ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, କ୍ୟାମ୍ପ ଉଠିଲେ ଆତ୍ମଦାହ ଧମକ ଦେଲେ ଗ୍ରାମବାସୀ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଯନ୍ତ୍ରୀ ପଞ୍ଚାୟତ ରେ ବିଏସଏଫ କ୍ୟାମ୍ପ ଉଠିବା ପ୍ରତିବାଦରେ ପ୍ରଜାମେଳି କରି ଏକଜୁଟ ହେଲେ ଯନ୍ତ୍ରୀ ପଞ୍ଚାୟତର ଚଉଦ ଖଣ୍ଡ ଗ୍ରାମବାସିନ୍ଦା |

camp

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଯନ୍ତ୍ରୀ ପଞ୍ଚାୟତ ରେ ବିଏସଏଫ କ୍ୟାମ୍ପ ଉଠିବା ପ୍ରତିବାଦ ରେ ପ୍ରଜାମେଳି କରି ଏକଜୁଟ ହେଲେ ଯନ୍ତ୍ରୀ ପଞ୍ଚାୟତର ଚଉଦ ଖଣ୍ଡ ଗ୍ରାମବାସିନ୍ଦା | ଆଉ ପାଞ୍ଚବର୍ଷ ବିଏସଏଫ କ୍ୟାମ୍ପ ନଉଠାଇବା ପାଇଁ କମାଣ୍ଡେଣ୍ଟଙ୍କ ଜରିଆରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ଏହି ସବୁ ଅଞ୍ଚଳରେ ସରକାରଙ୍କ ତରଫରୁ ବିଗତ ଦିନରେ ବିଏସଏଫ ଫୋର୍ସ ମୃତୟନ ପରେ ସ୍ୱାଭିମାନ ଅଞ୍ଚଳରେ ବହୁ ବିକାଶ କାର୍ଯ୍ୟ ସରକାରଙ୍କ ତରଫରୁ ହୋଇଛି ଓ ଆଗକୁ ଜାରି ରହିଛି |

ଏହିସବୁ ବିକାଶ ସୁରକ୍ଷାକର୍ମୀଙ୍କ ଯୋଗୁଁ ସମ୍ଭବ ହୋଇଥିବା କହିଛନ୍ତି ସ୍ୱାଭିମାନ ଅଞ୍ଚଳର ଲୋକ | ଗତ କିଛିଦିନ ହେବ ସ୍ୱାଭିମାନ ଅଞ୍ଚଳରୁ ପର୍ଯ୍ୟାୟ କ୍ରମେ ବିଏସଏଫ ପ୍ରତ୍ୟାହାର ହେବା ନେଇ ଖବର ପ୍ରସାରିତ ହେବା ପରେ ଆଶା ଆଶଙ୍କାରେ ରହିଛନ୍ତି ସ୍ୱାଭିମାନ ଅଞ୍ଚଳର ଲୋକ | ଏ ନେଇ ଆଜି ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ନିକଟରେ ପ୍ଲାକାର୍ଡ ଧରି ଚଉଦ ଖଣ୍ଡ ଗ୍ରାମର ଲୋକ ଏକତ୍ରିତ ହୋଇ ଆଉ ପାଞ୍ଚବର୍ଷ ବିଏସଏଫ କ୍ୟାମ୍ପ ନଉଠାଇବା ପାଇଁ ଏକ ଦାବିପତ୍ର ୧୭୭ ବିଏସଏଫ  ବାଟାଲିୟନ କମାଣ୍ଡେଣ୍ଡଙ୍କ ଜରିଆରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି |

ଅଞ୍ଚଳବାସୀଙ୍କ କହିବା କଥା ଯେ ଯେଉଁ ଦ୍ରୁତ ଗତିରେ ବର୍ତ୍ତମାନ ସ୍ୱାଭିମାନ ଅଞ୍ଚଳର ବିକାଶ ଚାଲିଛି ବିଏସଏଫ ଚାଲିଗଲେ ତାହା ସମ୍ପୂର୍ଣ୍ଣ ରୂପେ ଠପ ହୋଇଯିବ | ପୁଣି ଚଉଦ ବର୍ଷ ତଳକୁ ଏହି ସ୍ୱାଭିମାନ ଅଞ୍ଚଳ ଚାଲିଯିବ ଓ ନକ୍ସଲ ଧୀରେ ଧୀରେ ପୁଣି ଏହିସବୁ ଅଞ୍ଚଳରରେ ରାଜୁତି କରିବେ | ନକ୍ସଲଙ୍କ ଗୁଳିରେ ମରିବା ବଦଳରେ କ୍ୟାମ୍ପ ଆଗରେ ନିଜ ଜୀବନ ଦେଇଦେବୁ ବୋଲି ଅତି କ୍ଷୋଭରେ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe