ସେବାଶ୍ରମର ୮ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା: ରାଜ୍ୟ ସରକାରଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ

ସେବାଶ୍ରମର ୮ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା: ରାଜ୍ୟ ସରକାରଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଂଚଳରେ ଥିବା ସେବାଶ୍ରମରେ ୮ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣାରେ ଜାତୀୟ ମାନବାଧିକାର କମିସନ ସେମବାର ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏନ୍‌ଏଚ୍‌ଆରସି ନିଜ ତରଫରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଶେଷ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ସଚିବଙ୍କୁ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଦାରିଙ୍ଗବାଡି ବ୍ଲକର ଗ୍ରୀନବାଡ଼ି ଠାରେ ଥିବା ସେବାଶ୍ରମରେ ୮ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ରବିବାର ସକାଳୁ ଲୋକଲୋଚନକୁ ଆସିଥିଲା। ଏହି ଖବର ପ୍ରସାର ପରେ ସହ ସହ ଲୋକ ସ୍କୁଲ ସମ୍ମୁଖରେ ରୁଣ୍ଡ ହୋଇଥିଲେ। ଧୀରେ ଧୀରେ ଉତେଜନା ବଢ଼ିଥିଲା। ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏ ନେଇ ଦାରିଙ୍ଗବାଡି ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତ ଶ୍ରବଣ କୁମାର ପ୍ରଧାନକୁ ଗିରଫ କରି ପଚରା ଉଚରା ଜାରି ରଖିଛି।

ଏହି ଘଟଣା ନେଇ ଏସ.ପି ପ୍ରତୀକ ସିଂ ଶନିବାର ଏକ ସାମ୍ବାଦିକ ସମ୍ବିଳନୀରେ କହିଥିଲେ ଯେ, ୭/୮ ମାସ ପୂର୍ବେ ଗାଁର ଏକ ଚର୍ଚ୍ଚ ନିକଟରେ ଯୁବକ ଜଣକ ତାକୁ ଦୁଷ୍କର୍ମ କରିଥିଲା କିନ୍ତୁ ଛାତ୍ରୀ ଜଣକ କାହାରିକୁ କହିନଥିଲା। ଏଣୁ ସକାଳୁ ସକାଳୁ ଏଭଳି ଘଟଣା ଘଟିଲା ପୁଲିସ ଶୁଣିବା ପରେ ସାଙ୍ଗେ ସଙ୍ଗେ ପୁଲିସ ସ୍କୁଲରେ ପହଂଚି ଥିଲା କିନ୍ତୁ ଛାତ୍ରୀ ଜଣକ ସେହି ସମୟରେ ଛାତ୍ରୀକୁ ବାଲିଗୁଡା ମେଡିକାଲକୁ ନିଆଯାଇ ସାରିଥିଲା। ତଦନ୍ତ ଚାଲୁ ରହିଛି ଛାତ୍ରୀ ଜଣକୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ। ଆଇନ ଅନୁଯାଇ ସମସ୍ତ କାର୍ଯ୍ୟ କରାଯିବ। ଏହି ମାମଲାରେ ଜିଲ୍ଲାପାଳ ୮ ଜଣଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ

ଜିଲ୍ଲାପାଳ ଡ଼. ବୃନ୍ଦା ଡି ସ୍କୁଲର ନଅ ଜଣ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସ୍କୁଲର ତିନି ଜଣ ସହକାରୀ ସୁପରଟେଣ୍ଡେଟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେହିପରି ଦୁଇ ଜନ ମେଟ୍ରୋନ ସୌଦାମିନୀ ସିଂ ଓ ମଞ୍ଜଲା ଡିଗାଲ, ଜଣେ ଏନଏମ ଶୈବଳିନୀ ପ୍ରଧାନ କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରିଣୀ ଚାରୁଲତା ମଳିକ ଦୁଇ ସି.ସି.ଏ ସୁମିତ୍ରା ମାଝୀ ଓ ରଶ୍ମି ପ୍ରଧାନ ଓ ଜଣେ ଓ୍ଵାର୍ଡନ ଲତା ପ୍ରଧାନକୁ କାର୍ଯ୍ୟରୁ ବହିଷ୍କୃାର କରିଛନ୍ତି। ମୋଟ ତିନି ଜଣ ନିଲମ୍ବିତ ହୋଇଥିବା ବେଳେ ୬ ଜଣ କର୍ମଚାରୀ କାର୍ଯ୍ୟରୁ ବହିସ୍କୃତ ହୋଇଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରାଧାରାଣୀ ଦଳାଇଙ୍କୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିବା ନେଇ ଜିଲ୍ଲାପାଳ ଡି ବୃନ୍ଦା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe