ଭତ୍ତା ଅପେକ୍ଷାରେ ୧୩୦୦ ବୃଦ୍ଧବୃଦ୍ଧା, ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

Advertisment

ଭତ୍ତାପାଇବାକୁ ଆାବେଦନ କରି ବ୍ଲକ କାର୍ଯ୍ୟାଳୟକୁ ଦୌଡୁଛନ୍ତି ବୃଦ୍ଧବୃଦ୍ଧା। ମାସେ କି ଦୁଇ ମା‌ସ ନୁହେଁ ପ୍ରାୟ ୬ ମାସ ଧରି ଦୌଡୁଥିଲେ ହେଁ ଭତ୍ତାମିଳୁନି। ବିଭିନ୍ନ ଆଳଦେଖାଇ ବିଭାଗୀୟଅଧିକାରୀ ଆବେଦନକାରୀଙ୍କ ଆବଶକୀୟ କାଗଜପତ୍ରକୁ ସେମିତି ପକାଇ ରଖିଥିବା ଅଭିଯୋଗ ହେଉଛି।

ଭତ୍ତାପାଇବାକୁ ଆାବେଦନ କରି ବ୍ଲକ କାର୍ଯ୍ୟାଳୟକୁ ଦୌଡୁଛନ୍ତି ବୃଦ୍ଧବୃଦ୍ଧା। ମାସେ କି ଦୁଇ ମା‌ସ ନୁହେଁ ପ୍ରାୟ ୬ ମାସ ଧରି ଦୌଡୁଥିଲେ ହେଁ ଭତ୍ତାମିଳୁନି। ବିଭିନ୍ନ ଆଳଦେଖାଇ ବିଭାଗୀୟଅଧିକାରୀ ଆବେଦନକାରୀଙ୍କ ଆବଶକୀୟ କାଗଜପତ୍ରକୁ ସେମିତି ପକାଇ ରଖିଥିବା ଅଭିଯୋଗ ହେଉଛି।

bhatta

ରାଉରକେଲା: ଭତ୍ତାପାଇବାକୁ ଆାବେଦନ କରି ବ୍ଲକ କାର୍ଯ୍ୟାଳୟକୁ ଦୌଡୁଛନ୍ତି ବୃଦ୍ଧବୃଦ୍ଧା। ମାସେ କି ଦୁଇ ମା‌ସ ନୁହେଁ ପ୍ରାୟ ୬ ମାସ ଧରି ଦୌଡୁଥିଲେ ହେଁ ଭତ୍ତାମିଳୁନି। ବିଭିନ୍ନ ଆଳଦେଖାଇ ବିଭାଗୀୟଅଧିକାରୀ ଆବେଦନକାରୀଙ୍କ ଆବଶକୀୟ କାଗଜପତ୍ରକୁ ସେମିତି ପକାଇ ରଖିଥିବା ଅଭିଯୋଗ ହେଉଛି। ଏମିତି ସମସ୍ୟା ଉପୁଜିଛି ନୂଆଗାଁ ବ୍ଲକରେ। ଗତ ପ୍ରାୟ ୬ ମାସ ମଧ୍ୟରେ ପ୍ରାୟ ୧୩୦୦ରୁ ଅଧିକ ବୃଦ୍ଧବଦ୍ଧା ଭତ୍ତା ପାଇବାକୁ ଆବେଦନ କରିଛନ୍ତି। ଆଜି ପର୍ଯ୍ୟନ୍ତ ଜଣେ ହେଲେ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ମିଳିନି। ବ୍ଲକର ଚିତାପେଡ଼ି, ସୋରଡା, ଉର୍ମେଇ, ଗଞ୍ଜୁର, ଲୁଆରାମ, ବାରିଲେପ୍‌ଟା, ବାଗଡେଗା, ହାତୀବାରି, ଅଙ୍କୁରପାଲି, ମେନ୍‌ମେନା, ସାତରା, ତେତେରକେଲା ଆଦି ଅଞ୍ଚଳରୁ ଦୈନିକ ୧୦ରୁ ୧୫ ବୃଦ୍ଧବୃଦ୍ଧା ଭତ୍ତା ପାଇଁ ଆବେଦନ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିକଟରେ ଆବଶ୍ୟକୀୟ କାଗଜପତ୍ର ଜମା କରୁଛନ୍ତି। ଦାୟିତ୍ବରେ ଥିବା ଅଧିକାରୀମାନେ ଖୁବ୍‌ଶୀଘ୍ର ମିଳିଯିବ ବୋଲି କହୁଛନ୍ତି।

 ହେଲେ ପରବର୍ତ୍ତୀ ସମୟରେ ଏମାନଙ୍କ କଥାକୁ ଭୁଲିଯାଉଛନ୍ତି। ବାରମ୍ବାର ଦୌଡାଯାଉଥିବାରୁ କିଛି ବୃଦ୍ଧବୃଦ୍ଧାଙ୍କ ସମ୍ପର୍କୀୟ କର୍ମଚାରୀଙ୍କୁ ହାତଗୁଞ୍ଜା ଦେବାକୁ ବାଧ୍ୟ ହେଉଛନ୍ତି। କର୍ମଚାରୀଙ୍କୁ ଦାବିମୁତାବକ ଟଙ୍କା ମିଳୁ ନଥିବାରୁ ବିଭିନ୍ନ ଆଳ ଦେଖାଇ ଫେରାଇ ଦେଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ବ୍ଲକର ୨୦ଟି ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ମଧୁବାବୁ ପେନ୍‌ସନ୍‌ ଓ ଇନ୍ଦିରାଗାନ୍ଧି ପେନ୍‌ସନ୍‌ ଯୋଜନାରେ ୧୪ ହଜାର ୬୨୦ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ମିଳୁଛି। ଏଥି ମଧ୍ୟରେ ୯, ୩୦୩ ମଧୁବାବୁ ପେନ୍‌ସନ୍‌ ଯୋଜନା ପାଉଛନ୍ତି। ୪ ହଜାର ୫୩୫ ହିତାଧିକାରୀ ଇନ୍ଦିରାଗାନ୍ଧି ପେନ୍‌ସନ୍‌ ଯୋଜନାରେ ଭତ୍ତା ପାଉଛନ୍ତି। ୮୦ ବର୍ଷରୁ ଅଧିକ ହିତାଧିକାରୀ ଅଛନ୍ତି ମାତ୍ର ୭୮୨ ଜଣ। ଗତି ମାସ ପୂର୍ବରୁ ଆବେଦନ କରିଥିବା ହିତାଧିକାରୀଙ୍କ ମାତ୍ର ୧୧୪ ଜଣଙ୍କୁ ଭତ୍ତା ମିଳିଥିଲା। ସେବଠୁ ୬ ମାସ ବିତିଗଲାଣି, ନୂଆ ଆବେଦନକାରୀଙ୍କୁ ଭତ୍ତା ମିଳିନି। କେବେ ମିଳିବ, ବିଭାଗୀୟ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ।

ପଚାରିଲେ କହୁଛନ୍ତି, ଇଣ୍ଟରନେଟ୍‌ ସମସ୍ୟା ରହୁଥିବାରୁ ଏଭଳି ସମସ୍ୟା ଉପୁଜିଛି। ସୋରଡ଼ାର ଧନେଶ୍ବର ମହାପାତ୍ର କହିଛନ୍ତି, ୩ ମାସ ତଳେ ଭତ୍ତା ପାଇଁ ଆବେଦନ କରିଥିଲି। ଆଜି ପର୍ଯ୍ୟନ୍ତ ଭତ୍ତା ମିଳିବ କି ନାହିଁ, ଅଧିକାରୀମାନେ କିଛି କହୁନାହାନ୍ତି। ଆଜି କାଲି କହି ମାସ ମାସ ଧରି ‌କେବଳ ଦୌଡାଉଛନ୍ତି। ଚିତାପେଡ଼ିର ଦୁଲାରି ମୁଣ୍ଡା (୬୭) କହିଛନ୍ତି ପୂର୍ବରୁ ଭତ୍ତା ପାଉଥିଲି। ପ୍ରାୟ ବର୍ଷ ହେବ ତା’ ନାଁ କଟିଯାଇଛି। ପୁନଶ୍ଚ ଆବେଦନ କରିଛି, କିନ୍ତୁ କେହି ତାଙ୍କ କଥାଶୁଣୁ ନାହାନ୍ତି। ବାରିବେଡାର ଫିଲିସିତା ତିର୍କୀ (୭୩) କହିଛନ୍ତି ଗତ ୮ ବର୍ଷ ମଧ୍ୟରେ ୧୦ରୁ ଅଧିକ ଥର ଆବେଦନ କଲିଣି। କିନ୍ତୁ କେହି ଆମ ଦୁଃଖ ଶୁଣୁନାହାନ୍ତି। ସରକାର ଗୋଟିଏ କଥା କହୁଛନ୍ତି। ହେଲେ କାର୍ଯ୍ୟାଳୟରେ ତା’ର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଏଥିପ୍ରତି ଜିଲ୍ଲାପାଳ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏ ସମସ୍ୟା ସଂକ୍ରାନ୍ତରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କମଳା ଲୁଗୁନ କହିଛନ୍ତି ୩ ମାସରୁ ଅଧିକଦିନ ହେବ କାର୍ଯ୍ୟାଳୟରେ ଇଣ୍ଟରନେଟ୍‌ ସମସ୍ୟା ଲାଗି ରହୁଛି। ସମାଧାନ ପାଇଁ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ହେଲେ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe