କରୋନାକୁ ଜିଣିଥିବା ଜଣେ ଯୁବକଙ୍କ କାହାଣୀ! ନିଜର ଲୋକଙ୍କ ସମର୍ଥନ ରହିଲେ କରୋନା ନିଶ୍ଚୟ ହାରିବ...

Advertisment
କରୋନାକୁ ଜିଣିଥିବା ଜଣେ ଯୁବକଙ୍କ କାହାଣୀ! ନିଜର ଲୋକଙ୍କ ସମର୍ଥନ ରହିଲେ କରୋନା ନିଶ୍ଚୟ ହାରିବ...

newindianexpress

ବିଜୟୱାଡା: ‘ଅଣଦେଖା କରିବା କରୋନା ଭାଇରସ୍‌ ବ୍ୟାପିବାର ପ୍ରମୁଖ କାରଣ। ତେଣୁ ଏହି ଭାଇରସ୍‌ର ଆକ୍ରାନ୍ତ ହୋଇଥିବା ଅନ୍ୟ ଲୋକମାନଙ୍କୁ ମଁ ନୈତିକ ସମର୍ଥନ ଦେବାକୁ ଚାହେଁ।’। ବିଶାଖାପାଟନମ୍‌ର କ୍ରିଷ୍ଣା ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ୨୪ ବର୍ଷିଅ ଯୁବକ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଏପରି କହିଛନ୍ତି।

ମାତ୍ର ୧୭ ଦିନ ମଧ୍ୟରେ ସେ କରୋନା ସହ ଲଢ଼ି ନିଜକୁ ସଂପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି। ନିୟୁ ଗଭର୍ଣ୍ଣମେଣ୍ଟ ଜେନେରାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଏହି ଯୁବକ ଜଣକ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଶନିବାର ନିଜ ପରିବାର ସହ ଘରକୁ ଫେରିଛନ୍ତି।

ବିଜୟୱାଡାର ବାସିନ୍ଦା ଏହି ଯୁବକ ଜଣକ ଉଚ୍ଚ ଶିକ୍ଷା ଲାଭ ପାଇଁ ପ୍ୟାରିସ୍‌ ଯାଇଥିଲେ। ସେ ପ୍ୟାରିସ୍‌ରୁ ମାର୍ଚ ୧୫ ତାରିଖରେ ଦିଲ୍ଲୀ ଫେରିବା ପରେ ହାଇଦ୍ରାବାଦ୍‌ ଯାଇଥିଲେ। ସେଠାରୁ ସେ ଏକ କ୍ୟାବ୍‌ ଯୋଗ‌େ ବିଜୟୱାଡାରେ ପହଞ୍ଚିଥିଲେ।

ସେ ପର୍ଯ୍ୟନ୍ତ ତାଙ୍କ ଭିତରେ କୌଣସି ପ୍ରକାରର କରୋନା ଲକ୍ଷଣ ଦେଖିବାକୁ ମିଳି ନଥିଲା। ମାର୍ଚ ୧୮ ତାରିଖ ରାତିରେ ତାଙ୍କୁ ପ୍ରବାଳ ଜ୍ବର ଆସିବାରୁ ପରିବାର ଲୋକେ  ମାର୍ଚ ୨୦ ତାରିଖରେ ତାଙ୍କୁ ଦିଲ୍ଲୀର ଜିଜିଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ପରୀକ୍ଷା ପରେ ସେ କରୋନା ପଜିଟିଭ୍‌ ବୋଲି ଜାଣିବାକୁ ମିଳିଥିଲା।

ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ଯୁବକ ଜଣକ କୁହନ୍ତି କି ‘‌ମୁଁ ‌ରୋଗରେ ପଡ଼ିବା ପରଠାରୁ ମୋ ପରିବାର ଲୋକ, ବନ୍ଧୁ ଓ ନିଜର ଲୋକମାନେ ମୋ ସାଥ୍‌ ଦେଇଥିଲେ। ‌ଯାହାକି ମୋ ମନୋବଳ ଦୃଢ଼ କରିଥିଲା ଓ ମୁଁ ଶୀଘ୍ର ସୁସ୍ଥ ହୋଇପାରିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe