ଭିନ୍ନ ଭିନ୍ନ ସ୍ଥାନରେ ୫ ନକ୍ସଲଙ୍କ ଆତ୍ମସମର୍ପଣ

ଦନ୍ତେଵାଡା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଗୌରବ ରାୟଙ୍କ ନିକଟରେ ୨ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ନକ୍ସଲ ଜଣକ ହେଲା ମଲାଙ୍ଗେର ଏରିଆ କମିଟିର ସଦସ୍ୟ କୁରାମି କୋସା ପରଦେଶ।

naxal

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ଲଗାତାର ଅପରେସନ ଚାଲୁଥିବାରୁ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କଲେଣି। ଏହି କ୍ରମରେ ଦନ୍ତେଵାଡା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଗୌରବ ରାୟଙ୍କ ନିକଟରେ ୨ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ନକ୍ସଲ ଜଣକ ହେଲା ମଲାଙ୍ଗେର ଏରିଆ କମିଟିର ସଦସ୍ୟ କୁରାମି କୋସା ପରଦେଶ।

ପ୍ରକାଶ ଥାଉକି ଦନ୍ତେଵାଡା ଜିଲ୍ଲାରେ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଆଜି ସୁଦ୍ଧା ୧୯୮ ଜଣ ପୁରସ୍କାର ଘୋଷିତ ନକ୍ସଲ ସହ ୮୭୩ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ସେହିପରି ସୁକମା ଜିଲ୍ଲା ପୁଲିସ ନିକଟରେ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଡିକେଏମଏସ ସଦସ୍ୟ ମାଡବି ସୁକ୍କା,କାବାସୀ ବୁଦୁରା,ମାଡବୀ ଭୀମା ଏବଂ କୁଞ୍ଜାମ ମୁୟା।

 ଏମାନେ ନକ୍ସଲ ସଂଗଠନରେ ଜଡିତ ହୋଇ ବହୁ ହିଂସା, ହତ୍ୟା ଏବଂ ପୁଲିସ ଉପରେ ଆକ୍ରମଣ କରିବା ନେଇ ବହୁ ଘଟଣାରେ ସାମିଲ ଥିଲେ। ତେବେ ସରକାରଙ୍କ ତରଫରୁ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ଏମାନଙ୍କୁ ଥଇଥାନ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe