ପୁରସ୍କାର ଘୋଷିତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ଛତିଶଗଡରେ ଲଗାତାର ଅପରେସନ ଜାରି ରହିଥିବା ବେଳେ ନକ୍ସଲ ଏବଂ ଛତ୍ରଭଙ୍ଗ ଦେବାକୁ ପଡୁଛି। ପୁଲିସ ନକ୍ସଲଙ୍କର ନିଦ ହଜାଇ ଦେଇଛନ୍ତି। ନକ୍ସଲ ସଂଗଠନର ଆଗଧାଡିର ମାଓ ନେତା ଓ ନେତ୍ରୀମାନେ ଏବେ ମୁଖ୍ୟୁସ୍ରୋତରେ ସାମିଲ ହେବାକୁ ଆଗ୍ରହ ଦେଖାଇଲେଣି।

naxal

ମାଲକାନଗିରି: ସୀମାନ୍ତ ଛତିଶଗଡରେ ଲଗାତାର ଅପରେସନ ଜାରି ରହିଥିବା ବେଳେ ନକ୍ସଲ ଏବଂ ଛତ୍ରଭଙ୍ଗ ଦେବାକୁ ପଡୁଛି। ପୁଲିସ ନକ୍ସଲଙ୍କର ନିଦ ହଜାଇ ଦେଇଛନ୍ତି। ନକ୍ସଲ ସଂଗଠନର ଆଗଧାଡିର ମାଓ ନେତା ଓ ନେତ୍ରୀମାନେ ଏବେ ମୁଖ୍ୟୁସ୍ରୋତରେ ସାମିଲ ହେବାକୁ ଆଗ୍ରହ ଦେଖାଇଲେଣି। ଏହି ପରିପ୍ରେକ୍ଷୀରେ ଆଜି ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଆଗଧାଡିର ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି।ଏମାନେ ହେଲେ କୁତୁଲ ଏରିଆ କମିଟିର ମାଓ କମାଣ୍ଡର ସୋନବା ଅରଫ ଡୋସେଲ ସଲାମ ଏବଂ ତାଂକ ପଦ୍ନୀ ଜନତାନା ସରକାର ସଦସ୍ୟା ଆରତୀ ସଲାମ।

ଡୋସେଲ ଗତ ୧୩ ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରୁଥିବା ବେଳେ ଆରତୀ ୯ ବର୍ଷ ଧରି ସଂଗଠନରେ କାମ କରୁଥିଲେ।ନାରାୟଣପୁର ଏସପି ପ୍ରଭାତ କୁମାରଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାମରେ ସରକାର ୫ ଲକ୍ଷ ଟଂକା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ।

ଆଜି ପୁଲିସ ବିଭାଗ ତରଫରୁ ଦୁହିଁଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଦୁହିଁଙ୍କୁ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ତାଲିମ ପ୍ରଦନ କରାଯାଇ ବାକି ଜୀବନ କିପରି ସୁଖରେ କଟାଇବେ ସେନେଇ ଚେଷ୍ଟା କରାଯିବ ବୋଲି ପୁଲିସ କହିଛି।ତେବେ ଏହି ଦମ୍ପତି ପୁଲିସକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe