ପୂର୍ବାହ୍ନ ୧୦: ୩୦ ସୁଦ୍ଧା ଏନ୍‌ଡିଏ ୩୧୫ଆସନରେ ଆଗୁଆ

Advertisment
ପୂର୍ବାହ୍ନ ୧୦: ୩୦ ସୁଦ୍ଧା ଏନ୍‌ଡିଏ ୩୧୫ଆସନରେ ଆଗୁଆ

ନୂଆଦିଲ୍ଲୀ: ଗୁରୁବାର ପୂର୍ବାହ୍ନ ୧୦ଟା ସୁଦ୍ଧା ବିଜେପି ନେତୃତ୍ୱାଧୀନ ମେଣ୍ଟ ୩୧୫ ଆସନରେ ଆଗୁଆ ରହିଥିବା ବେଳେ ଉପା ୧୦୩ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳୀୟ ପ୍ରାର୍ଥୀମାନେ ୯୬ଟି ଆସନରେ ଆଗୁଆ ରହିଛନ୍ତି।

ସମ୍ପ୍ରତି ଆମେଥିରେ କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀ ବିଜେପି ପ୍ରାର୍ଥିନୀ ସ୍ମୃତି ଇରାନିଭ୍କ ଠାରୁ ପ୍ରାୟ ୧୮୦୦ ଆସନରେ ପୁଣି ଆଗୁଆ ରହିଛନ୍ତି।
ଦିଲ୍ଲୀର ସମସ୍ତ ୭ଟି ଆସନରେ ବିଜେପି ଆଗୁଆ ରହିଛି।

ପଞ୍ଜାବରେ କଂଗ୍ରେସ ୮, ବିଜେପି ଏବଂ ଏସ୍‌ଏଡି ପ୍ରତ୍ୟେକ ୨ଟି କରି ଆସନ ଏବଂ ଆମ୍‌ ଆଦ୍‌ମି ପାର୍ଟି ୧ଟି ଆସନରେ ଆଗୁଆ ରହିଛି।
ତାମିଲନାଡୁରେ କଂଗ୍ରେସ ନେତା କାର୍ତି ଚିଦାମ୍ବରମ୍‌ ଶିବଗଙ୍ଗାଇ ଆସନରେ ଆଗୁଆ ଅଛନ୍ତି।

ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖା ଦେଇଛି। ଉଭୟ ୧୯ ଲେଖାଏଁ ଆସନରେ ଆଗୁଆ ରହିଛନ୍ତି।
ରାଜସ୍ଥାନରେ ବିଜେପି ୨୩ଟି ଆସନରେ ଆଗୁଆ ରହିଥିବା ବେଳେ ଆର୍‌ଏଲ୍‌ପି ଏବଂ କଂଗ୍ରେସ ପ୍ରତ୍ୟେକ ଗୋଟିଏ ଲେଖାଏଁ ଆସନରେ ଆଗୁଆ ରହିଥିବା କଥା ନିର୍ବାଚନ କମିସନ୍‌ଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe