ପୁଣି ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସଖୀ କେନ୍ଦ୍ରକୁ ପଠାଯାଇଥିବା ସୂଚନା

କନ୍ୟା ସନ୍ତାନର ମା’ ହେଲେ ସେବାଶ୍ରମ ଛାତ୍ରୀ; ଅଭିଯୁକ୍ତ ଗିରଫ, ପୀଡ଼ିତାଙ୍କ ପରିବାରକୁ ଭେଟିଲା ସିଡବ୍ଲ୍ୟୁସି

oneindia.com

ମାଲକାନଗିରି: ନବରଙ୍ଗପୁର ଜିଲ୍ଲାର ଏକ ସ୍କୁଲରେ ପଢୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ଏବାବଦରେ ଜଣାପଡ଼ିବା ପରେ ସଂପୃକ୍ତ ଛାତ୍ରୀକୁ ଚିକିତ୍ସା ପାଇଁ ସଖୀ କେନ୍ଦ୍ରକୁ ପଠାଇ ଦିଆଯାଇଛି। ତେବେ ଛାତ୍ରୀଙ୍କ ଘର ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଟାଉନ୍‌ ଥାନା ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ନବରଙ୍ଗପୁର ଜିଲ୍ଲାର ତାରାଗାଁ ଥାନା ଅଂଚଳରେ ଥିବା ଏକ ସ୍କୁଲରେ ପାଠ ପଢୁଥିଲା। କିଛି ଦିନ ପୂର୍ବରୁ ଛାତ୍ରୀ ଜଣକ ନିଜ ଗାଁକୁ ଆସିଥିଲା ଏବଂ ନିଜ ଘରେ ଅଳ୍ପ କେତେ ଦିନ ରହିବା ପରେ ପୁଣି ସ୍କୁଲକୁ ଚାଲି ଯାଇଥିଲା। ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହା ପରେ ସ୍କୁଲ କର୍ତ୍ତୃପକ୍ଷ ଝିଅଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସିଓ୍ଵାଇଏସଡି ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏହା ଜାଣିବା ପରେ ନାବାଳିକା ଛାତ୍ରୀକୁ ସିଡବ୍ଲ୍ୟୁସି ନିକଟରେ ହାଜର କରାଇଥିଲେ।

ବର୍ତ୍ତମାନ ସଂପୃକ୍ତ ନବମ ଶ୍ରେଣୀ ଛାତ୍ରୀକୁ ସଖୀ କେନ୍ଦ୍ରରେ ରଖାଯାଇଛି। ସେଠାରେ ନାବାଳିକା ଛାତ୍ରୀକୁ ଚିକିତ୍ସା କରାଯାଇ ପଚରାଉଚରା କରାଯିବ ବୋଲି ସିଡବ୍ଲ୍ୟୁସି ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଆଦିବାସୀ ଅଧ୍ୟ୍ୟୁଷିତ ମାଲକାନଗିରି ଜିଲ୍ଲାରେ ନାବାଳିକା ଗର୍ଭବତୀ ହେବା ନୂଆଁ ଖବର ନୁହେଁ। ପୂର୍ବରୁ ମଧ୍ୟ ଏଭଳି ମାମଲା ଲୋକଲୋଚନକୁ ଆସିଛି। ସଙ୍ଗିନ ମାମଲା ସହିତ ଜଡ଼ିତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe