Naxal Surrender: ୪ ନକ୍ସଲଙ୍କ ଆତ୍ମସମର୍ପଣ

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ

ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ

Mkg 4 naxal surrender (1)

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ନକ୍ସଲ ରହିଛନ୍ତି। ଚାରି ନକ୍ସଲ ପୁଲିସ ନିକଟରେ ଏସଏଲଆର,ଇନସାସ, ୩୦୩ ଏବଂ ୩୧୫ ବନ୍ଧୁକ ହସ୍ତାନ୍ତର କରିଥିଲେ। ସମସ୍ତ ନକ୍ସଲ କିଷ୍ଟରାମ ଏରିଆ କମିଟିର ସଦସ୍ୟ ବୋଲି ପୁଲିସ କହିଛି।

 ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏହି ଚାରି ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ୫ ଲକ୍ଷ ଘୋଷିତ ଏସିଏମ ସୋଡି ଜଗା,୧ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ମାଡକମ ଗଙ୍ଗା,୧ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ସୋଡି ରାଜେ ଏବଂ ୧ ଲକ୍ଷ ଘୋଷିତ ପାର୍ଟି ସଦସ୍ୟ ମାଡି ବୁଦରୀ।

ଏମାନେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିବାରୁ ସରକାରଙ୍କ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ। ଏବେ ବି ଜଂଗଲରେ ନକ୍ସଲ ହିଂସା ଘଟାଉଥିବାରୁ ତୁରନ୍ତ ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe