ଭାଇ-ଭଉଣୀଙ୍କୁ ସାଥୀରେ ନେଇ ନିଳାଦ୍ରୀ ବିଜେ କଲେ କାଳିଆ ଠାକୁର, ଆସନ୍ତାକାଲି ଆନନ୍ଦ ବଜାରରେ ମିଳିବ ଅବଢ଼ା

Advertisment

ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

ଭାଇ-ଭଉଣୀଙ୍କୁ ସାଥୀରେ ନେଇ ନିଳାଦ୍ରୀ ବିଜେ କଲେ କାଳିଆ ଠାକୁର, ଆସନ୍ତାକାଲି ଆନନ୍ଦ ବଜାରରେ ମିଳିବ ଅବଢ଼ା

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ ବୁଧବାର ୧୨ ଦିନର ଘୋଷଯାତ୍ରା ଶେଷ କରି ବଡ଼ ଭାଇ ବଳଭଦ୍ର ଓ ସୁନା ଭଉଣୀ ସୁଭଦ୍ରାଙ୍କ ସହିତ ନିଳାଦ୍ରୀ ବିଜେ କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଶେଷ ହୋଇଥିବାରୁ ଶ୍ରୀଜିଉମାନେ ରତ୍ନବେଦୀକୁ ଖୁବ ଶୀଘ୍ର ପହଞ୍ଚି ପାରିଛନ୍ତି। ମହାପ୍ରଭୁଙ୍କ ରସଗୋଲା ଖାଇ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥିବାରୁ ଏତେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଳାଦ୍ରୀ ବିଜେ ଶେଷ ହୋଇ ପାରିଛି। ଶ୍ରୀମନ୍ଦିର ପରିସରସ୍ଥିତ ଆନନ୍ଦବଜାରରେ ଗୁରୁବାର ଠାରୁ ଭକ୍ତଙ୍କୁ ପୁଣି ଥରେ ଅବଢ଼ା ମିଳିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସିଂହଦ୍ୱାରରେ ରଥାରୁଢ଼ ମହାପ୍ରଭୁଙ୍କୁ ଭକ୍ତମାନେ ହର୍ଷୋଲ୍ଲାସ ସହିତ ‘ରସଗୋଲା’ ଭୋଗ ଅର୍ପଣ କରିଛନ୍ତି। କେହି କେହି ଏହି ପ୍ରସାଦକୁ ଖୁସିରେ ବାଣ୍ଟିଛନ୍ତି। ଶ୍ରୀମନ୍ଦିର ପରଂପରା ଅନୁସାରେ ଶ୍ରୀଜିଉମାନଙ୍କୁ ବର୍ଷର କେବଳ ଗୋଟିଏ ଦିନ (ନିଳାଦ୍ରୀ ବିଜେ) ଅବସରରେ ବାହାରୁ ପ୍ରସ୍ତୁତ ରସଗୋଲା ଭୋଗ ଅର୍ପଣ କରାଯାଇ ଥାଏ।

publive-image

ରସଗୋଲା ଭୋଗ ପାଇ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ସକାଳ ୬ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୬ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୭ଟାରେ ଅବକାଶ ନୀତି ପରେ ସକାଳ ସାଢ଼େ ୭ଟାରେ ବେଶଶେଷ ହୋଇଥିଲା। ସାଢ଼େ ୮ଟାରେ ଗୋପାଳବଲ୍ଲଭ, ୯ଟାରୁ ୧୦ଟା ସକାଳଧୂପ, ପୂର୍ବାହ୍‌ଣ ୧୦ଟା ୧୫ରେ ମଇଲମ, ୧୦ଟା ୪୫ରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ପୂର୍ବାହ୍‌ଣ ୧୧ଟାରେ ବେଶଶେଷ, ସାଢ଼େ ୧୧ଟାରୁ ସାଢ଼େ ୧୨ଟା ମଧ୍ୟାହ୍ନଧୂପ, ଅପରାହ୍‌ଣ ୧ଟା ୨୦ରେ ମଇଲମ ଓ ବେଶ, ସାଢ଼େ ଗୋଟାଏରେ ସଂଧ୍ୟାଆଳତି, ଅପରାହ୍‌ଣ ୨ଟାରୁ ୩ଟା ସଂଧ୍ୟାଧୂପ ନୀତି ଅନୁଷ୍ଠିତ ହୋଇଥିଲା।

publive-image

ଅପରାହ୍‌ଣ ୩ଟାରୁ ସଂଧ୍ୟା ୫ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସଂଧ୍ୟା ସାଢ଼େ ୫ଟାରେ ସିଂହାସନ ମାଜଣା କରାଯିବ। ସଂଧ୍ୟା ୬ଟାରେ ପୁଷ୍ପାଞ୍ଜଳି ପରେ ସାଢ଼େ ୬ଟାରେ ପହଣ୍ଡି ଆରମ୍ଭ ହେବ। ରାତି ୧୧ଟାରେ ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ତିନି ରଥରୁ ଚାରଫିଟା ପରେ ସମୟକୁ ଚାହିଁ ଅନ୍ୟାନ୍ୟ ନୀତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କର୍ତୃପକ୍ଷ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe