ସମ୍ବଲପୁରରେ ନବୀନ ପଟ୍ଟନାୟକଙ୍କ ରୋଡ ସୋ’ ଆରମ୍ଭ, ମା’ ସମଲେଶ୍ୱରୀଙ୍କୁ ରାତିରେ କରିବେ ଦର୍ଶନ

Advertisment
ସମ୍ବଲପୁରରେ ନବୀନ ପଟ୍ଟନାୟକଙ୍କ ରୋଡ ସୋ’ ଆରମ୍ଭ, ମା’ ସମଲେଶ୍ୱରୀଙ୍କୁ ରାତିରେ କରିବେ ଦର୍ଶନ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟାରେ ସମ୍ବଲପୁରରେ ରୋଡ ସୋ’ ଆରମ୍ଭ କରି ଦେଇଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ପହଂଚିବା ପରେ ବିଜେଡି ସୁପ୍ରିମୋ ହାଇଟେକ୍‌ ବସ୍‌ରେ ହୀରାକୁଦ ଅଭିମୁଖେ ପ୍ରଚାର ପାଇଁ ବାହାରିଛନ୍ତି। ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରେଇପାଲି, ଅଇଁଠାପାଲି ରେମେଡ ଦେଇ ନବୀନଙ୍କ ବସ୍‌ ହୀରାକୁଦ ନିକଟ ସନ୍ତୋଷୀ ମା’ ମନ୍ଦିର ଛକ ଦେଇ ବାହାରିଛି।

ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଆଜି ରାତିରେ ସମ୍ବଲପୁର ଜିଲ୍ଲାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ। ହୀରାକୁଦ ଅଂଚଳର ଷ୍ଟୋର ଛକ, ଭିଏସ୍‌ଏସ୍‌ କଲୋନି, ହୀରାକୁଦ ପୁଲିସ ଥାନା, ରେମେଡ, କିରବା ଛକ, ପାଣିଟାଙ୍କି, ପେଟ୍ରୋଲ ପମ୍ପ ଛକ ଓ ଗୋପବନ୍ଧୁ ଛକରେ ନବୀନ ପଟ୍ଟନାୟକ ରୋଡ ସୋ’ କରିବା ପରେ ରାତିରେ ସମ୍ବଲପୁର ସହର ଭିତରେ ରୋଡ ସୋ’ କରିବେ। ସମ୍ବଲପୁର ସହରରେ ନବୀନଙ୍କ ସୋ’ କ୍ଷେତରାଜପୁର ଠାରୁ ଆରମ୍ଭ ହୋଇ ଅଗ୍ରସେନ ଛକ, ରେଳଷ୍ଟେସନ, ବିଗ୍‌ ବଜାର, ମୋଦିପଡ଼ା ଛକ, ଜିଲ୍ଲା ସଦର ହସ୍ପିଟାଲ ଛକ, ବୁଢାରଜା, ଆଦର୍ଶ ମାର୍ଗ, ସିନ୍ଦୁରପଂକ ଛକ, ଧନୁପାଲି ଛକ, ଗୋବିନ୍ଦତୋଲା ଛକ ଦେଇ ଚାରବାଟୀ ଛକରେ ପହଂଚିବ। ଏଠାରୁ ଜେଲ ଛକ, ଭୂତାପଡ଼ା ଛକ ଦେଇ ଜେଲ ପଛ ପଟ ରାସ୍ତା, ରିଙ୍ଗରୋଡ ଦେଇ ନବୀନଙ୍କ ସୋ’ ସମଲେଶ୍ୱରୀ ମନ୍ଦିର ପହଂଚିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe