New Rule in Taliban:ଆଧୁନିକ ଶୈଳୀରେ କେଶ ଅବା ଦାଢ଼ି କାଟିଲେ ବାରିକଙ୍କୁ ଜେଲ୍ ଦଣ୍ଡାଦେଶ: ତାଲିବାନୀ ଶାସକଙ୍କ ନୂଆ ଆଇନ

Advertisment

ଆଫଗାନିସ୍ତାନ ଶାସକ ତାଲିବାନ କଠୋର ଇସଲାମିକ ନିୟମକୁ ଲାଗୁ କରୁଛି। ଏହାର ପାଳନ ନ କଲେ ମନମୁଖୀ ଦଣ୍ଡ ଦେଉଛି। ଏବେ, ତାଲିବାନ ପୁରୁଷମାନଙ୍କ ଦାଢ଼ିକୁ ଅତି ଛୋଟ କରୁଥିବା ବାରିକମାନଙ୍କ ଉପରେ ଦଣ୍ଡବିଧାନ କରିବାକୁ ଯାଉଛି।

ଆଫଗାନିସ୍ତାନ ଶାସକ ତାଲିବାନ କଠୋର ଇସଲାମିକ ନିୟମକୁ ଲାଗୁ କରୁଛି। ଏହାର ପାଳନ ନ କଲେ ମନମୁଖୀ ଦଣ୍ଡ ଦେଉଛି। ଏବେ, ତାଲିବାନ ପୁରୁଷମାନଙ୍କ ଦାଢ଼ିକୁ ଅତି ଛୋଟ କରୁଥିବା ବାରିକମାନଙ୍କ ଉପରେ ଦଣ୍ଡବିଧାନ କରିବାକୁ ଯାଉଛି।

19bbs_33_19022026_112.jpg

କାବୁଲ: ଆଫଗାନିସ୍ତାନ ଶାସକ ତାଲିବାନ କଠୋର ଇସଲାମିକ ନିୟମକୁ ଲାଗୁ କରୁଛି। ଏହାର ପାଳନ ନ କଲେ ମନମୁଖୀ ଦଣ୍ଡ ଦେଉଛି। ଏବେ, ତାଲିବାନ ପୁରୁଷମାନଙ୍କ ଦାଢ଼ିକୁ ଅତି ଛୋଟ କରୁଥିବା ବାରିକମାନଙ୍କ ଉପରେ ଦଣ୍ଡବିଧାନ କରିବାକୁ ଯାଉଛି। ଏପରି କରୁଥିବା ନାପିତମାନଙ୍କୁ ହାଜତକୁ ପଠାଯାଉଛି। ସରକାର ହାତ ମୁଠା ଅପେକ୍ଷା ଅଧିକ ଲମ୍ବା ଦାଢ଼ି ରଖିବାକୁ ବାଧ୍ୟତାମୂଳକ କରିଛି।

ରିପୋର୍ଟ ଅନୁଯାୟୀ, ଏହି ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ମନ୍ତ୍ରୀ ଖାଲେଦ ହନାଫି କହିଛନ୍ତି, ଶରିଆ ଇସଲାମିକ୍ ଆଇନ ଅନୁଯାୟୀ ଲୋକଙ୍କ ମୁଖମଣ୍ଡଳକୁ ନିୟନ୍ତ୍ରଣ କରିବା ସରକାରଙ୍କ ଦାୟିତ୍ୱ। ସେ କହିଛନ୍ତି, ପୁଣ୍ୟ କାମକୁ ପ୍ରୋତ୍ସାହିତ କରୁଥିବା ଅଧିକାରୀମାନେ ଇସଲାମିକ୍ ଆଇନ ଲାଗୁ କରିବାକୁ ବାଧ୍ୟ। ମନ୍ତ୍ରଣାଳୟର ଅଧିକାରୀମାନେ ଏହାର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସହରଗୁଡ଼ିକର ରାସ୍ତାରେ ପାଟ୍ରୋଲିଂ କରୁଛନ୍ତି। ଇଂଲିଶ୍ ଶୈଳୀର ଆଧୁନିକ କେଶ କାଟିଥିବାରୁ ତିନି ଦିନ ପାଇଁ ଜେଲ୍ ଦଣ୍ଡାଦେଶ କରାଯାଇଥିବା ଆଫଗାନିସ୍ତାନର ଦକ୍ଷିଣ-ପୂର୍ବ ପ୍ରଦେଶ ଗଜନୀର ଜଣେ ୩୦ ବର୍ଷୀୟ ବାରିକ କହିଛନ୍ତି।

ଆହୁରି ପଢନ୍ତୁ: Mukesh Ambani: ଡାଟା ଭଳି ଶସ୍ତା ହେବ ଏଆଇ: ଅମ୍ବାନୀ

କେତେକ ମାମଲାରେ ବାରିକ ଓ ଗ୍ରାହକ ଉଭୟଙ୍କୁ ଗିରଫ କରାଯାଉଛି। ଗ୍ରାହକମାନଙ୍କୁ ମୁକ୍ତ କରାଯାଉଥିବାବେଳେ ବାରିକଙ୍କୁ ଅଟକ ରଖାଯାଉଛି। ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ କୁନାର ପ୍ରଦେଶର ତିନି ଜଣ ବାରିକଙ୍କୁ ମନ୍ତ୍ରଣାଳୟର ନିୟମ ଭାଙ୍ଗିବା ପାଇଁ ତିନିରୁ ପାଞ୍ଚ ମାସ ଜେଲ୍ ଦଣ୍ଡାଦେଶ କରାଯାଇଥିଲା।

କାର୍ଯ୍ୟାନୁଷ୍ଠାନ ବୃଦ୍ଧି ପାଉଥିବାରୁ, ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ଆହୁରି କଠୋର ନିର୍ଦ୍ଦେଶ ଜାରି କରିଛି। ନଭେମ୍ବର ମାସରେ ପ୍ରକାଶିତ ଏକ ଆଠ ପୃଷ୍ଠାର ମାର୍ଗଦର୍ଶିକାରେ ଇମାମମାନଙ୍କୁ ଲୋକଙ୍କୁୂ ଉପଦେଶ ଦେବା ସମୟରେ ଦାଢ଼ି କାଟିବାକୁ ଏକ ମହାପାପ ଭାବରେ ବର୍ଣ୍ଣନା କରିବାକୁ କୁହାଯାଇଥିଲା। ମନ୍ତ୍ରଣାଳୟ ଯୁକ୍ତି ଦର୍ଶାଇଥିଲା ଯେ ପୁରୁଷମାନେ ଦାଢ଼ି କାଟି ମହିଳାଙ୍କ ପରି ଦେଖାଯିବାକୁ ଚେଷ୍ଟା କରୁଛନ୍ତି।

ଆହୁରି ପଢନ୍ତୁ: AbhishekSharma: ଅଭିଷେକ ଶର୍ମାଙ୍କ ଲଗାତାର ବିଫଳତା ଦଳ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ

ଏହି ନିର୍ଦ୍ଦେଶଗୁଡ଼ିକ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ପହଞ୍ଚିଛି। ସେଠାରେ କେବଳ ପୁରୁଷମାନେ ପଢ଼ନ୍ତି କାରଣ ମହିଳାମାନଙ୍କୁ ପୂର୍ବରୁ ପାଠପଢ଼ିବା ପାଇଁ ନିଷେଧ କରାଯାଇଛି। କାବୁଲ ବିଶ୍ୱବିଦ୍ୟାଳୟର ଜଣେ ୨୨ ବର୍ଷୀୟ ଛାତ୍ର କହିଛନ୍ତି ଯେ, ଚେତାବନୀ ଦିଆଯାଇଛି , ଯଦି ଦାଢ଼ି ରଖିବା ଓ ମୁଣ୍ଡକୁ ଘୋଡ଼ାଇ ରଖିବା ସମେତ ଉପଯୁକ୍ତ ଇସଲାମିକ୍ ପୋଷାକ ବଜାୟ ରଖା ନ ଯାଏ, ତେବେ ମାର୍କ କାଟି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe