁଟୁମ୍ବ ବାସ କରିଥାନ୍ତି।

ପ୍ରାଥମିକ ଶିକ୍ଷା ନିମନ୍ତେ ପୂର୍ବରୁ ଗ୍ରାମରେ ବିଦ୍ୟାଳୟଟିଏ ଥିଲା। ଛାତ୍ରଛାତ୍ରୀ ସଂଖ୍ୟା କମ୍ ଥିବାରୁ ଉକ୍ତ ବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ବନ୍ଦ କରିଦିଆଯାଇଛି। ଫଳରେ ସେଠାକାର କୁନିକୁନି ଛାତ୍ରଛାତ୍ରୀମାନେ ଦୁଇଟି ପାହାଡ଼ ପାରି ହୋଇ ୪ କି.ମି ଦୂରରେ ଥିବା ସୁରିଆଗୋଡା ସ୍କୁଲକୁ ଯାଉଛନ୍ତି। କିନ୍ତୁ ଅଧିକ ଦୂର ଥିବାରୁ ପାଠ ପଢିବାକୁ ସ୍କୁଲକୁ ସବୁବେଳେ ଯାଇପାରନ୍ତି ନାହିଁ। ଫଳରେ ପ୍ରାଥମିକ ଶିକ୍ଷାରୁ ମଧ୍ୟ ବଂଚିତ ହେଉଛନ୍ତି। ତା ଛଡା ସେଠାରେ ଏକ ଅଙ୍ଗନବାଡି କେନ୍ଦ୍ର ଅଛି। ଅଙ୍ଗନବାଡିରେ ଯେତିକି ଖାଇବାର ମିଳେ ସେତିକି ଖାଦ୍ୟ ଖାଇଥାନ୍ତି। ଅନ୍ୟ ସମୟରେ ପୁଷ୍ଟିକର ଖାଦ୍ୟରୁ ବଂଚିତ ହୋଇଥାନ୍ତି କୋମଳମତୀ ଶିଶୁମାନେ।

ଗ୍ରାମରେ ବିଦ୍ୟାଳୟଟିଏ ଥିଲା। ଛାତ୍ରଛାତ୍ରୀ ସଂଖ୍ୟା କମ୍ ଥିବାରୁ ଉକ୍ତ ବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ବନ୍ଦ କରିଦିଆଯାଇଛି। ଫଳରେ ସେଠାକାର କୁନିକୁନି ଛାତ୍ରଛାତ୍ରୀମାନେ ଦୁଇଟି ପାହାଡ଼ ପାରି ହୋଇ ୪ କି.ମି ଦୂରରେ ଥିବା ସୁରିଆଗୋଡା ସ୍କୁଲକୁ ଯାଉଛନ୍ତି।

Rairangpur

ଗ୍ରାମଠାରୁ ଡାକ୍ତରଖାନା ମଧ୍ୟ ଦୂର ଥିବାରୁ ଜ୍ୱର କିମ୍ବା କୌଣସି ରୋଗରେ ଆକ୍ରାନ୍ତ ହେଲେ ଚିକିତ୍ସା ପାଇଁ ମେଡିକାଲ୍ ଯାଇପାରନ୍ତି ନାହିଁ। ଜଙ୍ଗଲର ଚେରମୂଳରୁ ପ୍ରସ୍ତୁତ ଔଷଧ ଖାଇଥାନ୍ତି। ରୋଗ କଣ ହୋଇଛି ନଜାଣି ଔଷଧ ଖାଉଥିବାରୁ ଅଳ୍ପ ବୟସରଙ୍କ ମୃତ୍ୟୁବରଣ କରୁଥିବାର ଜଣାପଡିଛି । 

ଏହା ବ୍ୟତୀତ ବର୍ତମାନର ଅଧୁନିକ ଯୁଗରେ ବିଦ୍ୟୁତ୍ ସେବାରୁ ବଂଚିତ ଅଛନ୍ତି। ଗ୍ରାମକୁ ବିଦ୍ୟୁତ୍ ତାର ଟଣାଯାଇଥିଲେ ମଧ୍ୟ ମାତ୍ର ୪ ପରିବାରକୁ ବିଦ୍ୟୁତ୍ ସଂଯୋଗ ହୋଇଥିବା ବେଳେ ଅନ୍ୟ ପରିବାର ରାତିହେଲେ ତାଟି କୋବାଟ ବନ୍ଦ କରି ଶୋଇଥାନ୍ତି। ୧୦ ବର୍ଷ ପୂର୍ବରୁ ସୋଲାଇ୍ ଲାଇଟ୍ ସଂଯୋଗ ଦିଆଯାଇଥିଲେ ମଧ୍ୟ ତାହା ବର୍ଷେ ଜଳିବା ପରେ ଅଚଳ ହୋଇ ପଡିରହିଛି। 

ଏହି ଖବର ପଢ଼ନ୍ତୁ: ନିଜକୁ ପାଣ୍ଡିଆନଙ୍କ ଶଳା ବୋଲି କହୁଥିଲା ମାଷ୍ଟର୍‌ ମାଇଣ୍ଡ୍‌ ରମେଶ

ଖଡିଆ ସମ୍ପ୍ରଦାୟର ପୁଅ-ଝିଅମାନେ ମାତ୍ର ୧୨ ରୁ ୧୫ ବର୍ଷ ବୟସରେ ବିବାହ କରୁଥିବାରୁ ଅଳ୍ପ ବୟସରେ ବାପା-ମାଆ ହୋଇଥାନ୍ତି। ଫଳରେ କମ୍ ବୟସରେ ହିଁ ତାଙ୍କର ମୃତ୍ୟୁ ଘଟିଥାଏ। ଏଭଳି ଜୀବନଯାପନ ବିତାଉଥିବାରୁ ମାଙ୍କଡଗୋଡା ଗ୍ରାମକୁ ମୟୂରଭଂଜ ଜିଲ୍ଲାର ନଗଡା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ଦେଖିବାକୁ ବାକି ରହିଲା ଉକ୍ତ ଗ୍ରାମରେ କେବେ ବିକାଶର ଆଲୁଅ ଜଳିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe