ଓଡ଼ିଶାର ଏସବୁ ସ୍ଥାନରେ ପ୍ରତିଷ୍ଠା ହେବ ନୂଆ ଘରୋଇ ଏଫଏମ ଷ୍ଟେସନ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ଏଫ୍ଏମ୍ ରେଡିଓ ତୃତୀୟ ପର୍ଯ୍ୟାୟ ନୀତି ଅଧୀନରେ ୨୩୪ଟି ନୂଆ ସହରରେ ୭୩୦ଟି ଚ୍ୟାନେଲ ପାଇଁ ତୃତୀୟ ବ୍ୟାଚ୍  ଇ-ନିଲାମ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନଗର/ସହରର ରାଜ୍ୟ ଅନୁଯାୟୀ ତାଲିକା ଏବଂ ନୂତନ....

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ଏଫ୍ଏମ୍ ରେଡିଓ ତୃତୀୟ ପର୍ଯ୍ୟାୟ ନୀତି ଅଧୀନରେ ୨୩୪ଟି ନୂଆ ସହରରେ ୭୩୦ଟି ଚ୍ୟାନେଲ ପାଇଁ ତୃତୀୟ ବ୍ୟାଚ୍  ଇ-ନିଲାମ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନଗର/ସହରର ରାଜ୍ୟ ଅନୁଯାୟୀ ତାଲିକା ଏବଂ ନୂତନ....

fm radio

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ଏଫ୍ଏମ୍ ରେଡିଓ ତୃତୀୟ ପର୍ଯ୍ୟାୟ ନୀତି ଅଧୀନରେ ୨୩୪ଟି ନୂଆ ସହରରେ ୭୩୦ଟି ଚ୍ୟାନେଲ ପାଇଁ ତୃତୀୟ ବ୍ୟାଚ୍  ଇ-ନିଲାମ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନଗର/ସହରର ରାଜ୍ୟ ଅନୁଯାୟୀ ତାଲିକା ଏବଂ ନୂତନ ନିଲାମ ପାଇଁ ଅନୁମୋଦିତ ଘରୋଇ ଏଫ୍ ଏମ୍ ଚ୍ୟାନେଲ୍ ସଂଖ୍ୟାକୁ ସଂଲଗ୍ନକ ଭାବେ ତାଲିକାଭୁକ୍ତ କରାଯାଇଛି। ବସ୍ତୁ ଓ ସେବା ଟିକସ (ଜିଏସଟି)କୁ ବାଦ୍ ଦେଇ ଏଫଏମ ଚ୍ୟାନେଲର ବାର୍ଷିକ ଲାଇସେନ୍ସ ଶୁଳ୍କ (ଏଏଲଏଫ) ମୋଟ ରାଜସ୍ୱର ୪% ଆଦାୟ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ୨୩୪ଟି ନୂଆ ନଗର/ସହର ପାଇଁ ଲାଗୁ ହେବ।

୨୩୪ଟି ନୂଆ ନଗର/ସହରରେ ଘରୋଇ ଏଫ୍ ଏମ୍ ରେଡିଓ କାର୍ଯ୍ୟକାରୀ ହେଲେ ଏହି ନଗର/ସହରରେ ଏଫ୍ ଏମ୍ ରେଡିଓର ଅପୂରଣୀୟ ଚାହିଦା ପୂରଣ ହେବ, ଯାହା ଏବେ ବି ଘରୋଇ ଏଫ୍ ଏମ୍ ରେଡିଓ ପ୍ରସାରଣ ଦ୍ୱାରା ଉନ୍ମୁକ୍ତ ହୋଇ ରହିଛି ଏବଂ ମାତୃଭାଷାରେ ନୂତନ/ ସ୍ଥାନୀୟ ବିଷୟବସ୍ତୁ ଆଣିବ। ଏହା ଦ୍ୱାରା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ସ୍ଥାନୀୟ ଭାଷା ଓ ସଂସ୍କୃତିକୁ ପ୍ରୋତ୍ସାହନ ମିଳିବ ଏବଂ 'ଭୋକାଲ୍ ଫର୍ ଲୋକାଲ' ପଦକ୍ଷେପ ନିଆଯିବ। ଅଧିକାଂଶ ଅନୁମୋଦିତ ନଗର/ ସହର ଆକାଂକ୍ଷୀ ଜିଲ୍ଲା ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅଛି ।  ଓଡ଼ିଶାର ୬ଟି ସ୍ଥାନରେ ନୂତନ ଘରୋଇ ଏଫଏମ ଷ୍ଟେସନ ପ୍ରତିଷ୍ଠା ପାଇଁ ଅନୁମତି ମିଳିଛି | ଏହି ସହରଗୁଡିକ ହେଉଛି ବାଲେଶ୍ୱର, ବାରିପଦା, ବ୍ରହ୍ମପୁର, ଭଦ୍ରକ, ପୁରୀ, ସମ୍ବଲପୁର |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe