Nerovirus in China: ଚୀନ୍‌ରେ ନୋରୋଭାଇରସ୍‌ ଆତଙ୍କ: ୧୦୦ରୁ ଅଧିକ ଛାତ୍ରଛାତ୍ରୀ ସଂକ୍ରମିତ

Advertisment

ଚୀନ୍‌ର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ-୧୯ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିଲା। ଏହି ସଂକ୍ରମଣ ୨୦୧୯ ଶେଷ ଭାଗରେ ଆରମ୍ଭ ହୋଇଥିଲା। ଏବେ ଆଉ ଏକ ଭାଇରସ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି

ଚୀନ୍‌ର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ-୧୯ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିଲା। ଏହି ସଂକ୍ରମଣ ୨୦୧୯ ଶେଷ ଭାଗରେ ଆରମ୍ଭ ହୋଇଥିଲା। ଏବେ ଆଉ ଏକ ଭାଇରସ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି

08ee45a5-f8e0-4dac-805e-bc884af25e65

virus

ବେଜିଂ: ଚୀନ୍‌ର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ-୧୯ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିଲା। ଏହି ସଂକ୍ରମଣ ୨୦୧୯ ଶେଷ ଭାଗରେ ଆରମ୍ଭ ହୋଇଥିଲା। ଏବେ ଆଉ ଏକ ଭାଇରସ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସକୁ ନୋରୋଭାଇରସ୍ କୁହାଯାଉଛି। ଏହି ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗୋଟିଏ ସ୍କୁଲରେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହା ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।ଦକ୍ଷିଣ ଚୀନ୍‌ର ଗୁଆଙ୍ଗଡୋଙ୍ଗ ପ୍ରଦେଶର ଫୋସାନ ସହରର ଏକ ସିନିୟର ହାଇସ୍କୁଲର ୧୦୩ ଜଣ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟ ନୋରୋଭାଇରସ ପଜିଟିଭ୍ ଆସିଛି।। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଶନିବାର କହିଛନ୍ତି ଯେ, କୌଣସି ମାମଲା ଗୁରୁତର ନୁହେଁ। ଏନେଇ କୌଣସି ମୃତ୍ୟୁ ରିପୋର୍ଟ ହୋଇନାହିଁ

ଛାତ୍ରଛାତ୍ରୀମାନଙ୍କ ଅବସ୍ଥା କିପରି ଅଛି?
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପେଟ ସଂକ୍ରମଣ, ବାନ୍ତି ଓ ଡାଇରିଆ ଭଳି ଲକ୍ଷଣ ପ୍ରକାଶ ପାଇଥିଲା। ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି। ସ୍କୁଲ କ୍ୟାମ୍ପସକୁ ପରିଷ୍କାର କରାଯାଇଛି। ସଂକ୍ରମଣକୁ ନେଇ ଏକ ମହାମାରୀ ସର୍ଭେ ଚାଲିଛି। ଗୁଆଙ୍ଗଡୋଙ୍ଗ ପ୍ରାଦେଶିକ ରୋଗ ନିୟନ୍ତ୍ରଣ ବିଭାଗ ଅନୁଯାୟୀ, ଏଠାରେ ନୋରୋଭାଇରସ୍ ପ୍ରକୋପ ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିଥାଏ |

ଆହୁରି ପଢନ୍ତୁ: Plane Crash: ରାଉରକେଲା ବିମାନ ଦୁର୍ଘଟଣା: ମୁମ୍ବାଇ ସ୍ଥାନାନ୍ତର ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ

ନୋରୋଭାଇରସ୍ କ'ଣ?
ନୋରୋଭାଇରସ୍ ଏକ ସାଧାରଣ ଭାଇରସ୍ ଯାହା ପେଟକୁ ପ୍ରଭାବିତ କରିଥାଏ। ଏହା ଯୋଗୁ ପେଟ ସଂକ୍ରମଣ, ବାନ୍ତି ଓ ଡାଇରିଆ ଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଶୀତଦିନେ ନୋରୋଭାଇରସ୍ ମାମଲା ସବୁଠାରୁ ଅଧିକ ଦେଖାଯାଇଥାଏ। ଏହା ଆମେରିକାରେ ଖାଦ୍ୟଜନିତ ରୋଗର ଏକ ନମ୍ବର କାରଣ।

ଆହୁରି ପଢନ୍ତୁ: Karnney Visit Controvercy: କାର୍ନିଙ୍କ ଗସ୍ତ ପୂର୍ବରୁ ବିବାଦ: ଭାରତକୁ ସତର୍କ ସୂଚୀରେ ରଖି ନାଗରିକଙ୍କ ପାଇଁ ନୂଆ ଯାତ୍ରା ଆଡଭାଇଜରି ଜାରି କଲା କାନାଡା

ପ୍ରତିବର୍ଷ, ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଥାନ୍ତି
ପ୍ରତିବର୍ଷ, ସାରା ବିଶ୍ୱରେ ପ୍ରାୟ ୬୮୫ ନିୟୁତ ଲୋକ ନୋରୋଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥାନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ପ୍ରାୟ ୫ ବର୍ଷରୁ କମ୍ ବୟସର ୨୦୦ ନିୟୁତ ପିଲା ରହିଥାନ୍ତି।। ଏହି ଭାଇରସ୍ ଯୋଗୁ ପ୍ରତିବର୍ଷ ପ୍ରାୟ ୨୦୦,୦୦୦ ମୃତ୍ୟୁ ଘଟାଇଥାଏ। ମୃତକଙ୍କ ମଧ୍ୟରେ ପ୍ରାୟ ୫୦,୦୦୦ ପିଲା ମଧ୍ୟ ରହିଥାନ୍ତି। ଏହାର ପ୍ରଭାବ ଗରିବ ଦେଶଗୁଡ଼ିକରେ ବିଶେଷ ଭାବରେ ଗୁରୁତର ହୋଇଥାଏ।ଏହା ବିଶ୍ୱକୁ ପ୍ରାୟ ୬୦ ବିଲିୟନ ଡଲାର କ୍ଷତି ପହଞ୍ଚାଇଥାଏ।

ପ୍ରଥମ ମାମଲା ୧୯୬୮ ମସିହାରେ ଆସିଥିଲା
ନୋରୋଭାଇରସର ପ୍ରଥମ ମାମଲା ୧୯୬୮ ମସିହାରେ ଆମେରିକାର ଓହାଇଓର ନରୱାକରେ ରିପୋର୍ଟ ହୋଇଥିଲା। ଯେହେତୁ ସଂକ୍ରମଣ ପ୍ରଥମେ ନରୱାକ୍ ସହରରେ ଚିହ୍ନଟ ହୋଇଥିଲା। ତେଣୁ ପ୍ରଥମେ ଏହି ଭାଇରସକୁ ନରୱାକ୍ ଭାଇରସ୍ କୁହାଯାଉଥିଲା। ପରେ, ଏହି ଭାଇରସ ନୋରୋଭାଇରସ୍ ଭାବରେ ଜଣାଶୁଣା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe