ବିଲମାଳରୁ ମୃତଦେହ ଉଦ୍ଧାର ଘଟଣା: ଜମିବିବାଦକୁ ନେଇ ବଡ଼ବାପାକୁ ହତ୍ୟା କରିଥିଲା ପୁତୁରା, ୨ ଅଭିଯୁକ୍ତ ଗିରଫ

Advertisment

ଆମରୁଢ଼ିର ବିଲମାଳରୁ ମୃତଦେହ ଉଦ୍ଧାର ଘଟଣା ପର୍ଦ୍ଦାଫାସ କରିଛି କେବଲାଙ୍ଗ ପୁଲିସ। ପୂର୍ବ ଶତ୍ରୁତା ସହ ଜମିବାଡ଼ିକୁ କେନ୍ଦ୍ର କରି ବଡ଼ବାପାକୁ ବାଡ଼ିରେ ପିଟି ହତ୍ୟା କରିଛି ପୁତୁରା।

ଆମରୁଢ଼ିର ବିଲମାଳରୁ ମୃତଦେହ ଉଦ୍ଧାର ଘଟଣା ପର୍ଦ୍ଦାଫାସ କରିଛି କେବଲାଙ୍ଗ ପୁଲିସ। ପୂର୍ବ ଶତ୍ରୁତା ସହ ଜମିବାଡ଼ିକୁ କେନ୍ଦ୍ର କରି ବଡ଼ବାପାକୁ ବାଡ଼ିରେ ପିଟି ହତ୍ୟା କରିଛି ପୁତୁରା।

arrest

ରାଜାମୁଣ୍ତା: ଆମରୁଢ଼ିର ବିଲମାଳରୁ ମୃତଦେହ ଉଦ୍ଧାର ଘଟଣା ପର୍ଦ୍ଦାଫାସ କରିଛି କେବଲାଙ୍ଗ ପୁଲିସ। ପୂର୍ବ ଶତ୍ରୁତା ସହ ଜମିବାଡ଼ିକୁ କେନ୍ଦ୍ର କରି ବଡ଼ବାପାକୁ ବାଡ଼ିରେ ପିଟି ହତ୍ୟା କରିଛି ପୁତୁରା।

ଆମରୁଡ଼ି ଗ୍ରାମରେ ମୁଣ୍ଡା ସମ୍ପ୍ରଦାୟର ମାଘେ ପରବ ଗତ ୧୮ ତାରିଖ ରାତିରେ ଅନୁଷ୍ଠିତ ହୋଇଥିଲା। ମାଘେ ପରବ ଦେଖିବାକୁ କେବଲାଙ୍ଗ ଥାନା ଅନ୍ତର୍ଗତ ଗୋପନାର ଜାମ୍ଭୀରା ବୁରୁଉଲି ଯାଇଥିଲେ। କିନ୍ତୁ ସେହିଦିନ ଠାରୁ ଜାମ୍ଭୀରା ବୁରୁଉଲି ଆଉ ଘରକୁ ଫେରି ନ ଥିଲେ। ଗ୍ରାମରୁ ବାହାରକୁ ଯାଇଥିବା ସୁଯୋଗରେ ପୁତୁରା ସମିର ବୁରୁଉଲି (୨୩ ) ଓ କେନ୍ଦୁଡିହର ସାଗର ପୃଷ୍ଠି(୨୬) ଦୁହେଁ ମିଶି ବଡ଼ବାପା ଜାମ୍ଭିରା ବୁରୁଉଲିଙ୍କୁ ମିଛକହି ବାହାରକୁ ଡାକି ନେଇ ବାଡ଼ିରେ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ପରେ ଘୋଷାଡ଼ି ନେଇ ତାଙ୍କୁ ସେଠାରେ ଫିଙ୍ଗି ଚାଲିଯାଇଥିଲେ ବୋଲି ପୁଲିସ ସମ୍ମୁଖରେ ବୟାନ ଦେଇଛି ଅଭିଯୁକ୍ତ। ଯାହାକୁ ନେଇ କେବଲାଙ୍ଗ ପୁଲିସ କେସ୍ ନମ୍ବର ୩୩ ଜରିଆରେ ବିଏନ୍‌ଏସ୍‌ ଧାରା (୧)/୩(୫)ରେ ମାମଲା ରୁଜୁକରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଆମରୁଡ଼ି ଗ୍ରାମରେ ମୁଣ୍ଡା ସମ୍ପ୍ରଦାୟର ମାଘେ ପରବ ଗତ ୧୮ ତାରିଖ ରାତିରେ ଅନୁଷ୍ଠିତ ହୋଇଥିଲା। ମାଘେ ପରବ ଦେଖିବାକୁ କେବଲାଙ୍ଗ ଥାନା ଅନ୍ତର୍ଗତ ଗୋପନାର ଜାମ୍ଭୀରା ବୁରୁଉଲି ଯାଇଥିଲେ। କିନ୍ତୁ ସେହିଦିନ ଠାରୁ ଜାମ୍ଭୀରା ବୁରୁଉଲି ଆଉ ଘରକୁ ଫେରି ନ ଥିଲେ। ଗ୍ରାମରୁ ବାହାରକୁ ଯାଇଥିବା ସୁଯୋଗରେ ପୁତୁରା ସମିର ବୁରୁଉଲି (୨୩ ) ଓ କେନ୍ଦୁଡିହର ସାଗର ପୃଷ୍ଠି(୨୬) ଦୁହେଁ ମିଶି ବଡ଼ବାପା ଜାମ୍ଭିରା ବୁରୁଉଲିଙ୍କୁ ମିଛକହି ବାହାରକୁ ଡାକି ନେଇ ବାଡ଼ିରେ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ପରେ ଘୋଷାଡ଼ି ନେଇ ତାଙ୍କୁ ସେଠାରେ ଫିଙ୍ଗି ଚାଲିଯାଇଥିଲେ ବୋଲି ପୁଲିସ ସମ୍ମୁଖରେ ବୟାନ ଦେଇଛି ଅଭିଯୁକ୍ତ। ଯାହାକୁ ନେଇ କେବଲାଙ୍ଗ ପୁଲିସ କେସ୍ ନମ୍ବର ୩୩ ଜରିଆରେ ବିଏନ୍‌ଏସ୍‌ ଧାରା (୧)/୩(୫)ରେ ମାମଲା ରୁଜୁକରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe