ପ୍ରାର୍ଥୀପତ୍ର ଦାଖଲ କଲେ ନିରଞ୍ଜନ ଓ ନବଜ୍ୟୋତି; ସମର୍ଥକଙ୍କ ଗହଣରେ ଆସି ଶକ୍ତି ପ୍ରଦର୍ଶନ କଲେ ପିତା-ପୁତ୍ର

Advertisment
ପ୍ରାର୍ଥୀପତ୍ର ଦାଖଲ କଲେ ନିରଞ୍ଜନ ଓ ନବଜ୍ୟୋତି; ସମର୍ଥକଙ୍କ ଗହଣରେ ଆସି ଶକ୍ତି ପ୍ରଦର୍ଶନ କଲେ ପିତା-ପୁତ୍ର

ବାଲେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କର ପୁତ୍ର ନବଜ୍ୟୋତି ପଟ୍ଟନାୟକ ଆଜି ଯଥାକ୍ରମେ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଉଲ୍ଲେଖଯୋଗ୍ୟ କି ନବଜ୍ୟୋତି ପ୍ରଥମ ଥର ଲାଗି ନିର୍ବାଚନ ଲଢ଼ୁଥିବା ବେଳେ ନିରଞ୍ଜନ ଦୁଇଟି ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।

ସୋମବାର ବାଲେଶ୍ୱର ଜିଲ୍ଲାପାଳ କାର୍ଯ୍ୟାଳୟକୁ ନିଜର ସମର୍ଥକଙ୍କ ବିଶାଳ ରାଲି କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବଜ୍ୟୋତି ପଟ୍ଟନାୟକ । ତେବେ ପ୍ରଥମଥର ପାଇଁ କଂଗ୍ରେସ ଟିକେଟରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯାଉଥିବା ନବଜ୍ୟୋତି ଶକ୍ତି ପ୍ରଦର୍ଶନ କରିଛନ୍ତି । ବାଲେଶ୍ୱରରେ ଏକ ବିଶାଳ ରାଲି କରି ବିରୋଧୀଙ୍କୁ ଦମ୍ ଦେଖାଇଛନ୍ତି ନବଜ୍ୟୋତି । ସେହିପରି ଦଳୀୟ ସମର୍ଥକଙ୍କ ଗହଣରେ ଆସି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭଦ୍ରକରେ ନାମାଙ୍କନ ଦାଖଲ କରିଛନ୍ତି।

publive-image

ବାଲେଶ୍ୱର ଲୋକସଭା ପାଇଁ କଂଗ୍ରେସ କାର୍ଡ ଖୋଲିବାପରେ ବିରୋଧୀ ଶିବିରରେ ଛକାପଞ୍ଝା ଲାଗି ରହିଛି । ‘ହାତ’ରୁ ଶ୍ରୀକାନ୍ତ ଜେନା ବିଦା ହେବାପରେ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା । ଯାହା ଉପରୁ ପରଦା ଉଠାଇ ନବଜ୍ୟୋତିଙ୍କୁ କଂଗ୍ରେସ ଟିକେଟ୍ ମିଳିବା ପରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବଜ୍ୟୋତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱର ନିର୍ବାଚନୀ ମୈଦାନ ପାଇଁ କଂଗ୍ରେସ ହାଇକମାଣ୍ଡ ବାଛିବାପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ନବଜ୍ୟୋତି ।

publive-image

ଏଥର ବାଲେଶ୍ବର ଲୋକସଭା ଆସନରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ। ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ। କଂଗ୍ରେସ ସାଂସଦୀୟ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଓ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ।

publive-image

ଆସନ୍ତା ୨୯ ତାରିଖ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ରରେ ମତଦାନ କରିବେ ଭୋଟର । ତେଣୁ ଉଭୟ ଶାସକ ବିଜେଡି ଦଳର ପ୍ରାର୍ଥୀ ରବୀନ୍ଦ୍ର ଜେନା ଓ ବିଜେପିର ହେଭିୱେଟ ପ୍ରତାପ ଷଡ଼ଙ୍ଗୀଙ୍କୁ ଚେକ୍ ଦେବା ପାଇଁ ନବାଗତ ନବଜ୍ୟୋତିଙ୍କ ହାତରେ କଂଗ୍ରେସ ମଙ୍ଗ ଧରାଇ ନିର୍ବାଚନୀ ବୈତରଣୀ ପାର ହେବାକୁ ବଳ କଷୁଛନ୍ତି କଂଗ୍ରେସ ହାଇକମାଣ୍ଡ । ଏନେଇ ନବଜ୍ୟୋତି ମଧ୍ୟ କହିଛନ୍ତି କି, ବାଲେଶ୍ୱରବାସୀଙ୍କ ବିପୁଳ ସମର୍ଥନ ମୋ ସହିତ ରହିଛି ତାଙ୍କ ଆଶୀର୍ବାଦ ନେଇ ମୁଁ ନାମାଙ୍କନ ପତ୍ର ଦାଖଲ କରିଛି ଏବଂ ତାଙ୍କ ଆଶୀର୍ବାଦ ପାଇ ନିଶ୍ଚୟ ବିଜୟ ହେବି ବୋଲି କହିଛନ୍ତି ନବଜ୍ୟୋତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe