ଏନ୍‌ଆଇଟି-ଆର୍‌ଏସ୍‌ପିର ଅଭିନବ ପ୍ରୟାସ: ନୂଆ ଷ୍ଟାର୍ଟ‌ଅପ୍‌କୁ ଆର୍ଥିକ ସହାୟତା

Advertisment
ଏନ୍‌ଆଇଟି-ଆର୍‌ଏସ୍‌ପିର ଅଭିନବ ପ୍ରୟାସ: ନୂଆ ଷ୍ଟାର୍ଟ‌ଅପ୍‌କୁ ଆର୍ଥିକ ସହାୟତା

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ଫାଉଣ୍ଡେସେନ ଫର୍‌ ଟେକ୍ନୋଲୋଜି ଆଣ୍ଡ୍‌ ବିଜନେସ୍‌ ଇନ୍‌କ୍ୟୁବେସନ(ଏଫ୍‌ଟିବିଆଇ) ଓ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପକ୍ଷରୁ ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସ୍ଥାନୀୟ ଆଦିବାସୀ ଯୁବକ, ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ଷ୍ଟାର୍ଟ‌୍ଅପ୍‌ ପ୍ରତିଯୋଗିତା ଆୟୋଜନ କରି କୃତି ଷ୍ଟାର୍ଟ‌୍ଅପ୍‌କୁ ଆର୍ଥିକ ସହାୟତା ଦିଆଯାଉଛି। ଏହି କ୍ରମରେ ଏଭଳି ଏକ ପ୍ରତିଯୋଗିତା ଏନ୍‌ଆଇଟି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ୍‌ ୩୧ଟି ଷ୍ଟାର୍ଟ‌୍ଅପ୍‌ ପଞ୍ଜିକରଣ କରିଥିଲେ। ବ୍ୟାପକ ଯାଞ୍ଚପରେ ମୋଟ୍‌ ୧୯ଟି ଷ୍ଟାର୍ଟ‌୍ଅପ୍‌କୁ ଚୟନ କରାଯାଇଛି। ଆର୍‌ଏସ୍‌ପି ସିଏସ୍‌ଆର୍‌ ବିଭାଗ ମହାପ୍ରବନ୍ଧକ ମୁନମୁନ ମିତ୍ର, ଏଫ୍‌ଟିବିଆଇର ପ୍ରଫେସର ମନୋଜ ମିଶ୍ର, ମେକାନିକାଲ ଇଞ୍ଜିନିଅରିଂ ବିଭାଗର ପ୍ରଫେସର ମନୋଜ ମହାରଣା, ମେଟାଲର୍ଜିକାଲ ଓ ମ୍ୟାଟେରିଆଲ୍‌ ଇଞ୍ଜିନିଅରିଂ ବିଭାଗର ଡ. ଅଜିତ ବେହେରା, କମ୍ପ୍ୟୁଟର ସାଇନ୍ସ ବିଭାଗର ଡ. ସୁଚିସ୍ମିତା ଚିନାରା ପ୍ରମୁଖ ମୂଲ୍ୟାଙ୍କନ କରିଥିଲେ। ଏଫ୍‌ଟିବିଆଇ ସିଇଓ ଚିରଞ୍ଜିବି ସାମଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe