ବାପାଙ୍କ ଶେଷ କୃତ ସାରି ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଏହି ସଚେତନ ନାଗରିକ

ବାପାଙ୍କ ଶେଷ କୃତ ସାରି ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଏହି ସଚେତନ ନାଗରିକ

Photo Credit: ANI

ଭୋପାଳ: ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ନିଜ ବାପାଙ୍କ ଶେଷକୃତ୍ୟ ସଂପନ୍ନ କରିବାର ମାତ୍ର କିଛି ସମୟ ପରେ ମତଦାନ କରିବାକୁ ଯାଇ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ୭ଟି ରାଜ୍ୟର ୫୧ଟି ସଂସଦୀୟ କ୍ଷେତ୍ରରେ ସୋମବାର ମତଦାନ ଚାଲିଥିବା ବେଳେ ଏହି ନାଗରିକ ଜଣକ ନିଜର ନାଗରିକ ଦାୟିତ୍ୱକୁ ନିହାତି ଦୁଃଖ ସମୟରେ ବି ଭୁଲିଯାଇ ନାହାନ୍ତି।

ଏହି ଯୋଗ୍ୟ ପୁଅ ତଥା ସଚେତନ ନାଗରିକଙ୍କର ଏକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଧଳା କପଡ଼ା ପିନ୍ଧି, ଖିଅର ହୋଇ ମତଦାନ କେନ୍ଦ୍ରରେ ପହଞ୍ଚିଥିବା ଏହି ବ୍ୟକ୍ତିଙ୍କ ଫଟୋ ଏବେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ଘୂରିବାରେ ଲାଗିଛି। ବ୍ୟକ୍ତି ଜଣଙ୍କୁ ଏବେ ସୋସିଆଲ୍‌ ମିଡିଆରେ ଭୂରି ଭୂରି ପ୍ରଶଂସା ମିଳିଛି।

ସେହିପରି ଆଜିର ନିର୍ବାଚନରେ ଆଉ ଏକ ଆକର୍ଷଣ ସାଜିଥିଲେ ୧୦୫ ବର୍ଷୀୟା ବୃଦ୍ଧା। ଝାଡଖଣ୍ଡର ଏହି ବୃଦ୍ଧା ଜଣକ ନିଜର ନାଗରିକ ଦାୟିତ୍ୱ ତୁଲାଇବା ପାଇଁ ପହଞ୍ଚିଥିଲେ ମତଦାନ କେନ୍ଦ୍ରରେ। ମହିଳା ଜଣକ ତାଙ୍କ ପୁଅ ସହ ସାଥି ହୋଇ ଭୋଟ ଦେବାକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe