ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ଓଡ଼ିଶାର ୮ ସାଂସଦ

Advertisment
ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ଓଡ଼ିଶାର ୮ ସାଂସଦ

Facebook

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଆଜି ସାକ୍ଷାତ କରିଛନ୍ତି ଓଡିଶାର ନବ ନିର୍ବାଚିତ ୮ ଜଣ ସାଂସଦ। ଏହାପରେ ସେମାନେ ବିଜେପି ସଂସଦୀୟ ଦଳ ବୈଠକରେ ଯୋଗ ଦେବାକୁ ଯାଇଥିବା ସୂଚନା ମିଳିଛି।

ବିଜେପି ପ୍ରାର୍ଥୀ ଭାବେ ବିଜୟ ପାଇଥିବା ୮ ସାଂସଦ ଆଜି ନୂଆଦିଲ୍ଲୀରେ ପ୍ରଥମେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହା ପରେ ସାଂସଦମାନେ ଅପରାହ୍ନରେ ହେବାକୁ ଥିବା ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି। ଏହି ବୈଠକରେ ମୋଦିଙ୍କ ନାମକୁ ସର୍ବସମ୍ମତ ଭାବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ  ନିର୍ବାଚିତ କରାଯିବ।

ଏଠାରେ ସୂଚନା ଥାଉ କି ବରଗଡ଼ରୁ ସୁରେଶ ପୂଜାରୀ, ସୁନ୍ଦରଗଡ଼ରୁ  ଜୁଏଲ ଓରାମ, ସମ୍ବଲପୁରରୁ ନୀତେଶ ଗଙ୍ଗଦେବ, ବଲାଙ୍ଗୀରରୁ ସଂଗୀତ ସିଂ ଦେଓ ଜିତିଛନ୍ତି। ସେହିପରି କଳାହାଣ୍ଡିରୁ ବସନ୍ତ ପଣ୍ଡା, ମୟୁରଭଞ୍ଜରୁ ବିଶେଶ୍ୱର ଟୁଡୁ, ବାଲେଶ୍ଵରରୁ ପ୍ରତାପ ଷଡ଼ଙ୍ଗୀ ଓ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ଜିତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe