୪ର୍ଥ ପର୍ଯ୍ୟାୟ ନିର୍ବାଚନର ସବୁଠାରୁ ଧନୀ ପ୍ରାର୍ଥୀ ନକୁଲ ନାଥ, ଗରିବ ପ୍ରାଥୀଙ୍କ ପାଖରେ ଅଛି ୧,୮ ୨୩ ଟଙ୍କା

Advertisment
୪ର୍ଥ ପର୍ଯ୍ୟାୟ ନିର୍ବାଚନର ସବୁଠାରୁ ଧନୀ ପ୍ରାର୍ଥୀ ନକୁଲ ନାଥ, ଗରିବ ପ୍ରାଥୀଙ୍କ ପାଖରେ ଅଛି ୧,୮ ୨୩ ଟଙ୍କା

www.news18.com

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବହୁ ଧନୀ ସାଂସଦ ପ୍ରାର୍ଥୀ ସବୁ ରହିଛନ୍ତି। ତେବେ, ଏହି ଧନୀ ପ୍ରାର୍ଥୀମାନେ ଅଧିକାଂଶ ପରିମାଣର ମଧ୍ୟପ୍ରଦେଶର।

ନିକଟରେ ଏହି ପ୍ରାର୍ଥୀମାନଙ୍କ ଉପରେ ଏଡିଆର୍‌ ଏକ ରିପୋର୍ଟ ପ୍ରକାଶ କରିଛି ଯେ ରାଜ୍ୟର ୧୦୪ ପ୍ରାର୍ଥୀଙ୍କ ମଧ୍ୟରୁ ଅନେକ କୋଟିପତି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ କଂଗ୍ରେସର ବୋଲି ଜାଣିବାକୁ ମିଳିଛି।

ଧନୀକଙ୍କ ମଧ୍ୟରୁ ସବୁଠାରୁ ଆଗରେ ଅଛନ୍ତି ଚିନ୍ଦଓ୍ଵାରା ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲ ନାଥ। ସେ ହେଉଛନ୍ତି ୬୬୦ କୋଟି ଟଙ୍କାର ମାଲିକ।

ସେହିପରି ଜବଲପୁରରୁ ନିର୍ବାଚନ ଲଢୁଥିବା ଓକିଲ ତଥା ରାଜ୍ୟସଭା ସାଂସଦ ବିବେକ ତାଙ୍ଖାଙ୍କ ନିକଟରେ ୬୬ କୋଟି ଟଙ୍କାର ସମ୍ପତ୍ତି ଅଛି।

ପୂର୍ବତନ ବିରୋଧୀ ନେତା ତଥା କଂଗ୍ରେସ ପ୍ରାର୍ଥୀ ଅଜୟ ସିଂହ ୩୭ କୋଟି ଟଙ୍କାର ମାଲିକ ହୋଇଥିବା ବେଳେ ବିଜେପି ରାଜ୍ୟ ସଭାପତି ରାକେଶ ସିଂହଙ୍କ ୪ କୋଟି ଊର୍ଧ୍ୱ ଟଙ୍କାର ସମ୍ପତ୍ତି ଅଛି।

ତେବେ, ଏମିତି ବି ସାଂସଦ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ଖୁବ୍‌ ଗରିବ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସିଦ୍ଧିର ପ୍ରାର୍ଥୀ ଲାଲନ କୁମାର, ଯାହାଙ୍କ ନିକଟରେ ୧,୮୨୩ ଟଙ୍କାର ସମ୍ପତ୍ତି ରହିଛି। ସେହିପରି ସିଦ୍ଧିର ଅନ୍ୟ ଜଣେ ପ୍ରାର୍ଥୀ ରାମ ସହାୟଙ୍କ ନିକଟରେ ୬,୧୩୪ ଟଙ୍କାର ସମ୍ପତ୍ତି ରହିଛି। ଜବଲପୁର ପ୍ରାର୍ଥୀ ଧନୁକଙ୍କ ନିକଟରେ ୧୦ ହଜାର ୩୦୦ ଟଙ୍କା ରହିଛି।

୧୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୪% ପ୍ରାର୍ଥୀଙ୍କ ନାମରେ ଅପରାଧୀକ ମାମଲା ରହିଥିବା ବେଳେ ୮% ପ୍ରାର୍ଥୀଙ୍କ ନାମରେ ଗୁରୁତର ଅପରାଧୀକ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe