ଜାତୀୟ ମିନେରାଲ୍ କଂଗ୍ରେସ: ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ ଲକ୍ଷ୍ୟ

National Mineral Congress

ଜାତୀୟ ମିନେରାଲ୍ କଂଗ୍ରେସ: ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ ଲକ୍ଷ୍ୟ

ଭୁବନେଶ୍ବର : କେନ୍ଦ୍ର ସରକାର ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ କୋଇଲା ବାଷ୍ପୀକରଣ (କୋଲ୍‌ ଗ୍ୟାସିଫିକେସନ୍) ଲକ୍ଷ୍ୟ ରଖିଛନ୍ତି। ଏଠାରେ ୱାର୍ଲଡ୍‌ ମାଇନିଂ କଂଗ୍ରେସ ପକ୍ଷରୁ କେନ୍ଦ୍ର କୋଇଲା, ଶକ୍ତି, ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ଜାତୀୟ ମିନେରାଲ କଂଗ୍ରେସରେ ଯୋଗ ଦେଇ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭି କେ ତିୱାରୀ କହିଛନ୍ତି। ପ୍ରଯୁକ୍ତିକୁ ବ୍ୟବହାର କରିବା ଓ ଡିଜିଟାଲ୍ ଭିତ୍ତିଭୂମି ଗଠନ କରିବାକୁ ସେ କଂପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି।

ଆଲୁମିନିୟମ୍ କ୍ଷେତ୍ରର ଆହ୍ବାନ ସମ୍ପର୍କରେ ସେ କହିଛନ୍ତି ଯେ ବକ୍ସାଇଟ୍ ଉତ୍ପାଦନ ବଢ଼ାଇବା ଲାଗି ଆମକୁ ସମବଳ ବିନିଯୋଗ କରିବାକୁ ହେବ। ସ୍କ୍ରାପ୍‌ରୁ ଗୁଣାତ୍ମକ ଉତ୍ପାଦନ ପ୍ରସ୍ତୁତ କରିବା ଲାଗି ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ୨୦୩୦ ସୁଦ୍ଧା ଦେଶର ହାଇଡ୍ରୋଜେନ୍ ଚାହିଦା ୧୧.୭ ନିୟୁତ ଟନ୍‌କୁ ବୃଦ୍ଧି ପାଇବ। ଏବେ ରିଫାଇନାରି ଓ ସାର କାରଖାନାରେ ଅଧିକ ହାଇଡ୍ରୋଜେନ୍ ବ୍ୟବହାର ହେଉଥିବା ସେ କହିଛନ୍ତି। ବର୍ତ୍ତମାନ ତାହାକୁ ପ୍ରାକୃତିକ ଗ୍ୟାସ୍‌ରୁ ବାହାର କରାଯାଉଥିବା ବେଳେ ଆଗାମୀ ଦିନରେ କୋଇଲାରୁ ତାହାକୁ ପ୍ରସ୍ତୁତ କରାଯିବ। କଂପାନିମାନଙ୍କ ଲାଗି ରହିଥିବା ସୁଯୋଗ ବିଷୟରେ ସେ କହିଛନ୍ତି ଯେ ଦ୍ବେତ ମଞ୍ଜୁରି ଆବଶ୍ୟକତାକୁ ଦୂର କରାଯାଇଥିବା‌ ବେଳେ ଅନଲାଇନ୍‌ରେ ଖଣି ଆବଣ୍ଟନ କରାଯାଉଛି ଓ ବାଷ୍ପୀକରଣପାଇଁ ପ୍ରୋତ୍ସାହନ ଦିଆଯାଉଛି।

ଏହି କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍‌ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ‌ସମେତ ୨୦ଟି ପ୍ରମୁଖ କଂପାନିର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଆସନ୍ତାକାଲି ଶ୍ରୀ ଜିନ୍ଦଲଙ୍କ ସମେତ ଏକ ପ୍ରତିନିଧି ଦଳ ଜେଏସ୍‌ପିର ଅନୁଗୁଳରେ ଥିବା କୋଲ୍ ଗ୍ୟାସିଫିକେସନ କାରଖାନା ପରିଦର୍ଶନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe