ଯାଜପୁର ଜିଲ୍ଲାରେ ନବୀନଙ୍କ ମାରାଥନ ପ୍ରଚାର: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ

Advertisment
ଯାଜପୁର ଜିଲ୍ଲାରେ ନବୀନଙ୍କ ମାରାଥନ ପ୍ରଚାର: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ

File Photo

ଯାଜପୁର: ଯାଜପୁର ଜିଲ୍ଲା ବରୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ୍‌ ପ୍ରଚାର କରିଛନ୍ତି। ବରୀରେ ଜନସଭା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ୍‌ ସୋ’ରେ ବାହାରିଛନ୍ତି। ହାଇଟେକ୍‌ ବସରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ବିଜେଡି ସୁପ୍ରିମୋ ପ୍ରଚାର କରୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ତଥା ଆସନ୍ତା ଏପ୍ରିଲ ୨୯ ତାରିଖରେ ଯାଜପୁର ଜିଲ୍ଲାରେ ମତଦାନ ହେବ ।

ତେବେ ରୋଡ୍‌ ସୋ’ ପୂର୍ବରୁ ବରୀରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ନବୀନ । ଜନସଭାରେ ବିଜେପିକୁ ବିଜେଡି ସୁପ୍ରିମୋ ଟାର୍ଗେଟ୍‌ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ଅନୁରୋଧ କରିଛନ୍ତି ନବୀନ ।

ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ପଡିବ । ସେପଟେ ଏପ୍ରିଲ ୨୯ ତାରିଖରେ ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । ଏଥିରେ ୬ଟି ଲୋକସଭା ଆସନ (ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା ଓ ଜଗତସିଂହପୁର ) ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe