Photograph: (india tv)
ନୂଆଦିଲ୍ଲୀ: ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ,ଗୃହମନ୍ତ୍ରୀ ରାଜନାଥ ସିଂହ ନୀତିନ ନବୀନଙ୍କ ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଫିସର କେ. ଲକ୍ଷ୍ମଣଙ୍କ ନିକଟରେ ଦାଖଲ କରିଛନ୍ତି। ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ତିନୋଟି ପୃଥକ ସେଟ୍ ଦାଖଲ କରିଛନ୍ତି। ନୀତିନଙ୍କ ନିର୍ବିରୋଧ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରାୟ ନିଶ୍ଚିତ। କେବଳ ତାଙ୍କ ନାମକୁ ନେଇ ଆନୁଷ୍ଠାନିକ ଘୋଷଣା ବାକି ଅଛି।
ମଙ୍ଗଳବାର ଆନୁଷ୍ଠାନିକ ଘୋଷଣା ହୋଇପାରେ
ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୧ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନୀତିନ ନବୀନଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇପାରେ। ଘୋଷଣା ପରେ, ତାଙ୍କୁ ଦଳୀୟ ମୁଖ୍ୟାଳୟରେ ସ୍ୱାଗତ ସ ସମ୍ବର୍ଦ୍ଧନା ଦିଆଯିବ। ସେଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ନେତାମାନେ ତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ନେଇ ଶପଥ ପାଠ କରାଇବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତିନି ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି। ତେବେ ଦଳର ହାଇକମାଣ୍ଡ ଚାହିଁଲେ ଅତିରିକ୍ତ ତିନି ବର୍ଷ ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହି ପଦବୀରେ ରହିପାରିବେ।
ଆହୁରି ପଢନ୍ତୁ: Sex racket in USA: ଆମେରିକାରେ ସେକ୍ସ ଓ ଡ୍ରଗ୍ ରାକେଟ ଚଳାଉଥିବା ଭାରତୀୟ ବଂଶୋଦ୍ଭବ ଦମ୍ପତି ଗିରଫ
ବିହାର ସହିତ ନବୀନଙ୍କ ବିଶେଷ ସମ୍ପର୍କ
ଉଲ୍ଲେଖଯୋଗ୍ୟ, ନୀତିନ ନବୀନ ବର୍ତ୍ତମାନ ଦଳର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି। ସେ ବିହାରର ଜଣେ ପ୍ରମୁଖ ବିଜେପି ନେତା। ସେ ବାଙ୍କିପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଞ୍ଚ ଥର ବିଧାୟକ ଥିବା ସ୍ୱର୍ଗତ ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ପୁଅ। ଛତିଶଗଡ଼ର ବିଜେପି ପ୍ରଭାରୀ ଭାବରେ ସେ କାର୍ଯ୍ୟ କରିଛନ୍ତି ଓ ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ୍)ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଦରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ବିହାରରେ ସଡ଼କ ନିର୍ମାଣ, ନଗର ଉନ୍ନୟନ ଏବଂ ଗୃହ ନିର୍ମାଣ ଏବଂ ଆଇନ ମନ୍ତ୍ରୀ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି। ୪୫ ବର୍ଷ ବୟସରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାରେ ବିଜେପି ଇତିହାସରେ ସେ ପ୍ରଥମ ନେତା।
Follow Us