ଆସିଲା ନୂଆ ଅବକାରୀ ନୀତି, ଗ୍ରାମାଞ୍ଚଳରେ ଖୋଲିବ ନାହିଁ ନୂଆ ମଦ ଦୋକାନ

ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ମଦ ଦୋକାନର ପୁନଃ ନବୀକରଣ କରାଯିବନାହିଁ । ବାରଗୁଡିକ କେବଳ ସଙ୍ଗୀତ ପରିବେଷଣର ଅନୁମତି ପାଇବେ । କିନ୍ତୁ ନୃତ୍ୟ ପରିବେଷଣକୁ ଅନୁମତି ଦିଆଯିବ ନାହିଁ।

excise

ଭୁବନେଶ୍ୱର:ରାଜ୍ୟ ସରକାର ଆଜି ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି I ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ କିଛି ସର୍ତ୍ତ ରଖାଯାଇଛି, ସେହିସବୁ ସର୍ତ୍ତଗୁଡିକ ହେବ ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ । ଗ୍ରାମାଞ୍ଚଳରେ କେବଳ ୩-ଷ୍ଟାର ଏବଂ ତଦୁର୍ଦ୍ଧ କାଟାଗୋରିର ହୋଟେଲ ବ୍ୟତୀତ କୌଣସି ନୂଆ ଦୋକାନ ଖୋଲା ଯିବାର ବ୍ୟବସ୍ଥା କରାଯାଇନାହିଁ ।

 ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ମଦ ଦୋକାନର ପୁନଃ ନବୀକରଣ କରାଯିବନାହିଁ । ବାରଗୁଡିକ କେବଳ ସଙ୍ଗୀତ ପରିବେଷଣର ଅନୁମତି ପାଇବେ । କିନ୍ତୁ ନୃତ୍ୟ ପରିବେଷଣକୁ ଅନୁମତି ଦିଆଯିବ ନାହିଁ। ନିଶା ସେବନ ବିରୁଦ୍ଧ ରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe