ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନିରଞ୍ଜନ

Advertisment
ସୋନିଆଙ୍କୁ ଭେଟିଲେ ନିରଞ୍ଜନ, ‘ପ୍ରଦୀପ ବାବୁଙ୍କ ମନ ଅସ୍ଥିର’

ଭୁବନେଶ୍ୱର: ଓଡ଼ିଶାର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ସୋମବାର ମତଦାନ ଶେଷ ହୋଇଛି। ଚଳିତ ଥର ବିଜେଡ଼ି ଏବଂ ବିଜେପି ଲୋକମତକୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇବା ସହିତ ଇଭିଏମ ମେସିନ ଭାଙ୍ଗିବା ଓ କଂଗ୍ରେସର ରାଜ୍ୟ ନେତୃବୃନ୍ଦଙ୍କ ଉପରେ ଆକ୍ରମଣ କରିବା ଭଳି ଘଟଣା ଘଟାଇଛନ୍ତି। ଏହା ସତ୍ତ୍ୱେ ଓଡ଼ିଶାବାସୀ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଯେଉଁ ଭଳି ଭାବରେ ନିଜର ମୌଳିକ କତ୍ତବ୍ୟ ସମ୍ପାଦନ କରିଛନ୍ତି ଏଥିପାଇଁ ମତଦାତା ମାନେ ଧନ୍ୟବାଦର ପାତ୍ର ବିଜେଡ଼ି ଓ ବିଜେପିର ବ୍ୟୟବହୁଳ ପ୍ରଚାର ଓ ଅର୍ଥ କାରବାର ଆଗରେ କଂଗ୍ରେସ ପଛରେ ରହିଥିଲେ ମଧ୍ୟ ବିକାଶର ସଂକଳ୍ପ ନେଇ ସାଧାରଣ ଜନତାଙ୍କୁ ଯେଉଁ ଭରଷା ଦେଇଛି ସେଥିରୁ ପଛେଇବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବରେ ପରିଚାଳନା ଦିଗରେ କଂଗ୍ରେସର କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ସମସ୍ତ ଦଳୀୟ କର୍ମକର୍ତ୍ତା ଓ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଓ ଦଳୀୟ କର୍ମୀ ଯେଭଳି ଭାବରେ କାର୍ଯ୍ୟ କରିଛନ୍ତି ସେଥିପାଇଁ ସେମାନଙ୍କୁ ଶ୍ରୀ ପଟ୍ଟନାୟକ ସାଧୁବାଦ ଜଣାଇଛନ୍ତି। ପ୍ରିଜାଇଡିଂ କର୍ମଚାରୀ, ନିର୍ବାଚନ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିିଧିମାନେ ସେମାନଙ୍କ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ପରିଚାଳନାଗତ ତ୍ରୁଟି ଓ ଶାସକ ଦଳର ବିଶୃଙ୍ଖଳାକୁ ଦୃଷ୍ଟିକୁ ଆଣିଛନ୍ତି। ସେଥିପାଇଁ କଂଗ୍ରେସ ସେମାନଙ୍କୁ ଅଭିନନ୍ଦନ ଜଣାଇଛି ଏହି ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯିବ ବୋଲି ଶ୍ରୀ ପଟ୍ଟନାୟକ ଆଶାପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe