ନାଉଗାଁର ଅଙ୍ଗେଶ୍ବରପଡ଼ା ଉଚ୍ଚ ବିଦ୍ୟାଳୟ: ବିପଦଶଙ୍କୁଳ କୋଠାରେ ଚାଲିଛି ପାଠପଢ଼ା

ନାଉଗାଁର ଅଙ୍ଗେଶ୍ବରପଡା ଉଚ୍ଚ ବିଦ୍ୟାଳୟ। ମହାବାତ୍ୟା ପରେ ତିଆରି ହୋଇଥିବା କ୍ଲାସରୁମ କୋଠାକୁ ୨୦୧୯-୨୦ରେ ବିପଦଶଙ୍କୁଳ ଘୋଷଣା କରିଛି ବ୍ଲକ ପ୍ରଶାସନ | କିନ୍ତୁ ଏବେ ବି ବିପଦଶଙ୍କୁଳ କୋଠାରେ ପାଠପଢ଼ା ଚାଲିଛି।

naug

ଜଗତସିଂହପୁର: ନାଉଗାଁର ଅଙ୍ଗେଶ୍ବରପଡା ଉଚ୍ଚ ବିଦ୍ୟାଳୟ। ମହାବାତ୍ୟା ପରେ ତିଆରି ହୋଇଥିବା କ୍ଲାସରୁମ କୋଠାକୁ ୨୦୧୯-୨୦ରେ ବିପଦଶଙ୍କୁଳ ଘୋଷଣା କରିଛି ବ୍ଲକ ପ୍ରଶାସନ | କିନ୍ତୁ ଏବେ ବି ବିପଦଶଙ୍କୁଳ କୋଠାରେ ପାଠପଢ଼ା ଚାଲିଛି। କେବଳ ଏହି ଗୋଟିଏ ନୁହେଁ ଜିଲ୍ଲାରେ ଏମିତି ସ୍କୁଲ ହତାରେ ଶହ ଶହ ବିପଦଶଙ୍କୁଳ ଘର ଓ କ୍ଲାସରୁମ୍ ରହିଛି। କେତେବେଳେ ଅଘଟଣ ଘଟିବ ଓ ଧନଜୀବନ ହାନୀ ଘଟିବ ତାହା କହି ହେବ ନାହିଁ। କିନ୍ତୁ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଆଖି ବୁଜି ଦେଇଛି। 
 ନିକଟରେ ରାଜସ୍ଥାନର ଝାଲବାଡ ଜିଲ୍ଲାରେ ପ୍ରାଥମିକ ସ୍କୁଲ ଘର ଛାତ ଭାଙ୍ଗି ୭ ଜଣ ମୃତ୍ୟୁ ଓ ୩୦ ଜଣ ଆହତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି | ଖାଲି ସେତିକି ନୁହେଁ ମଙ୍ଗଳବାର ଉଦୟପୁରରେ ପୁଣି ସ୍କୁଲ ଘର ଭାଙ୍ଗିଥିବା ଜଣାପଡ଼ିଛି | ଝାଲବାଡ ସ୍କୁଲ ଦୁର୍ଘଟଣା ଘଟଣାରେ ପୂର୍ବରୁ କ୍ଲାସ କୋଠାକୁ ବିପଦଶଙ୍କୁଳ ଘୋଷଣା କରାଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। ଓଡ଼ିଶାରେ ହଜାର ହଜାର ସଂଖ୍ଯାରେ ବିପଦଶଙ୍କୁଳ ସ୍କୁଲ କୋଠା ରହିଛି। ଜଗତସିଂହପୁର ଜିଲ୍ଲାରେ ସ୍କୁଲ ହତାରେ ଶତାଧିକ ବିପଦଶଙ୍କୁଳ ଘର ଓ ଶ୍ରେଣୀଗୃହ ରହିଛି | କିନ୍ତୁ ବର୍ଷ ବର୍ଷ ଧରି ଭଙ୍ଗାଯାଉ ନାହିଁ କିମ୍ବା ମରାମତି କରାଯାଉ ନାହିଁ | ଯାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭିତରେ ଭୟ ଲାଗି ରହିଛି।

ଜିଲ୍ଲା ଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ପ୍ରାୟ ୧୪୦୦ ସ୍କୁଲ ରହିଛି। ସେଥିରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରହିଛି। ସେଥିରୁ ପ୍ରାୟ ୬୫୦ରୁ ଅଧିକ ସ୍କୁଲରେ ଭଙ୍ଗା ଦଦରା ଶ୍ରେଣୀଗୃହ ଏବଂ ହତା ଭିତରେ ବିପଦଶଙ୍କୁଳ କୋଠା ରହିଛି। ଏହାର ତାଲିକା ପ୍ରସ୍ତୁୁତ କରାଯାଇ ଆର ଆଣ୍ଡ ବି (ରାସ୍ତା ଓ କୋଠାବାଡ଼ି ବିଭାଜନ) ଏବଂ ଆରଡି ( ଗ୍ରାମ୍ୟ ଉନ୍ନୟନ) ବିଭାଗକୁ ଦିଆଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଦୁଇ ବିଭାଗ ଯାଞ୍ଚ କରିବା ପରେ କାହାକୁ ଭଙ୍ଗାଯିବ ଓ କେଉଁ ଶ୍ରେଣୀ ଗୃହ ମରାମତି କରାଯିବ ସେମାନେ ତାଲିକା ଦେବା ପରେ କାମ ଆରମ୍ଭ ହେବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଲା ୬ ମାସରୁ ଅଧିକ ଦିନ ହେଲା ଦୁଇ ବିଭାଗ ପାଖରେ ପ୍ରସ୍ତାବ ପଡ଼ି ରହିଥିଲେ ମଧ୍ଯ ତାହା କାର୍ଯ୍ଯକାରୀ ହୋଇପାରୁନି।

ନିକଟରେ ରାଜସ୍ଥାନର ଝାଲବାଡ ଜିଲ୍ଲାରେ ପ୍ରାଥମିକ ସ୍କୁଲ ଘର ଛାତ ଭାଙ୍ଗି ୭ ଜଣ ମୃତ୍ୟୁ ଓ ୩୦ ଜଣ ଆହତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି | ଖାଲି ସେତିକି ନୁହେଁ ମଙ୍ଗଳବାର ଉଦୟପୁରରେ ପୁଣି ସ୍କୁଲ ଘର ଭାଙ୍ଗିଥିବା ଜଣାପଡ଼ିଛି | ଝାଲବାଡ ସ୍କୁଲ ଦୁର୍ଘଟଣା ଘଟଣାରେ ପୂର୍ବରୁ କ୍ଲାସ କୋଠାକୁ ବିପଦଶଙ୍କୁଳ ଘୋଷଣା କରାଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। ଓଡ଼ିଶାରେ ହଜାର ହଜାର ସଂଖ୍ଯାରେ ବିପଦଶଙ୍କୁଳ ସ୍କୁଲ କୋଠା ରହିଛି। ଜଗତସିଂହପୁର ଜିଲ୍ଲାରେ ସ୍କୁଲ ହତାରେ ଶତାଧିକ ବିପଦଶଙ୍କୁଳ ଘର ଓ ଶ୍ରେଣୀଗୃହ ରହିଛି | କିନ୍ତୁ ବର୍ଷ ବର୍ଷ ଧରି ଭଙ୍ଗାଯାଉ ନାହିଁ କିମ୍ବା ମରାମତି କରାଯାଉ ନାହିଁ | ଯାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭିତରେ ଭୟ ଲାଗି ରହିଛି।

ଏଠାରେ ପ୍ରଶ୍ନ ଉଠୁଛି ଶିକ୍ଷା ବିଭାଗର ଏହି ପ୍ରସ୍ତାବକୁ କାହିଁକି କାର୍ଯ୍ଯକାରୀ କରାଯାଉ ନାହିଁ? ଯଦି ଅଘଟଣ ଘଟିଲା ତାହେଲେ କେଉଁ ବିଭାଗକୁ ଦାୟୀ କରାଯିବ? ଆର ଆଣ୍ଡ ବି ଏବଂ ଆରଡି ବିଭାଗ ପକ୍ଷରୁ କାହିଁକି ଯାଞ୍ଚ  କରାଯାଉ ନାହିଁ? ପ୍ରସ୍ତାବ ପଠାଇ କାହିଁକି ଚୁପ୍ ବସିଛି ଶିକ୍ଷା ବିଭାଗ? ରାଜସ୍ଥାନ ଘଟଣା ପରେ କାହିଁକି ତତ୍ପରତା ପ୍ରକାଶ କରାଯାଉ ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଛିଡ଼ା ହୋଇଛି। ଏ ସମ୍ପର୍କରେ ଆର ଆଣ୍ଡ ବି ଅଧୀକ୍ଷଣ ଯନ୍ତ୍ରୀ ସର୍ବେନ୍ଦୁ ସୁତାରଙ୍କୁ ଫୋନ ଯୋଗେ ଯୋଗାଯୋଗ କରା ଯାଇଥିଲେ ମଧ୍ଯ କଲ ରିସିଭ୍ ନ କରିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe