Bihar Election Result: ବିହାର ନିର୍ବାଚନ ଫଳାଫଳ: ଆଗୁଆ ଅଛି ଏନଡିଏ

ତାଜା ଟ୍ରେଣ୍ଡ ମୁତାବକ ୨୪୩ରୁ ୧୮୯ ଆସନ ମଧ୍ୟରୁ ଏନଡିଏ ୧୨୦ ଆସନରେ ଆଗୁଆ ଥିବାବେଳେ ମହାଗଠବନ୍ଧନ ୭୪ ଆସନରେ ଆଗୁଆ ଅଛି | ଏନଡିଏର ୧୨୦ ଆସନ ମଧ୍ୟରୁ ଜେଡିୟୁ ୫୪, ବିଜେପି ୫୫, ଲୋକଜନଶକ୍ତି ପାର୍ଟି(ରାମବିଳାସ) ୧ଟି ଆସନରେ ଆଗୁଆ ଥିବାବେଳେ ଆରଜେଡି ୬୬ ଆସନ, କଂଗ୍ରେସ ୮ଟି ଆସନରେ ଆଗୁଆ ଅଛି |

nda

Photograph: (sambad.in)

ପାଟନା : ଦୁଇ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନର ଫଳାଫଳ (Bihar Results) ଆଜି ଶୁକ୍ରବାର (ନଭେମ୍ବର ୧୪) ଘୋଷଣା କରାଯିବ। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ସରିଛି । ଆଉ ବର୍ତ୍ତମାନର ତାଜା ଟ୍ରେଣ୍ଡ ମୁତାବକ ୨୪୩ରୁ ୨୪୨ ଆସନ ମଧ୍ୟରୁ ଏନଡିଏ ୧୫୩ ଆସନରେ ଆଗୁଆ ଥିବାବେଳେ ମହାଗଠବନ୍ଧନ ୭୮ ଆସନରେ ଆଗୁଆ ଅଛି |

ସେହିପରି ସ୍ୱାଧୀନ ପ୍ରାର୍ଥୀଙ୍କ ସହ ପ୍ରଶାନ୍ତ କିଶୋରଙ୍କ ଜନସ୍ୱରାଜ ପାର୍ଟି ୧୧ଟି ଆସନରେ ଆଗୁଆ ଅଛି | ଏନଡିଏର ୧୫୩ ଆସନ ମଧ୍ୟରୁ ଜେଡିୟୁ ୬୯, ବିଜେପି ୬୯, ଲୋକଜନଶକ୍ତି ପାର୍ଟି(ରାମବିଳାସ) ୧୧ଟି ଆସନରେ ଆଗୁଆ ଥିବାବେଳେ ଆରଜେଡି ୬୨ ଆସନ, କଂଗ୍ରେସ ୧୨ଟି ଆସନରେ ଆଗୁଆ ଅଛି |  ବିହାର ବିଧାନସଭାରେ ୨୪୩ଟି ଆସନ ଅଛି ଏବଂ ବହୁମତ ସଂଖ୍ୟା ୧୨୨। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ କ୍ଷମତା ବଜାୟ ରଖିବ ବୋଲି ଆଶା କରାଯାଉଛି। ଭୋଟ ପରେ ପ୍ରକାଶିତ ଏକଜିଟ ପୋଲରେ ଏନଡିଏକୁ ବହୁମତ ମିଳିବ ବୋଲି କୁହାଯାଇଥିଲା ।

ଅଧିକାଂଶ ଏକଜିଟ ପୋଲରେ ଏନଡିଏର ବିଜୟ ନେଇ ଆକଳନ କରାଯାଇଥିବାବେଳେ ନୀତିଶ କୁମାରଙ୍କ ଶାସନ ଏବଂ ତାଙ୍କ ପଦକ୍ଷେପ ଏହି ବିହାର ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଛବି ଏବଂ ପ୍ରଚାର ମଧ୍ୟ ଏନଡିଏର ରଣନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଅନ୍ୟପକ୍ଷରେ ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ବି ବହୁମତ ମିଳିବା ନେଇ ଦାବି କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe