Advertisment

ପୁଲିସ ସହ ମିଶିଥିବାରୁ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲୁ: ନକ୍ସଲ

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡର ପଶ୍ଚିମ ବସ୍ତର ଡିଭିଜନର ସଚିବ ମୋହନ ପ୍ରେସ ବିଜ୍ଞପ୍ତି ଜରିଆରେ ଆଜି ପୂର୍ବତନ ସରପଞ୍ଚ ସୁଖରମା ଅବଲମକୁ ହତ୍ୟା କରିଥିବା ନେଇ ସ୍ପଷ୍ଟ କରିଛନ୍ତି ।

ମାଲକାନଗିରି ସୀମାନ୍ତ ଛତିଶଗଡର ପଶ୍ଚିମ ବସ୍ତର ଡିଭିଜନର ସଚିବ ମୋହନ ପ୍ରେସ ବିଜ୍ଞପ୍ତି ଜରିଆରେ ଆଜି ପୂର୍ବତନ ସରପଞ୍ଚ ସୁଖରମା ଅବଲମକୁ ହତ୍ୟା କରିଥିବା ନେଇ ସ୍ପଷ୍ଟ କରିଛନ୍ତି ।

Mkg naxal attack on police camp

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ପଶ୍ଚିମ ବସ୍ତର ଡିଭିଜନର ସଚିବ ମୋହନ ପ୍ରେସ ବିଜ୍ଞପ୍ତି ଜରିଆରେ ଆଜି ପୂର୍ବତନ ସରପଞ୍ଚ ସୁଖରମା ଅବଲମକୁ ହତ୍ୟା କରିଥିବା ନେଇ ସ୍ପଷ୍ଟ କରିଛନ୍ତି । ମାଓବାଦୀଙ୍କ ପକ୍ଷରୁ କୁହାଯାଇଛି ଯେ ସେ ଗତ ୨୦୨୦ ମସିହାରେ ପୋଖରୀ ଦୁର୍ନୀତିରେ ସମ୍ପୃକ୍ତ ରହିବା ସହ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଂକାର ହେରଫେର କରିଥିଲେ। ଯାହାକୁ ନେଇ ପ୍ରଜାକୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ଚେତାବନୀ ଦେବା ପରେ ଛାଡି ଦିଆଯାଇଥିଲା। ପୁଣି ୨୦୨୨ରେ ପୁଲିସକୁ ସୂଚନା ଦେଉଥିବା ଅଭିଯୋଗ ପରେ ପ୍ରଜାକୋର୍ଟରେ ହାଜର କରାଯାଇ ଧମକ ଦେବା ପରେ ଛାଡି ଦିଆଯାଇଥିଲା। ସେହିପରି ୨୦୨୩ରେ ଗାଁର ଲୋକଙ୍କୁ ଡରାଇବା ଏବଂ ଧମକାଇ ଆତ୍ମସମର୍ପଣ କରିବାକୁ ବାଧ୍ୟ କରୁଥିଲା।

 ଗାଁରେ ପୁଲିସ କ୍ୟାମ୍ପ ଖୋଲିବା ପାଇଁ ଦରଖାସ୍ତ ଦେଇଥିଲା। କିଛି ଲୋକଙ୍କ ନାମରେ ପୁଲିସରେ ସୂଚନା ଦେବା ପରେ ସେମାନଙ୍କୁ ପୁଲିସ ବାନ୍ଧିବା ସହ ମାରଧର କରିଥିଲେ। ଏଭଳି ଜନବିରୋଧୀ କାମ କରିଥିବାରୁ ତାଂକ ନାମରେ ଅଭିଯୋଗର ପାହାଡ ରହିଥିଲା। ତେଣୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଭିନ୍ନ ବର୍ଗର ଲୋକେ ସରକାରଙ୍କ ନିକଟରେ ଦରଖାସ୍ତ ଦେଇ ସେମାନଙ୍କ ଅଂଚଳରେ ରାସ୍ତାଘାଟ, ଥାନା, ପୁଲିସ କ୍ୟାମ୍ପ, ରେଳ ଲାଇନ ଇତ୍ୟାଦି କରିବା ନେଇ ଦାବି କରୁଛନ୍ତି। ଏହାର ଅର୍ଥ ହେଲା ଗାଁରେ ବାସ କରୁଥିବା ଲୋକଙ୍କ ଜଳ,ଜଂଗଲ ଓ ଜମିକୁ ହାତେଇବା ଏବଂ ଲୋକଙ୍କୁ ବେଘର କରି ସେମାନଙ୍କୁ ମରିବା ପାଇଁ ଛାଡିଦେବା।

 ଏହା କେବେ ମଧ୍ୟ କରିବାକୁ ଦେବୁ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ବିକାଶ ଜାଗାରେ ଏମାନେ ବିନାଶ କରୁଛନ୍ତି। ପୁଣି ଗାଁରେ ପେଶା ଆଇନ ଲାଗୁ ନକରିବା ଦ୍ବାରା ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଇଛି। ଯିଏ ବି ଲୋକଙ୍କର ଜଳ,ଜଂଗଲ ଓ ଜମିକୁ ହାତେଇବାକୁ ଚାହିଁବ ଏବଂ ପୁଲିସକୁ ଆଦିବାସୀଙ୍କ ବିରୋଧରେ ମିଥ୍ୟା ଖବର ଦେବ ତେବେ ସେମାନଙ୍କୁ ବି ଏଭଳି ଦୋଷା ଭୋଗିବାକୁ ପଡିବ ବୋଲି ସ୍ପଷ୍ଟ କରାଯାଇଛି। ଲୋକଙ୍କ ବିରୋଧରେ ଯିବା ଏବଂ ପୁଲିସକୁ ସହଯୋଗ କରୁଥିବା ସରପଞ୍ଚ ଏବଂ ଅନ୍ୟ କୁଚକ୍ରିମାନଙ୍କ ବିରୋଧରେ ସମସ୍ତେ ସ୍ବରତ୍ତୋଳନ କରନ୍ତୁ ବୋଲି ଆହ୍ବାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe