ଟିଏମ୍‌ସି ପରେ ମୋଦୀଙ୍କ ବିରୋଧରେ ଅଭିଯୋଗ ନେଇ ନିର୍ବାଚନ କିମସନଙ୍କ ଦ୍ୱାରସ୍ଥ ହେଲା ଟିଡିପି

Advertisment
ଟିଏମ୍‌ସି ପରେ ମୋଦୀଙ୍କ ବିରୋଧରେ ଅଭିଯୋଗ ନେଇ ନିର୍ବାଚନ କିମସନଙ୍କ ଦ୍ୱାରସ୍ଥ ହେଲା ଟିଡିପି

(Photo Credits: IANS)

କୋଲକାତା: ନିର୍ବାଚନ ନ ସରୁଣୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଦ୍ରିନାଥ, କେଦାରନାଥ ଯାତ୍ରା ଓ ଧ୍ୟାନମୁଦ୍ରାକୁ ନେଇ ହୋଇଥିବା ଚର୍ଚ୍ଚା ଆଦର୍ଶ ଅଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ଟିଏମ୍‌ସି ଅଭିଯୋଗ ଆଣିବା ପରେ ଏବେ ସମାନ ଅଭିଯୋଗ ଆଣିଛି ଟିଡିପି। ତେଲ୍‌ଗୁ ଦେଶମ ପାର୍ଟି ରବିବାର ମୋଦୀଙ୍କ ବିରୋଧରେ ଅଭିଯୋଗ ଆଣି ନିର୍ବାଚନ କମିସନଙ୍କ ନିକଟକୁ ଏକ ପତ୍ର ଲେଖିଥିବା ସୂଚନା ରହିଛି।

ଡିଟିପି ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟକୁ ପତ୍ର ଲେଖାଯାଇ କୁହାଯାଇଛି ଯେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଦ୍ରିନାଥ ଏବଂ କେଦାରନାଥକୁ ତାଙ୍କର ବ୍ୟକ୍ତିଗତ କାମ ପାଇଁ ଯାଇଛନ୍ତି। ମାତ୍ର ଗତ ୨ ଦିନ ହେବ ଯେଉଁ ଭଳି ଭାବେ ତାହା ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି ତାହା ଅଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି।’

ଉଲ୍ଲେଖଯୋଗ୍ୟ, ଟିଡିପି ପୂର୍ବରୁ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି)। ନେତା ଦେରେକ ଓ’ ବ୍ରିୟେନ୍‌ ଏ ସଂପର୍କରେ ନିର୍ବାଚନ କମିସନଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ନିର୍ବାଚନ କମିସନ ଏହାକୁ ନେଇ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

publive-image hindustantimes.com

ଦେରେକ ଲେଖିଛନ୍ତି, ‘ଆପଣଙ୍କ ସୂଚନା ସକାଶେ ଜଣାଉଛି ଯେ ଶେଷ ପର୍ଯ୍ୟାନ ନିର୍ବାଚନ ପାଇଁ ୧୭ ତାରିଖ ସଂଧ୍ୟା ସୁଦ୍ଧା ନିର୍ବାଚନୀ ପ୍ରଚାର ବନ୍ଦ ହୋଇ ସାରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେଦାରନାଥ ଯାତ୍ରା ସଂପର୍କରେ ବିସ୍ତତ ଭାବେ ଗଣମାଧ୍ୟମରେ ପ୍ରଦର୍ଶନ କରାଯାଉଛି। ଜାତୀୟ ଓ ରାଜ୍ୟ ଗଣମାଧ୍ୟମରେ ଦୁଇ ଦିନ ହେବା ମୋଦୀ ଛାଇ ଯାଇଛନ୍ତି। ଏହା ଖୋଲା ଖୋଲି ଭାବେ ଆଚରଣ ବିଧିର ଉଲ୍ଲଂଘନ କରୁଛି।’

ସେ ଆହୁରି ବି ଅଭିଯୋଗ ଆଣିଛନ୍ତି ଯେ ଖାଲି ଏତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥରେ ଏକ ପ୍ଵଲିକ୍‌ ରାଲିକୁ ସମ୍ବୋଧନ କରିବା ସମୟରେ କେଦାରନାଥ ପାଇଁ ତାଙ୍କ ମସ୍ତିଷ୍କରେ ଏକ ମାଷ୍ଟରପ୍ଲାନ ରହିଛି ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି। ଏହା ଅତ୍ୟନ୍ତ ଦୁଃଖର କଥା ଯେ ମୋଦୀ କରୁଥିବା ଏସବୁ କାମ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଆଚରଣ ବିଧିର ଉଲ୍ଲଂଘନ କରୁଥିଲେ ବି ନିର୍ବାଚନ କମିସନ କିମ୍ବା କୌଣସି ଉପରସ୍ଥ ଅଧିକାରୀଙ୍କୁ ତାହା ଦିଶୁନାହିଁ ବୋଲି କହିଛନ୍ତି ଦେରେକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe