ବେଙ୍ଗାଳୁରୁରେ ନୂଆ ଘର କିଣିଲେ ନାରାୟଣ ମୂର୍ତ୍ତି

ଦେଶର ଦ୍ୱିତୀୟ ବଡ଼ ଆଇଟି କମ୍ପାନି "ଇନଫୋସିସ୍" ର ସହ ନିର୍ମାତା ଏନ ଆର୍ ନାରାୟଣ ମୂର୍ତ୍ତି ୭୮ ବର୍ଷ ବୟସରେ ଏକ ନୂଆ ଫ୍ଲାଟ୍ କିଣିଛନ୍ତି। ୮୪୦୦ ବର୍ଗ କ୍ଷେତ୍ର ବିଶିଷ୍ଟ ଏହି ଫ୍ଲାଟଟି ୧୬ ମହଲାରେ ଅବସ୍ଥିତ। ସେଥିରେ ବେଡରୁମ୍ ସହିତ ୫ ଟି ପାର୍କିଂ ପ୍ଲେସ ବି ଅଛି।

murtthy

ବେଙ୍ଗାଲୁରୁ: ଦେଶର ଦ୍ୱିତୀୟ ବଡ଼ ଆଇଟି କମ୍ପାନି "ଇନଫୋସିସ୍" ର ସହ ନିର୍ମାତା ଏନ ଆର୍ ନାରାୟଣ ମୂର୍ତ୍ତି ୭୮ ବର୍ଷ ବୟସରେ ଏକ ନୂଆ ଫ୍ଲାଟ୍ କିଣିଛନ୍ତି।

ବେଙ୍ଗାଳୁରୁର ଏହି ଘରେ ଅନେଗୁଡ଼ିଏ ସୁବିଧା ଉପଲବ୍ଧ ରହିଛି। ସେ ବେଙ୍ଗାଳୁରୁର କିଙ୍ଗଫିସର ଟାୱାରରେ ଏହି ଘର କିଣିଛନ୍ତି। ଯାହାର ଦାମ ୫୦ କୋଟି ଟଙ୍କା।

୮୪୦୦ ବର୍ଗ କ୍ଷେତ୍ର ବିଶିଷ୍ଟ ଏହି ଫ୍ଲାଟଟି ୧୬ ମହଲାରେ ଅବସ୍ଥିତ। ସେଥିରେ ବେଡରୁମ୍ ସହିତ ୫ ଟି ପାର୍କିଂ ପ୍ଲେସ ବି ଅଛି।

ରିପୋର୍ଟ ଅନୁସାରେ, କିଙ୍ଗଫିସର ଟାୱାରରେ ଥିବା ଏହି ଘରକୁ ବର୍ଗକ୍ଷେତ୍ର ପିଛା ୫୯,୫୦୦     ଟଙ୍କାରେ ବିକ୍ରି କରାଯାଇଛି।

ନାରାୟଣ ମୂର୍ତ୍ତି ଏହି ଘରକୁ ମୁମ୍ୱାଇର ଜଣେ  ବ୍ୟବସାୟୀଙ୍କ ଠାରୁ କିଣିଛନ୍ତି। ଏହି କିଙ୍ଗଫିସରର ଟାୱାରର ସମୁଦାୟ ୩୪ ମହଲା ଘର ଅଛି। ଏଥିରେ ଥିବା ୮୧ ଟି ଆପାର୍ଟମେଣ୍ଟ ବହୁତ୍ ଖାସ୍।

କିଙ୍ଗଫିସର ଟାୱାରରେ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କର ବି ଏକ ଫ୍ଲାଟ୍ ଅଛି। ଯାହାକି ୩୯ ମହଲାରେ ଅବସ୍ଥିତ। ଯାହାର ଦାମ ୨୯ କୋଟି ଟଙ୍କା।

ନାରାୟଣ ମୂର୍ତ୍ତିଙ୍କ ପୂରା ସମ୍ପତ୍ତିର ମୂଲ୍ୟ ୫.୩  ଆରବ ଡଲାର। ଯାହା ଭାରତୀୟ ମୁଦ୍ରାରେ ୪୪,୮୭୬ କୋଟି ଟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe