ଭୂତକୋଠିରେ ପରିଣତ ହେବାକୁ ଯାଉଛି ନବନିର୍ମିତ ଏଏସପି କାର୍ଯ୍ୟାଳୟ

Advertisment

ଦୁଇବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ଅତିରିକ୍ତ ଏସପି ପଦବୀ ଖାଲିପଡିଛି । ପୂର୍ବତନ ଅତିରିକ୍ତ ଏସପି ମନୋରଞ୍ଜନ ବିଶ୍ୱାଳଙ୍କ ବଦଳି ପରେ ଜଣେ ପଦାଧିକାରୀଙ୍କ ନିଯୁକ୍ତି ହୋଇଥିଲେ ହେଁ ଆଜି ଯାଏଁ ସେ କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି ।

ଦୁଇବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ଅତିରିକ୍ତ ଏସପି ପଦବୀ ଖାଲିପଡିଛି । ପୂର୍ବତନ ଅତିରିକ୍ତ ଏସପି ମନୋରଞ୍ଜନ ବିଶ୍ୱାଳଙ୍କ ବଦଳି ପରେ ଜଣେ ପଦାଧିକାରୀଙ୍କ ନିଯୁକ୍ତି ହୋଇଥିଲେ ହେଁ ଆଜି ଯାଏଁ ସେ କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି ।

asp

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଓ ପାଂଚପୀଢ ଉପଖଣ୍ଡର ସମସ୍ତ ପୁଲିସ୍ ଷ୍ଟେସନ ଓ ଫାଣ୍ଡିକୁ ନେଇ ରାଇରଙ୍ଗପୁରଠାରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଖୋଲାଯାଇଛି । ତେବେ ଦୁଇବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ଅତିରିକ୍ତ ଏସପି ପଦବୀ ଖାଲିପଡିଛି । ପୂର୍ବତନ ଅତିରିକ୍ତ ଏସପି ମନୋରଞ୍ଜନ ବିଶ୍ୱାଳଙ୍କ ବଦଳି ପରେ ଜଣେ ପଦାଧିକାରୀଙ୍କ ନିଯୁକ୍ତି ହୋଇଥିଲେ ହେଁ ଆଜି ଯାଏଁ ସେ କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି । ସେ ଭୂବନେଶ୍ୱରରେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି ।

ଯାହାଫଳରେ ବର୍ତମାନ ଏହି ପଦବୀ ଖାଲିପଡିଛି । ପୂର୍ବରୁ ରାଇରଙ୍ଗପୁର ସହରରେ ଥିବା ଟାଉନ୍ ଥାନା ପରିସରରେ ଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଏକ ରକମର ବନ୍ଦ ହୋଇଯାଇଥିଲାବେଳେ ମହୁଲଡିହାସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ ପଛପଟ ପୂର୍ତ ବିଭାଗର ଡାକବଙ୍ଗଳାକୁ ଯିବାଆସିବା ରାସ୍ତାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଓ ସଂଲଗ୍ନ ବାସଭବନ ଅବ୍ୟବହୃତ ହୋଇ ଏବେ ଭାଙ୍ଗିରୁଜି ଭୂତକୋଠିରେ ପରିଣତ ହେବାକୁ ଯାଉଛି ।

କାର୍ଯ୍ୟଳୟ ପରିସର ପଶୁଙ୍କ ଚାରଣ ଭୂଇଁ ପାଲଟିଛି । ଏପରି ସ୍ଥଳେ ରାଜ୍ୟ ସରକାର ତୁରନ୍ତ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ପଦବୀ ପୂରଣ ପାଇଁ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ତେବେ କୌଣସି ଘଟଣା କିମ୍ବା ଜରୁରୀକାଳୀନ ସମୟରେ ବାରିପଦାର ଏଏସ୍ପି ଦୁଇ ଉପଖଣ୍ଡକୁ ଆସିଥାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe