ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଉସୁର ତହସିଲ ଅନ୍ତର୍ଗତ ମାରୋଡବାକା ପଞ୍ଚାୟତର ପୂର୍ବତନ ସରପଞ୍ଚ ତିରୁପତି ଭଣ୍ଡାରୀକୁ ନକ୍ସଲ ହତ୍ୟା କରିଥିବା ନେଇ ସ୍ବୀକାରୋକ୍ତି କରିଛନ୍ତି। ତିରୁପତି ସରପଞ୍ଚ ଥିବା ସମୟରେ ଲକ୍ଷ ଲକ୍ଷ ଟଂକା ହେରଫେର କରିବା ସହ ଭ୍ରଷ୍ଟାଚାରରେ ବୁଡି ରହିଥିଲେ। ବିଭିନ୍ନ କାମରେ ଏବଂ ଭତ୍ତା ବଣ୍ଟନରେ ବ୍ୟାପକ ଟଂକା ଆତ୍ମସାତ କରିଥିଲେ। ଗ୍ରାମବାସୀଙ୍କୁ ବ୍ୟାଙ୍କ ଖାତାକୁ ଓଲଟାପାଲଟା କରି ସେମାନଙ୍କର ଟଂକା ହଡପ କରିବା ସହ ସେମାନଙ୍କୁ ଧମକ ଚମକ ଦେଉଥିଲା।
ତିରୁପତିଙ୍କ ନାମରେ ଗ୍ରାମବାସୀ ବିଜାପୁର ଏସପିଙ୍କ ନିକଟରେ ଫେରାଦ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ତିରୁପତି ସହ ସଂପର୍କ ରଖିଥିବା ନାଗା ଭଣ୍ଡାରୀ ମଧ୍ୟ ନୋଟ ବନ୍ଦୀ ସମୟରେ ପାର୍ଟିର ୧୦ ଲକ୍ଷ ଏବଂ ଗ୍ରାମବାସୀଙ୍କର ୨ ଲକ୍ଷକୁ ଚଳୁ କରିଯାଇଥିଲା। ସେ ଗାଁ ଛାଡି ଯିବା ସହ ବିଜାପୁରରେ ବାସ କଲା।
ସେଠାରେ ପୁଲିସ ସହ ସଂପର୍କ ରଖି ନକ୍ସଲ ବିରୋଧୀ କାମ କଲା। ୨୦୧୮ରେ ଏମାନଙ୍କ ସହ ଲିଙ୍କ ରଖିଥିବା ଧନୁର୍ଯ୍ୟୟ ପୋଡିଆମିଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା। ପୁଲିସ ଅପରେସନ କଗାର ନାମକ ଯୋଜନା ଆରମ୍ଭ କରି ନକ୍ସଲ ଦମନରେ ଲାଗି ପଡିଛି।ଏଥିରେ ତିରୁପତି ଭଳି ଲୋକ ସହଯୋଗ କରୁଛନ୍ତି। ଏସବୁ କାମ ପାଇଁ ତାକୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ବୋଲି ପେମଡା ମାଓ ସଂଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।
Follow Us