ମାଲକାନଗିରି: ତେଲେଙ୍ଗାନାର ଭଦ୍ରାଦି କୋଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଜଣେ ହାର୍ଡକୋର ମାଓବାଦୀ ଆଜି ଆତ୍ମସମର୍ପଣ କରିଛି।ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ମାଡକମ ଆଥାଲ ଅରଫ ଆୟଥା(୨୪)। ମାଡକମ ଆଥାଲ ନାମରେ ତେଲେଙ୍ଗାନା ସରକାର ୪ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ସିପିଆଇ ମାଓବାଦୀ ସଂଗଟନରେ ଗତ ୨୦୨୭ରେ ମାଡକମ ଆଥାଲ ମିଲିସିଆ ଭାବେ ଯୋଗ ଦେଇଥିଲା। ୨୦୨୦ ପର୍ଯ୍ୟନ୍ତ ସେ ମିଲିସିଆ କମାଣ୍ଡର ସୋଡି ଯୋଗାୟାଙ୍କ ସହ କାମ କରିଥିଲେ।

Advertisment

ସୋଡି ଯୋଗାୟାଙ୍କ ମୃତ୍ୟୁ ପରେ ତାଂକୁ ପଦୋନ୍ନତି ଦିଆଯାଇଥିଲା। ଆତ୍ମସମର୍ପଣ କରିବା ପର୍ଯ୍ୟନ୍ତ ସେ ଚାର୍ଲା ପ୍ଲାଟୁନର ସଦସ୍ୟ ଭାବେ କାମ କରୁଥିଲେ। ପୁଲିସ ମାଡ଼କମ ଆଥାଲର ପରିବାରକୁ ବୁଝାଇଥିଲେ। ମାଡ଼କାମୀ ଆଥାଲ ଆତ୍ମସମର୍ପଣ କରି ବାକି ଜୀବନ ସୁଖରେ କଟାଉ। ପରିବାରର କଥା ଶୁଣି ସେ ଫେରିଆସିଥିଲେ। ପୁଲିସ ତରଫରୁ ତାଂକୁ ଆର୍ଥିକ ସହୟତା ପ୍ରଦାନ ସହ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ।

naxal

ସେହିପରି ଛତିଶଗଡର ସୁକମା ଜିଲ୍ଲାରେ ଆଜି ଜଣେ ମହିଳା ନକ୍ସଲ ସହ ୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ପୋଦିଆ ବୁଦୁରି, ଏକ ଲକ୍ଷ ଇନାମି ମାଲାମ ଦେବା, ଏକ ଲକ୍ଷ ଇନାମୀ କାରତାମ ହିଡମା, ମାଡବୀ ଜଗା ଏବଂ ଦୁଧୀ ଜଗା। ଏମାନେ ୧୩୧ ସିଆରପିଏଫ କମାଣ୍ଡାଣ୍ଟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଲଗାତାର ପୁଲିସର ଘନ ଘନ ଚଢାଉରେ ନକ୍ସଲ ଦୁର୍ବଳ ହେବାକୁ ଲାଗିଲେଣି। ନକ୍ସଲ ଆତ୍ମସମର୍ପଣ ନକଲେ ମୃତ୍ୟୁବରଣ ଥୟ ବୋଲି ପୁଲିସ କହିଛି। ତେଣୁ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ସମସ୍ତ ନକ୍ସଲଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବ ବୋଲି ପୁଲିସ କହିଛି।

ଏହି ଖବର ପଢ଼ନ୍ତୁ: ଦୁର୍ଦାନ୍ତ ମାଓବାଦୀର ଆତ୍ମସମର୍ପଣ