ବାଲାକୋଟକୁ ସେ ନିଜେ ଯାଇ ବୋମା ପକାଇ ଆସିଛନ୍ତି ବୋଲି କହି ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି: କୁମାରସ୍ୱାମୀ

Advertisment
ହିନ୍ଦୀ ଭାଷା ପାଇଁ ଅଣହିନ୍ଦୀ ଲୋକେ ଆଉ କେତେ ହଟହଟା ହେବେ? ଏଚ୍‌.ଡି. କୁମାରସ୍ବାମୀ

(Photo Credits: PTI)

ବେଙ୍ଗାଲୁର: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାକ୍‌ ବାଣରେ ଘାଇଲା କରିଛନ୍ତି। କୁମାରସ୍ୱାମୀ ମୋଦୀଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ ମୋଦୀ ଲୋକଙ୍କୁ ଏପରି ଭୁଆଁ ବୁଳାଉଛନ୍ତି ଯେ ସେ ବାଲାକୋଟ୍‌ ଯାଇ ଆତଙ୍କବାଦୀଙ୍କ ଉପରେ ବୋମା ପକାଇ ଆସିଛନ୍ତି। ସେ ଆହୁରି ବି କହିଛନ୍ତି କି ମୋଦୀ ବାଲୋକୋଟ ଷ୍ଟ୍ରାଇକ୍‌କୁ ନେଇ ନିର୍ବାଚନୀ ଭାଷଣ ଦେଇ ଲୋକଙ୍କୁ ଧୋକାରେ ନିଜ ଆଡ଼କୁ ମୁହାଁଇ ନେଉଛନ୍ତି। ପୂର୍ବରୁ ଅନେକ ଥର ଭାରତ-ପାକ୍‌ ଯୁଦ୍ଧ ହୋଇଛି। ମାତ୍ର ମୋଦୀଙ୍କ ପରି ତାହାକୁ କେହି ନିଜ ବ୍ୟକ୍ତିଗତ ଳାଭ ପାଇଁ ବ୍ୟବହାର କରନ୍ତି ନାହିଁ ବୋଲି କୁମାରସ୍ୱାମୀ କହିଛନ୍ତି।

ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇକୁ ସାକ୍ଷାତ୍‌କାର ଦେଇ କୁମାରସ୍ୱାମୀ କହିଛନ୍ତି କି ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ନିର୍ବାଚନୀ ପ୍ରଚାରରେ ବାରମ୍ବାର ଏୟାର୍‌ ଷ୍ଟ୍ରାଇକ୍‌କୁ ଟାର୍ଗେଟ୍‌ କରୁଛନ୍ତି ତାହା ଖାଲି ଲୋକଙ୍କୁ ପ୍ରଭାବିତ କରିବା ପାଇଁ।’

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ କୁମାରସ୍ୱାମୀ କହିଥିଲେ ଯେ ‘ପ୍ରଧାନମନ୍ତ୍ରୀ ମୋଦୀ କ୍ୟାମେରା ସାମ୍ନାକୁ ଯିବା ପୂର୍ବରୁ ଓ୍ଵାକ୍ସିଂ ଓ ଫେସିଆଲ୍‌ କରି ଯାଉଛନ୍ତି। ସେ କ୍ୟାମେରାରେ ଭଲ ଦିଶୁଛନ୍ତି ବୋଲବି ପରଦାରେ ତାଙ୍କ ମୁହଁ ବେଶି ଦିଶୁଛି। ମିଡିଆ ଭାଇମାନେ ଆମ ଆଡ଼େ ଦୃଷ୍ଟି ଦେଉନାହାନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe